ଆଇପିଏଲ ୨୦୨୩: ଆୟରଙ୍କ ଶତକ ସତ୍ତ୍ୱେ ୫ ୱିକେଟରେ କେକେଆରକୁ ହରାଇଲା ମୁମ୍ବାଇ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୬ତମ ସଂସ୍କରଣର ୨୨ତମ ମ୍ୟାଚରେ କୋଲକାତା ନାଇଟ୍‌ ରାଇର୍ଡସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି ।

ମୁମ୍ବାଇର ୱାନଙ୍ଖେଡେ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନୀତିଶ ରାଣାଙ୍କ ନେତୃତ୍ବରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା । ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୭.୪ ଓଭରରେ ୫ ୱିକେଟ୍‌ ହରାଇ ପୂରା କରି ନେଇଛି । ବ୍ୟାଟର ଈଶାନ କିଶନ ଅର୍ଦ୍ଧଶତକ ହାସଲ କରିଥିଲେ ।

IPL 2023

ଆଜି ମୁମ୍ବାଇ ପକ୍ଷରୁ ବ୍ୟାଟିଂ ନିମନ୍ତ୍ରଣ ପାଇ କୋଲକାତାର ପାଳି ଆରମ୍ଭ କରିଥିଲେ ରହମାନୁଲ୍ଲା ଗୁରବାଜ ଓ ଏନ୍‌ ଜଗଦୀସନ। କ୍ୟାମରନ ଗ୍ରୀନ୍‌ ବଲ୍‌ ସାମ୍ନା କରିବାକୁ ବିଫଳ ହୋଇ ଜଗଦୀଶନ ଖାତା ନ ଖୋଲି ପାଭଲିଅନ ଫେରିଥିଲେ। ମାତ୍ର ୧୧ ରନ୍‌ର ସ୍କୋରରେ କୋଲକାତାକୁ ପ୍ରଥମ ଝଟକା ମିଳିଥିଲା। ରହମାନୁଲ୍ଲା ଓ ଭେଙ୍ଗଟେଶ ଆୟର ଦ୍ବିତୀୟ ୱିକେଟ୍‌ ପାଇଁ ୪୬ ରନ୍‌ ସଂଗ୍ରହ କରିଥିଲେ। ରହମାନୁଲ୍ଲା ବ୍ୟକ୍ତିଗତ ଭାବେ ୮ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ।

ତାଙ୍କ ସ୍ଥାନରେ ଆସିଥିଲେ ଅଧିନାୟକ ନିତିଶ ରାଣା (୫ରନ୍‌)। ସାର୍ଦ୍ଦୁଲ ଠାରକୁ ୧୩ ରନ୍‌, ରିଙ୍କୁ ସିଂ ୧୮ ରନ୍‌ ଯୋଡ଼ିଥିଲେ। କୋଲକାତା ୧୨୩ ରନ୍‌ରେ ୪ ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା। ତେବେ କୋଲକାତାକୁ ବଡ଼ ସ୍କୋର ଦେବାରେ ଭେଙ୍କଟେଶ ଆୟର ବଡ଼ ଭୂମିକା ତୁଲାଇଥିଲେ। ଆୟର ୫୧ଟି ବଲ୍‌ ଖେଳି ଶତକ (୧୦୪ ରନ୍‌) ହାସଲ କରିଥିଲେ। ଏଥିରେ ୬ଟି ଚୌକା ଓ ୯ଟି ଛକା ସାମିଲ ଥିଲା। ମୁମ୍ବାଇ ପାଇଁ ହ୍ରିତିକ ଶୋଖୀନ ସର୍ବାଧିକ ୨ଟି ୱିକେଟ ନେଇଥିଲେ। କେମରନ ଗ୍ରୀନ, ଡୁଆନ ଜନସେନ୍‌, ପିୟୁଷ ଚାୱଲା ଓ ରିଲେ ମେରଡିହିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା ।

ଏହାପରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମା ଓ ଈଶାନ କିଶନ ମୁମ୍ବାଇର ପାଳି ଆରମ୍ଭ କରିଥିଲେ । ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୬୫ ରନ୍‌ର ଭାଗିଦାରୀ ହୋଇ ଦଳର ବିଜୟ ପଥକୁ ସହଜ କରିଥିଲେ। ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୮ ରନ୍‌ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୫ଟି ଚୌକା ଓ ସମାନ ପରିମାଣରେ ଛକା ମାରିଥିଲେ। ଅଧିନାୟକ ରୋହିତ ଶର୍ମା ୨୦ ରନ୍‌, ସୂର୍ଯ୍ୟକୁମାର ଯାଦବ ୪୩ ରନ୍‌, ତିଲକ ର୍ବା ୩୦ ରନ୍‌ ଓ ଟିମ୍‌ ଡାଭିଡ ଅପରାଜିତ ୨୪ ରନ୍‌ ସଂଗ୍ରହ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+