କଥା ରଖିଲେ ମାହି, ଚେପକରେ ଶେଷ ମ୍ୟାଚ ଖେଳିବେ ଧୋନି !

କ୍ରିକେଟରୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମେ 14 ରେ ଧୋନି ତାଙ୍କର ଶେଷ ମ୍ୟାଚ୍ ଖେଳିବେ ।

MS Dhoni Last Match

MS Dhoni Last Match: କ୍ରିକେଟରୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯଦି ରିପୋର୍ଟ ଗୁଡିକ ସତ ହୋଇଥାଏ, ତେବେ ଆଇପିଏଲ 2023 (IPL 2023) ରେ ଧୋନି ତାଙ୍କର ଶେଷ କ୍ରିକେଟ୍ ମ୍ୟାଚ୍ ଖେଳିବେ । ଯଦି ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରେ ନାହିଁ , ତେବେ ମେ 14 ରେ ଧୋନି ତାଙ୍କର ଶେଷ ମ୍ୟାଚ୍ ଖେଳିବେ । ଚେପକଠାରେ ଅନୁଷ୍ଠିତ ଏହି ମ୍ୟାଚରେ CSK କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ।

କହରିଖୁ କି, ଧୋନି 2019 ରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଅଗଷ୍ଟ 2020 ରେ ସେ ଅନ୍ତର୍ଜାତୀୟ ମ୍ୟାଚରୁ ଅବସର ଘୋଷଣା କରିଥିଲେ । କିନ୍ତୁ ସେ ଏବେ ବି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି । ଧୋନିଙ୍କ ବୟ 41 ବର୍ଷ । ସେ କେବେ କ୍ରିକେଟ୍ ଲିଗ୍ ରୁ ଅବସର ନେବେ ବୋଲି ଅନେକ ଥର ପଚରା ଯାଇଥିଲା । କିନ୍ତୁ ସେ ଏହା ବିଷୟରେ କୌଣସି ବିବୃତ୍ତି ଦେଇ ନଥିଲେ । କିନ୍ତୁ ହଁ କହିଥିଲେ, ଯଦି ମୁଁ କେବେ ମୋର ଶେଷ ମ୍ୟାଚ ଖେଳେ । ତେବେ ତାହା ଚେପକ୍ ଗ୍ରାଉଣ୍ଡରେ ହେବ ।

ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ 4 ଥର ଆଇପିଏଲ ଟାଇଟଲ ହାସଲ କରି ସାରିଛି । 2008ରେ ଚେନ୍ନାଇ ଧୋନିଙ୍କୁ କିଣିଥିଲା । ମଝିରେ ଦୁଇ ବର୍ଷ ପାଇଁ ଦଳ ଉପରେ ପ୍ରତିବନ୍ଧକ ଲାଗିବା ଫଳରେ ସେ ଅନ୍ୟ ଦଳ ସହ ଜଡିତ ଥିଲେ। ହେଲେ ସେ ସେବେଠାରୁ CSK ସହିତ ଅଛନ୍ତି । ଧୋନିଙ୍କ ପରେ ବେନ ଷ୍ଟୋକ୍ସ, ଅଜିଙ୍କ୍ୟ ରାହାଣେ ଓ ଋତୁରାଜ ଗାଲକ୍ୱାଡଙ୍କ ମଧ୍ୟରୁ ଜଣେ ଚେନ୍ନାଇ ଟିମର ନେତୃତ୍ୱ ନେଇ ପାରନ୍ତି । ଚେନ୍ନାଇ ଏଥର ଗୁଜରାଟ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ।

ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ଅଧିକାରୀ କହିଛନ୍ତି, ' ହଁ, ଖେଳାଳି ଭାବରେ ଏହା ଏମ୍ଏସ୍ ଙ୍କର ଶେଷ ସିଜନ ହେବ । ଏ କଥା ଆମେ ଜାଣୁ । କିନ୍ତୁ ନିଶ୍ଚିତ ଭାବେ, ଏହା ତାଙ୍କର ନିଷ୍ପତ୍ତି । ସେ ଅବସର ନେବେ ବୋଲି ଆନୁଷ୍ଠାନିକ ଭାବେ ସୂଚନା ଦେଇ ନାହାଁନ୍ତି । ଆଇପିଏଲ୍ ଚେନ୍ନାଇକୁ ଫେରିଥିବାରୁ ସମସ୍ତ CSK ପ୍ରଶଂସକଙ୍କ ପାଇଁ ଏହା ଏକ ବିଶେଷ ଉତ୍ସବ । କିନ୍ତୁ ଯଦି ଧୋନି ତାଙ୍କର ଶେଷ ସିଜିନ ଖେଳନ୍ତି, ତେବେ ଏହା ଏକ ଦୁଃଖଦ ମୁହୂର୍ତ୍ତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+