ଆଇପିଏଲ ୨୦୨୩: ଆଜି ସନଡେ' ସୁପର ଫାଇଟରେ ଡବଲ ହେଡର
IPL Match Today: ଆଇପିଏଲ ୨୦୨୩ରେ ଆଜି ସନଡେ' ସୁପର ଫାଇଟ । ଆଜି ଡବଲ ହେଡର ମୁକାବିଲା । ଆଜି ଦୁଇଟି ହାଇଭୋଲଟେଜ୍ ମ୍ୟାଚ ରହିଛି । ପ୍ରଥମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ସେହିପରି ଦ୍ବିତୀୟ ମ୍ୟାଚରେ ସଂଧ୍ୟାରେ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ ।
ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ଭଲ ଫର୍ମରେ ରହିଛି । ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟେବଲୁ ଟପରେ ଥିବା ରାଜସ୍ଥାନକୁ ଭେଟିବ । ରାଜସ୍ଥାନ 4ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ବାଙ୍ଗାଲୋର 3ଟି ମ୍ୟାଚ ଜିତି ଷଷ୍ଠ ସ୍ଥାନରେ ରହିଛି । ରାଜସ୍ଥାନ ବାଙ୍ଗାଲୋରକୁ ହରାଇ ଶୀର୍ଷ ସ୍ଥାନ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ ।

ରାଜସ୍ଥାନ ଗତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ଠୁ ପରାଜିତ ହୋଇଥିଲା । ୧୫୫ ରନ୍ର ବଜୟ ଲକ୍ଷ୍ୟକୁ ପିଛା କରୁଥିବା ଏହି ଦଳ ପାଇଁ ଓପନର୍ ଯଶସ୍ବୀ ଜୟସ୍ବାଲ (୪୪) ଓ ଜୋସ ବଟଲର (୪୪) ୧୧.୩ ଓଭରରେ ୮୭ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇ ଥିଲେ। ହେଲେ ମଧ୍ୟକ୍ରମର ବିଫଳତା ପାଇଁ ଦଳ ୧୦ ରନ୍ ପଛରେ ପଡ଼ି ଯାଇଥିଲା । ଯଶସ୍ବୀ ଓ ବଟଲର ଚଳିତ ଆଇପଏଲର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଏମାନଙ୍କ ପ୍ରଦର୍ଶନ ଭଲ ରହିଥିଲା ବେଳେ ମଧ୍ୟକ୍ରମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ସାମସନ ଓ ହେଟମେୟର ରନ୍ କରୁଛନ୍ତି ହେଲେ ସ୍ଥିରତା ରଖୁ ନାହାନ୍ତି । ଦେବଦତ୍ତ ପଡ଼ିକଲ ଓ ରିୟାନ ପରାଗ ଅଶା ଅନୁଯାୟୀ ଖେଳିପାରୁ ନାହାନ୍ତି । ଅଭିଜ୍ଞ ଟ୍ରେଣ୍ଟ ବୋଲ୍ଟ ଓ ସନ୍ଦୀପ ଶର୍ମାଙ୍କୁ ନେଇ ରାଜସ୍ଥାନ ଓପନିଂ ବୋଲିଂ ଲାଇନ୍କୁ ଦୃଢ଼ ରଖିଛି। ସ୍ପିନ୍ରେ ରବିଚନ୍ଦ୍ରନ ଅଶ୍ବିନ ଭଲ କରୁଥିଲା ବେଳେ ୟୁଝବେନ୍ଦ୍ର ଚହଲ ମହଙ୍ଗା ରହୁଛନ୍ତି ।

