ଆଇପିଏଲ ୨୦୨୩: ଆଜି ମୁମ୍ବାଇ-ଲକ୍ଷ୍ନୌ ଟକ୍କର, ପ୍ଲେ-ଅଫର ଦ୍ୱିତୀୟ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା
ଲକ୍ଷ୍ନୌ: ଚଳିତ ଆଇପିଏଲ୍ର ୬୩ତମ ଲିଗ୍ ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଘରୋଇ ଗ୍ରାଉଣ୍ଡ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଏହି ମ୍ୟାଚ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଶିଖର ଛୁଇଁଛି । ପ୍ଲେ-ଅଫ୍ ଦୌଡରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ସୁପର ଜାଏଣ୍ଟ୍ସ ପାଇଁ ଶ୍ରେଷ୍ଠ ୨ ମଧ୍ୟରେ ସ୍ଥାନ ହାସଲ କରିବାର ସୁଯୋଗ ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ୧୨ଟି ମ୍ୟାଚ୍ରୁ ୧୪ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ସୁପର ଜାଏଣ୍ଟ୍ସ ୧୨ଟି ମ୍ୟାଚରୁ ୧୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଏହି ମ୍ୟାଚରେ ବିଜୟୀ ହେଲେ ରୋହିତ୍-ଆଣ୍ଡ-କୋ ଚେନ୍ନାଇ ସୁପରକିଙ୍ଗ୍ସକୁ ପଛରେ ପକାଇ ତୃତୀୟରେ ପହଞ୍ଚିବ । ଲକ୍ଷ୍ନୌ ଜିତିଲେ ସୁପରକିଙ୍ଗ୍ସ ସହ ସମାନ ପଏଣ୍ଟରେ ରହିବ । ବଡ଼ ବ୍ୟବଧାନରେ ଜିତିଲେ ରନ୍ ରେଟ୍ ବୃଦ୍ଧି ହେବ ।

ଚଳିଚ ସିଜନରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିବାକୁ ଯାଉଛନ୍ତି । ଗତ ବର୍ଷ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯାଇଥିଲା ଓ ଉଭୟ ମ୍ୟାଚ୍ରେ ସୁପରଜାଏଣ୍ଟ୍ସ ଜିତିଥିଲା । ଏଥର ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ସୁପର ଜାଏଣ୍ଟ୍ସକୁ ତା' ଘରୋଇ ଗ୍ରାଉଣ୍ଡ୍ରେ ହରାଇବା ସହଜ ନୁହେଁ । ଗୌତମ ଗମ୍ଭୀରଙ୍କ ଚତୁର ରଣକୌଶଳ ସାଙ୍ଗକୁ ମନ୍ଥର ପିଚ୍ ମୁମ୍ବାଇ ବ୍ୟାଟରଙ୍କ ପାଇଁ ଚିନ୍ତାର କାରଣ ହେବ ।
କେ ଏଲ ରାହୁଲ ଆହତ ହୋଇ ବାଦ ପଡ଼ିଥିଲେ ହେଁ ତାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିନାହିଁ । କ୍ୱିଣ୍ଟନ ଡି କକ୍ ତାଙ୍କ ସ୍ଥାନ ସମ୍ଭାଳି ନେଇଛନ୍ତି । ଓପନିଂ ବିଭାଗ ପୂର୍ବପେକ୍ଷା ସୁଦୃଢ ହୋଇଛି । ମଧ୍ୟ କ୍ରମରେ ନିକୋଲାସ ପୂରନ ଓ ମାର୍କସ ଷ୍ଟଇନିସ ଆତଙ୍କ ସୃଷ୍ଟି କରିଛନ୍ତି ।
ଆଇପିଏଲ୍ ଇତିହାସରେ ସର୍ବାଧିକ ଛକା ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ରହିଛି । ୧୬ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ମୋଟ୍ ୧୫୧୬ଟି ଛକା ମାରିଛି । ପାୱାର ପ୍ଲେ'ରେ ମଧ୍ୟ ସର୍ବାଧିକ ୩୨୨ଛକା ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ନାମରେ ରହିଛି । ମଙ୍ଗଳବାର ୨ଟି ଛକା ମାରିଲେ ଷ୍ଟାଇନିସଙ୍କ ଛକା ସଂଖ୍ୟା ୨୦୦ରେ ପହଞ୍ଚିବ । ମାତ୍ର ଜାସନ ବେହରନଡର୍ଫ ଓ ଷ୍ଟଇନିସ୍ଙ୍କ ମଧ୍ୟରେ ଲଢେଇ ହେବ । ବେହରନଡର୍ଫଙ୍କ ବିପକ୍ଷରେ ଷ୍ଟଇନିସ ମାତ୍ର ୪ଟି ମ୍ୟାଚ୍ ଖେଳି ୨୨ ରନ୍ ସଂଗ୍ରହ କରିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications