ଯେତେବେଳେ ପଞ୍ଜାବ କିଙ୍ଗ୍ସ ଖେଳାଳିଙ୍କ ପାଇଁ ୧୨୦ ଆଳୁ ପରଟା ତିଆରି କରିଥିଲେ ପ୍ରୀତି ଜିଣ୍, ତାପରେ...

Preity Zinta Aloo Paranthas: ଆଇପିଏଲର 16 ତମ ସିଜନରେ ପଞ୍ଜାବ କିଙ୍ଗ୍ସର ମାଲିକାଣି ପ୍ରୀତି ଜିଣ୍ଟା ଏକ ମଜାଦାର ଖୁଲାସା କରିଛନ୍ । ଥରେ ଯେତେବେଳେ ସେ ନିଜ ଦଳର ଖେଳାଳିଙ୍କ ପାଇଁ ୧୨୦ ପରଟା ତିଆରି କରିଥିଲେ, ସେହି ମୁହୁର୍ତ୍ତର କଥା ମଜାଦାର ସ୍କୃତି ସେୟାର କରିଛନ୍ତି ।

ଷ୍ଟାର ସ୍ପୋର୍ଟ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଥରେ ଟିମର ସମସ୍ତ ଖେଳାଳିଙ୍କ ପାଇଁ ଆଳୁ ପରଟା କରିଥିଲେ । ୨୦୦୯ ଆଇପିଏଲ ମ୍ୟାଚ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଉଥିଲା । ହୋଟେଲରେ ଭଲ ଆଳୁ ପରଟା ମିଳୁ ନ ଥିବାରୁ ପ୍ରୀତି ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ ସମୟରେ ଟିମର ଖେଳାଳିମାନେ ତାଙ୍କୁ କହିଥିଲେ ଆପଣ ଆମମାନଙ୍କ ପାଇଁ ଆଳୁ ପରଟା କରିପାରିବେ । ଏହାର ଉତରରେ ପ୍ରୀତି କହିଥିଲେ, ହଁ ଯଦି ତୁମେ ଆଗାମୀ ମ୍ୟାଚରେ ବିଜୟ ହାସଲ କରିବ ମୁଁ ପରଟା ଖୁଆଇବି ।

Preity Zinta

ଆମ ଦଳ ମ୍ୟାଚ ଜିତିବା ପରେ ମୁଁ ସେମାନଙ୍କ ପାଇଁ ୧୨୦ ଆଳୁ ପରଟା କରିଥିଲି । ସେତେବେଳେ ମନେ ମନେ ଭାବିଥିଲି କେତେ ଖାଉଛନ୍ତି ଏମାନେ ? ହରଭଜନ ସିଂ ହସି କରି କହିଥିଲେ ଇରଫାନ ପଠାନ ଏକୁଟିଆ ୨୦ ପରଟା ଖାଇ ଦେଇଥିବେ । ତେବେ ଏହା ଶୁଣି ସମସ୍ତେ ହସିଥିଲେ ।

ପଞ୍ଜାବ କିଙ୍ଗ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ମୋଟ 8 ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ସେମାନେ 4 ଟି ଜିତିଛନ୍ତି ଏବଂ 4 ଟି ମ୍ୟାଚ୍ ହାରିଛନ୍ତି। ଦଳ ଏହି ଚାରିଟି ବିଜୟ ଏବଂ 8 ପଏଣ୍ଟ ଏବଂ -0.510 ନେଟ୍ ରନ୍ରେଟ୍ ସହିତ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+