IPL 2023, PBKS vs LSG: 14 ଛକା, 27 ଚୌକା; ଆଇପିଏଲ ଇତିହାସରେ ଦ୍ବିତୀୟ ସର୍ବାଧିକ ସ୍କୋର ଠିଆ କଲା ଲକ୍ଷ୍ନୌ

IPL 2023, PBKS vs LSG: ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଚୌକା ଓ ଛକାର ବର୍ । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ବିଜୟ ପାଇଁ 258 ରନ୍ ଲକ୍ଷ୍ୟ ରଖିଛି ।

ଆଇପିଏଲ ଇତିହାସରେ ଦ୍ବିତୀୟ ସର୍ବାଧିକ ସ୍କୋର: ଲକ୍ଷ୍ନୌ 20 ଓଭରରେ 5 ୱିକେଟ୍ ହରାଇ 257 ରନ୍ ସଂଗ୍ରହ କରିଛି । ଆଇପିଏଲ୍ ଇତିହାସରେ କେବଳ ଦ୍ୱିତୀୟ ଥର ପାଇଁ ଏକ ଦଳ 250 ରୁ ଅଧିକ ରନ୍ ସ୍କୋର କରିବାରେ ସଫଳ ହୋଇଛି । ଶିଖର ଧୱନଙ୍କ ନେତୃତ୍ୱାଧିନ ପଞ୍ଜାବକୁ ଏହି ମ୍ୟାଚ ଜିତିବା ପାଇଁ ବ୍ୟାଟ ବିରାଟ୍ ସ୍କୋର କରିବାକୁ ପଡିବ ।

IPL 2023, PBKS vs LSG

କାଇଲ୍ ମେରେସଙ୍କ ଅର୍ଦ୍ଧଶତକ: କାଇଲ୍ ମେରେସ୍ ଲକ୍ଷ୍ନୌ ପାଇଁ ଏକ ଚମତ୍କାର ଆରମ୍ଭ କରିଥିଲେ । ମାତ୍ର 20 ଟି ବଲରେ ସେ ଆଇପିଏଲ୍ କ୍ୟାରିୟରର ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଛନ୍ତି । ଲକ୍ଷ୍ନୌ ପାଇଁ ସାତଟି ଚୌକା ଓ ଚାରିଟି ଛକା ସହାୟତାରେ ମେୟର 24 ବଲରେ 54 ରନ୍ ସଂଗ୍ରହ କରିଥିଲେ । ପାୱାରପ୍ଲେ ସମୟରେ ମେୟର ଦଳକୁ 74 ରନରେ ପହଞ୍ଚାଇଥିଲେ ।

ଷ୍ଟୋନିସଙ୍କ 73 ରନ୍ ପାଳି: ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଲରାଉଣ୍ଡର ମାର୍କ ଷ୍ଟୋଇନିସ୍ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ସେ 40 ବଲରେ 73 ରନ୍ ସ୍କୋର କରିଛନ୍ତି । ମାର୍କସ ଷ୍ଟୋଇନିସ୍ 6ଟି ଚୌକା ଓ 6ଟି ଛକା ମାରିଥିଲେ । ସେ ନିକୋଲାସ ପୁରଣଙ୍କ ସହ ଦୃତ ସହଭାଗିତା କରିଥିଲେ । ପୁରଣ 19 ଟି ବଲରେ 45 ରନ୍ ସଂଗ୍ରହ କରିଥିଲେ । ଆୟୁଷ ବାଦୋନି ମଧ୍ୟ ବହୁତ ଭଲ ଖେଳ ପ୍ରଦର୍ଶନ କରିଥିଲେ । 24 ବଲରେ 43 ରନ୍ ସ୍କୋର କରିବା ପରେ ଆୟୁଷ ବାଡୋନି ଆଉଟ୍ ହୋଇଥିଲେ । ବାହାରକୁ ଯିବା ପୂର୍ବରୁ ସେ ଦଳକୁ ଏକ ବଡ଼ ସ୍କୋର ଆଡକୁ ନେଇଥିଲେ । ବାଡୋନି ଅନ୍ୟ ପାର୍ଶ୍ୱରୁ ମାର୍କସ ଷ୍ଟୋଇନିସଙ୍କ ସମର୍ଥନ ମଧ୍ୟ ପାଇଥିଲେ ।

କେବଳ ଅଧିନାୟକ କେଏଲ୍ ରାହୁଲଙ୍କ ବ୍ୟାଟ୍ ନୀରବ ରହିଥିଲା । କାଗିସୋ ରାବାଡା କେ.ଏଲ୍ ରାହୁଲଙ୍କୁ ଶାହାରୁଖ ଖାନଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ସେ ନଅ ବଲରେ 12 ରନ୍ ସ୍କୋର କରିଚନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+