Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟ ବିପକ୍ଷରେ ଗର୍ଜିଲା ଋତୁରାଜଙ୍କ ବଲ୍ଲା, ଟାଇଟନ୍ସ ଆଗରେ 173 ରନ ଟାର୍ଗେଟ୍

IPL 2023 Qualifier-1, CSK vs GT: ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଋତୁରାଜ ଗାଇକୱାଡ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଚମତ୍କାର ବ୍ୟାଟିଂ କରିଛନ୍ତି । ଆଇପିଏଲ 2023 ର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଋତୁରାଜ ଗାଇକୱାଡ ଗୁଜୁରାଟ ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଋତୁରାଜ ଗାଇକୱାଡ ଓ ଡେଭିନ୍ କନୱେଙ୍କ ଚମତ୍କାର ଆରମ୍ଭ ସତ୍ୱେ ଡିଫେଣ୍ଡିଂ ଚମ୍ପିୟନ ଗୁଜାରାଟ୍ ଟାଇଟନ୍ସ ଆଗରେ ମାତ୍ର 173ରନର ଟାର୍ଗେଟ୍ ଠିଆ କରି ପାରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

IPL 2023 Qualifier-1, CSK vs GT

ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇର ଦୁଇ ଓପନର ଡେଭିନ୍ କନୱେ ଓ ଋତୁରାଜ ଗାଇକୱାଡ ଦଳକୁ ଏକ ଦୃଢ ଆରମ୍ଭ ଦେଇଥିଲେ । ଋତୁରାଜ ଗାଇକୱାଡ 44 ବଲରେ 60 ରନ୍ ସହ ଦଳ ପାଇଁ ସର୍ବାଧିକ ସ୍କୋର କରିଥିଲେ। ଏହି ସମୟରେ ଗାଇକୱାଡ 7 ଚୌକା ଓ ଗୋଟିଏ ଛକା ମାରିଥିଲେ ।

ତେବେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଆଇପିଏଲରେ ଏହା ରିତୁରାଜ ଗାଇକୱାଡଙ୍କ ଚତୁର୍ଥ ଅର୍ଦ୍ଧଶତକ । ଏପର୍ଯ୍ୟନ୍ତ ଗୁଜୁରାଟ ବିପକ୍ଷ ଚାରିଟି ମ୍ୟାଚରେ ସେ ମୋଟ 278 ରନ୍ ସ୍କୋର କରିବାରେ ସଫଳ ହୋଇଛନ୍ତି । ଏହି ସମୟରେ ଋତୁରାଜ ଗାଇକୱାଡଙ୍କ ସର୍ବାଧିକ ସ୍କୋର 50 ବଲରେ 92 ରନ ଥିଲା । ଯାହା ଏହି ସିଜନରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଥିଲା ​​।

ମୋହିତ ଶର୍ମା ଋତୁରାଜ ଗାଇକୱାଡଙ୍କ ୱିକେଟ୍ ନେଇ ଗୁଜରାଟକୁ ପ୍ରଥମ ସଫଳତା ଦେଇଥିଲେ । ଡେଭିଡ ମିଲରଙ୍କ ଦ୍ୱାରା ଋତୁରାଜ ଗାଇକୱାଡଙ୍କୁ ଧରାଇ ମୋହିତ ଚେନ୍ନାଇକୁ ଏକ ବଡ଼ ଝଟକା ଦେଇଥିଲେ ।

ଚଳିତ ସିଜନରେ ବ୍ୟାଟ୍ ସହ ଚେନ୍ନାଇ ପାଇଁ କ୍ରମାଗତ ପ୍ରଦର୍ଶନ କରିଥିବା ଶିବମ୍ ଦୁବେ ଏହି ମ୍ୟାଚ୍ ରେ ଫ୍ଲପ୍ ହୋଇଥିଲେ । ତିନି ବଲରେ ଗୋଟିଏ ରନ୍ ସ୍କୋର କରିବା ପରେ ଦୁବେ ଆଉଟ୍ ହୋଇଥିଲେ । ନୁର ଅହମ୍ମଦ କ୍ଲିନ୍ ଦୁବେଙ୍କୁ ବୋଲିଂ କରି ପାଭିଲିୟନକୁ ପଠାଇଲେ । ଚଳିତ ସିଜନରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିବା ଦର୍ଶନ ନାଲକାଣ୍ଡେ ଅଜିଙ୍କ୍ୟ ରାହାଣେଙ୍କ ୱିକେଟ୍ ନେଇଥିଲେ।

ସେହିପରି ଅମ୍ବାତି ରାୟିଡୁ 9 ବଲରୁ 17 ରନ ଓ ରବିନ୍ଦର ଜାଡେଜା 16 ବଲରୁ 22 ରନ ସ୍କୋର କରିଥିଲେ । ଧୋନି ମଧ୍ୟ ସେମିତି କିଛି ଖାସ୍ ପ୍ରଦର୍ଶନ କରି ପାରିନଥିଲେ । ସେ ଦୁଇଟି ବଲ ଖେଳି 1 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ମୋଇନ ଅଲ୍ଲି 4 ବଲରୁ 9 ରନ କରି ଅପରାଜିତ ରହିଥିଲେ । ଗୁଜୁରାଟ୍ ପାଇଁ ମହମ୍ମଦ ଶାମି ଓ ମୋହିତ ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଦର୍ଶନ ନାଲକଣ୍ଡେ, ରସିଦ ଖାନ ଓ ନୁର୍ ଅହମ୍ମଦ ଗୋଟିଏଁ ଲେଖାଏଁ ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+