ଆଇପିଏଲ 2023: ଲିଭିଂଷ୍ଟୋନ୍ ଓ ଜିତେଶ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂ, ମୁମ୍ବାଇ ଆଗରେ ବିଶାଳ ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ
IPL 2023, PBKS vs MI: ଆଜି ଆଇପିଏଲ ୨୦୨୩ରେ ଖେଳାଯାଇଥିବା ୪୬ ତମ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ପଞ୍ଜାବର ଦୁଇ ଷ୍ଟାର ଲିଆମ ଲିଭିଂଷ୍ଟୋନ୍ ଓ ଜିତେଶ ଶର୍ମା । ଦୁଇ ବ୍ୟାଟ୍ସମ୍ୟାନଙ୍କ ଶତକୀୟ ଭାଗିଦାରୀ ଫଳରେ ମୁମ୍ବାଇ ଆଗରେ ୨୧୫ ରନର ବିଜୟ ଲକ୍ଷ୍ୟ ଠିଆ କରିଛି ପଞ୍ଜାବ ।

ଦୁଇ ବ୍ୟାଟରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ଖେଳି ୩ ବିନିମୟରେ ୨୧୪ ରନର ବିଶାଳ ସ୍କୋର କରିଛି । ଦଳ ପକ୍ଷରୁ ଲିଆମ ଲିଭିଂଷ୍ଟୋନ୍ ସର୍ବାଧିକ ୮୨ ରନ୍ ରନ୍ କରିଥିବା ବେଳେ ୱିକେଟ୍ କିପର ଜିତେଶ ଶର୍ମା ୪୯ ରନ୍ କରିଥିଲେ । ସେହିପରି ଅଧିନାୟକ ଶିଖର ଧାୱନ ୩୦ ରନ୍ ଓ ମାଥିୟୁ ଶର୍ଟ ୨୭ ରନ୍ କରିଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ ଆରମ୍ଭରୁ ୱିକେଟ୍ ହରାଇଥିଲା। ୧.୩ ଓଭରରେ ପ୍ରଭସିମ୍ରନ ସିଂହ(୭ ବଲ୍ ୯ ରନ୍)ୱିକେଟ୍ ଯାଇଥିଲା। ଏହାପରେ ୭.୨ ଓଭରରେ ଶିଖର ଧୱନ(୨୦ ବଲ୍ ୩୦ ରନ୍), ୧୧.୨ ଓଭରେ ମାଥିୟୁ ଶର୍ଟ ୨୬ ବଲ୍ରେ ୨୭ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ଲିଭିଂଷ୍ଟୋନ୍ ଓ ଜିତେଶ ଶର୍ମା ପାଳିକୁ ସମ୍ଭାଳି ପଞ୍ଜାବ ଦଳକୁ ଏହି ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲେ ।
ସେପଟେ ପଞ୍ଜାବ ବିପକ୍ଷରେ ଆଜି ଖରାପ ବୋଲିଂ ପ୍ରଦର୍ଶନ କରିଛି ମୁମ୍ବାଇ । କେବଳ ପିୟୁଷ ଚାୱଲାଙ୍କୁ ବ୍ୟାତୀତ ଦଳର କୌଣସି ବୋଲର ରନ୍ ଗତିକୁ ରୋକିବାରେ ବିଫଳ ହୋଇଥିଲେ। ପଞ୍ଜାବର ପିୟୁଷ ଚାୱଲା ସର୍ବାଧିକ ୨ଟି ୱେକେଟ୍ ନେଇଥିବା ବେଳେ ଅର୍ଶଦ ଖାନ ଗୋଟିଏ ୱିକେଟ୍ ନେଇଥିଲେ ।












Click it and Unblock the Notifications