ନେପୋଟିଜିମ୍ ଓ ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ ଏମିତି କହିଲେ ପ୍ରୀତି ଜିଣ୍ଟା, ଟ୍ବିଟ୍ ହେଲା ଭାଇରାଲ୍...
IPL 2023, Arjun Tendulkar: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମଙ୍ଗଳବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ 2023ର 25 ତମ ମ୍ୟାଚରେ ପ୍ରଥମ ୱିକେଟ୍ ହାସଲ କରିଛନ୍ତି । ଅର୍ଜୁନ ତେନ୍ଦୁଲକର ଏହି ସମୟରେ ଆଲୋଚନାର କେନ୍ଦ୍ର ହୋଇ ରହିଛନ୍ତି ।
ମ୍ୟାଚର ଶେଷ ଓଭର୍ରେ ଭୁବନେଶ୍ୱର କୁମାରଙ୍କୁ ଆଉଟ୍ କରି ଅର୍ଜୁନ୍ ନିଜ ଆଇପିଏଲ୍ କ୍ୟାରିୟରର ପ୍ରଥମ ୱିକେଟ୍ ନେଇଥିଲେ । ଏହି ରୋମାଞ୍ଚକର ମ୍ୟାଚର ଶେଷ ଓଭରରେ ୨୦ ରନର ଆବଶ୍ୟକତା ଥିବା ବେଳେ ଅଧିନାୟକ ରୋହିତ ଶର୍ମା ଅର୍ଜୁନଙ୍କୁ ବୋଲିଂ ଭାର ଦେଇଥିଲେ । ଟିମର ଭରସାକୁ ସତ ପ୍ରମାଣିତ କରି ଦେଖାଇଲେ ଅର୍ଜୁନ୍ । ଶେଷ ଓଭରରେ ଗୋଟିଏ ୱିକେଟ୍ ସହ ଟିମକୁ ୧୪ ରନରେ ବିଜୟ ଦେଇଥିଲେ ଅର୍ଜୁନ୍ ତେନ୍ଦୁଲକର । ଏହା ମୁମ୍ବାଇର ଲଗାତାର ତୃତୀୟ ବିଜୟ ।

ପ୍ରୀତି ଜିଣ୍ଟାଙ୍କ ଭାଇରାଲ୍ ଟ୍ୱିଟ୍: ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ପରେ ପ୍ରୀତି ଜିଣ୍ଟା ଅର୍ଜୁନ ତେନ୍ଦୁଲକରଙ୍କ ପ୍ରଶଂସା କରି ଏକ ଟୁଇଟ୍ କରିଛନ୍ତି । ଯାହା ଏବେ ବେଶ୍ ଭାଇରାଲ ହେଉଛି । ପ୍ରୀତି ଟ୍ବିଟ୍ କରି ଲେଖିଛନ୍ତି ଯେ, ଦିନେ ନେପୋଟିଜିମ୍ ପାଇଁ ଏହି ଯୁବ କ୍ରିକେଟରଙ୍କୁ ବହୁତ ପରିହାସ କରାଯାଇଥିଲା । କିନ୍ତୁ ସେ ଆଜି ନିଜକୁ ପ୍ରମାଣ କରିଛନ୍ତି ଏବଂ ତାଙ୍କ ସ୍ଥାନ ହାସଲ କରିଛନ୍ତି । ଅଭିନନ୍ଦନ ଅର୍ଜୁନ। ସଚିନ୍ ଆପଣ ଆଜି ନିଶ୍ଚୟ ଗର୍ବିତ ।
Many mocked him for nepotism but tonight he has shown his spot is well earned 👏 Congrats Arjun. @sachin_rt you must be so proud #Arjuntendulkar #SRHvsMI #TATAIPL2023
— Preity G Zinta (@realpreityzinta) April 18, 2023
ଅର୍ଜୁନ ତାଙ୍କ ପିତାଙ୍କ ରେକର୍ଡ ଭାଙ୍ଗିଛନ୍ତି: ଅର୍ଜୁନ ତେନ୍ଦୁଲକର ଆଇପିଏଲରେ ପ୍ରଥମ ୱିକେଟ୍ ନେଇ ତାଙ୍କ ପିତା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନ ତେନ୍ଦୁଲକର ଆଇପିଏଲରେ କେବେବି ୱିକେଟ୍ ନେଇ ନଥିଲେ ଏବଂ ଅର୍ଜୁନ ତାଙ୍କ ପରିବାରର ପ୍ରଥମ ସଦସ୍ୟ ହୋଇ ଆଇପିଏଲ୍ ୱିକେଟ୍ ନେଇଛନ୍ତି ।
ସେହିପରି ଅର୍ଜୁନଙ୍କ ଆଇପିଏଲ୍ରେ ପ୍ରଥମ ୱିକେଟ୍ ପରେ ଅନେକ ଭାରତୀୟ ପୂର୍ବତନ କ୍ରିକେଟର୍ ମଧ୍ୟ ଟ୍ୱିଟ୍ରେ ଶୁଭେଚ୍ଛା ଜଣାଇଛନ୍ତି । ମହମ୍ମଦ କୈଫ୍, ଇରଫାନ୍ ପଠାନ୍, ବିରେନ୍ଦ୍ର ସେହୱାଗ୍ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି । ସେହୱାଗ୍ ଲେଖିଛନ୍ତି ଯେ, ସଚିନ୍ ଏବେ ଅର୍ଜୁନ୍ଙ୍କ ପାଇଁ ଗର୍ବ ଅନୁଭବ କରୁଥିବେ । ଅର୍ଜୁନ୍ ନିଜର ପରିଶ୍ରମର ଫଳ ପାଇଛନ୍ତି ।
କହିରଖୁ କି, ଆଇପିଏଲର ୨ଟି ସିଜିନ ମୁମ୍ବାଇ ଇଣ୍ତିଆନ୍ସ ପକ୍ଷରୁ କିଣା ଯାଇଥିଲେ ମଧ୍ୟ ପ୍ଲେଇଙ୍ଗ ଇଲେଭେନରେ ନିଜ ସ୍ଥାନ ପକ୍କା କରିପାରି ନଥିଲେ ଅର୍ଜୁନ ତେନ୍ଦୁଲକର । ୱାଙ୍ଖଡ଼େ ଷ୍ଟାଡିୟମରେ ପ୍ରଥମଥର ପାଇଁ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇଥିଲେ ଅର୍ଜୁନ । ସୂର୍ଯ୍ୟ କୁମାରଙ୍କ କ୍ୟାପ୍ଟେନ୍ସିରେ ଅର୍ଜୁନଙ୍କୁ ଦଳରେ ଜଣେ ଅଲରାଉଣ୍ଡର ଭାବେ ସୁଯୋଗ ମିଳିଥିଲା। ମ୍ୟାଚର ପ୍ରଥମ ଓଭର୍ରେ ଦମଦାର ବୋଲିଂ କରି ଉଭୟ ଟିମ୍ ଓ ଫ୍ୟାନ୍ସଙ୍କ ମନ କିଣି ପାରିଥିଲେ ଅର୍ଜୁନ ।












Click it and Unblock the Notifications