Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2023: ଭାଙ୍ଗିଲା ବିରାଟଙ୍କ ସ୍ୱପ୍ନ, ଗିଲ‌ଙ୍କ ଶତକରେ ବାଙ୍ଗାଲୋର ବିଦା, ପ୍ଲେ-ଅଫରେ ମୁମ୍ବାଇ

GT vs RCB Match Result: ପୁଣିଥରେ ଭାଙ୍ଗି ଗଲା ବିରାଟ କୋହଲିଙ୍କ ଆଇପିଏଲ ଟାଇଟଲ ସ୍ୱପ୍ନ । ଶୁଭମନ ଗିଲ‌ଙ୍କ ବିସ୍ଫୋରକ ଶତକ ବଳରେ ଗୁଗୁରାଟ ବିଜୟ ହେଲା । ଫଳରେ ଆଇପିଏଲ ପ୍ଲେ-ଅଫ ରେସରୁ ବାଦ ପଡିଲା ବାଙ୍ଗାଲୋର । ତେବେ ଆରସିବିର ପରାଜୟ ପରେ ପ୍ଲେ-ଅଫରେ ପହଞ୍ଚିଲା ମୁମ୍ବାଇ ।

IPL 2023: RCB lost From GT, MI in Playoffs

ଚଳିତ ଆଇପିଏଲ ସଂସ୍କରଣର ୭୦ ତମ ମ୍ୟାଚ୍ ରେ ଗୁଜୁରାଟ ଟାଇଟନ୍ସ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୭ ରନ୍ ସ୍କୋର କରିଥିଲା । ହେଲେ ୧୯୮ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ଧାର୍ଯ୍ୟ ୨୦ ଓଭରରେ ୫ ବଲ୍ ବାକି ଥାଇ ୪ ୱିକେଟ ୧୯୮ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା ।

ବିଜୟ ପିଛା କରୁଥିବା ଲିଗ୍ ଟପ୍ପର ଗୁଜରାଟ ଟାଇଟନ୍ସ ତୃତୀୟ ଓଭରରେ ଋଦ୍ଧିମାନ ସାହାଙ୍କୁ ହରାଇଥିଲା । ମହମ୍ମଦ ସିରାଜ ତାଙ୍କୁ ଆଉଟ୍ କରି ଆର୍‌ସିବିକୁ ପ୍ରାରମ୍ଭିକ ସଫଳତା ‌ଦେଇଥିଲେ । ପରେ ଶୁବମନ ଗିଲ୍‌ ଓ ବିଜୟ ଶଙ୍କର ଦ୍ବିତୀୟ ୱିକେଟ୍ ପାଇଁ ୧୨୩ ରନ୍‌ (୧୧.୫ ଓଭର‌ରୁ) ଉଠାଇ ବାଙ୍ଗାଲୋର୍ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ । ଶଙ୍କର ୩୪ ବଲରୁ ଏବଂ ଗିଲ୍‌ ୨୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ୩୫ ବଲରୁ ୫୩ ରନ୍‌ ସଂଗ୍ରହ କରି ଶଙ୍କର ଆଉଟ୍ ହୋଇ ଯାଇଥିଲେ ମଧ୍ୟ ଗିଲ୍‌ଙ୍କ ସ୍ବପ୍ନୀଳ ବ୍ୟାଟିଂ ଜାରି ରହିଥିଲା । ଗିଲ୍ ୫୨ ବଲରୁ ଶତକ ହାସଲ କରିବା ସହ ୫ ବଲ୍ ପୂର୍ବରୁ ଦଳକୁ ବିଜୟ ଦେଇଥିଲେ । ଗିଲ୍‌ଙ୍କର ମଧ୍ୟ ଏହା ଥିଲା ଲଗାତାର ଶତକ ।

ଗୁଜରାଟ ଟାଇଟନ୍ସ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତାରକା ବିରାଟ କୋହଲି ୬୦ ବଲ୍‌ରୁ ଶତକ ପୂରଣ କରିଥିଲେ। କୋହଲି ମଧ୍ୟ ଆଇପିଏଲ୍‌ ଇତିହାସରେ ସର୍ବାଧିକ ଶତକ ଜମାଇବାର କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏହା ଥିଲା ଚଳିତ ଆଇପିଏଲ୍‌ରେ ତାଙ୍କର ଲଗାତାର ଦ୍ବିତୀୟ ଏବଂ ମୋଟ ଉପରେ ସପ୍ତମ ଶତକ। ସର୍ବାଧିକ ଶତକ (୭) ହାସଲରେ ସେ କ୍ରିସ୍‌ ଗେଲ୍‌ (୬)ଙ୍କ ପଛରେ ପକାଇ ଦେଇଥିଲେ। ଏବେ ସର୍ବାଧିକ ଆଇପିଏଲ୍‌ ଶତକରେ କୋହଲିଙ୍କଠୁ ଗେଲ୍‌ ଓ ଜୋସ୍‌ ବଟଲର୍‌ (୫) ପଛରେ ରହିଗଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+