ସେହିପରି ଆରସିବି ତାର ଚତୁର୍ଥ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ଆରସିବିର କୋହଲି ଓ ଡୁପ୍ଲେସି ଫର୍ମରେ ରହିଛନ୍ତି । ରାଜସ୍ଥାନ ବିପକ୍ଷରେ ଦୁଇ ଖେଳାଳି ବଡ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି । ସବୁଜ ଜର୍ସିରେ ଖେଳିବ ବାଙ୍ଗାଲୋର: ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ଓ ବାଙ୍ଗାଲୋର ମ୍ୟାଚ ଅନୁଷ୍ଠିତ ହେବ । ଏହି ମୁକାବିଲାରେ ବାଙ୍ଗାଲୋର ପ୍ଲେୟାର ସବୁଜ ଜର୍ସି ପିନ୍ଧି ରାଜସ୍ଥାନ ବିପକ୍ଷରେ ମ୍ୟାଚ ଖେଳିବେ ।
- RCB ସାମ୍ଭାବ୍ୟ ଏକାଦଶ: ଫାଫ ଡୁପ୍ଲେସି, ବିରାଟ କୋହଲି, ମହିପାଲ ଲୋମରାର, ଗ୍ଲେନ ମ୍ୟାକ୍ସୱେଲ, ଶାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ବେନ ପାର୍ନିଲ, ମହମ୍ମଦ ସିରାଜ, ବେଶାଖ ବିଜୟକୁମାର ।
- RR ସାମ୍ଭାବ୍ୟ ଏକାଦଶ: ସଞ୍ଜୁ ସାମସନ, ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର, ଦେବଦତ୍ତ ପାଡିକଲ, ରିୟାନ ପରାଗ, ସିମରନ ହେତମେୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଆଡାମ ଜାମ୍ଫା, ଟ୍ରେଣ୍ଟ ବୋଲ୍ଡ, ୟୁଝବେନ୍ଦ୍ର ଚହଲ ।
କୋଲକାତା ନାଇଟ୍ ରାଇଡର୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ: ଆରସିବି ଓ ଗୁଜରାଟ ଟାଇଟାନ୍ସକୁ ହରାଇବା ପରେ ନୀତୀଶ ରାଣାଙ୍କ ନେତୃତ୍ବଧୀନ କେକେଆର୍ ଲଗାତାର ହ୍ୟାଟ୍ରିକ ପରାଜୟ ବରଣ କଲାଣି । ମୋଟ ୪ ପରାଜୟ ଚଳିତ ସଂସ୍କରଣରେ ସଂଘର୍ଷ କରୁଥିବା ଦଳ ପଞ୍ଜାବ କିଙ୍ଗ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସଠୁ ବରଣ କରିଛି । ଫଳରେ କେକେଆର୍ ୬ ମ୍ୟାଚ୍ରୁ ୨ ଜିତି ୪ ପଏଣ୍ଟ ସହ ଟେବୁଲର ଅଷ୍ଟମରେ ରହିଛି । ତେଣୁ ଆଜିର ମ୍ୟାଚକୁ ଜିତିବାକୁ ନୂଆ ରଣନୀତି ନେଇ କୋଲକତା ବିପକ୍ଷରେ ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଆଜି ଚେନ୍ନାଇକୁ ହରାଇ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି କୋଲକାତା ନାଇଟ ରାଇଡର୍ସ ।

ସେହିପରି ୪ ଥରର ବିଜେତା ଚେନ୍ନାଇ ୬ ମ୍ୟାଚ୍ରୁ ୪ ବିଜୟ ସହ ୮ ପଏଣ୍ଟ ପାଇଛି । ଏହି ଦଳ କେବଳ ଟାଇଟାନ୍ସ ଓ ରୟାଲ୍ସଠୁ ହାରିଛି। ଗତ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଓପନିଂ ଯୋଡ଼ି ଡେଭନ କନୱେ ଓ ଋତୁରାଜ ଗାଏକ୍ବାଡ ୬୬ ବଲ୍ରେ ୮୭ ରନ୍ର ଭାଗୀଦାରି ଗଢ଼ି ଦଳକୁ ୭ ୱିକେଟ୍ରେ ବିଜୟ ଦେଇଥିଲେ । କନୱେ ୭୭ ରନ୍ର ଅପରାଜିତ ପାଳି ଖେଳିଥିଲେ । ସ୍ପିନ୍ ତ୍ରିମୂର୍ତ୍ତି ମୋଇନ ଅଲୀ, ରବୀନ୍ଦ୍ର ଜାଦେଜା ଓ ମହେଶ ତୀକ୍ଷ୍ଣାଙ୍କୁ ନେଇ ଦଳର ବୋଲିଂ ଲାଇନ୍ ଦୃଢ଼ ରହିଛି ।
- CSK ସାମ୍ଭାବ୍ୟ ଏକାଦଶ: ଋତୁରାଜ ଗାଏକ୍ବାର୍ଡ, ଡେଭିଡ କନୱେ, ଆଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଅମ୍ବିତୀ ରାୟୁଡୁ/ଆକାଶ ସିଂହ, ଶିବମ ଦୁବେ, ଏମଏସ ଧୋନୀ, ରବିନ୍ଦ୍ର ଜାଡେଜା, ମତିଶ ପଥିରାନା, ମହେଶ ଠିତଶାନା, ତୁଷାର ଦେଶପାଣ୍ଡେ
- KKR ସାମ୍ଭାବ୍ୟ ଏକାଦଶ: ରହମନୁଲ୍ଲା ଗୁରବାଜ. ନାରାୟଣ ଜଗଦୀଶନ, ଭେଙ୍କଟେଶ ଆୟର, ସୁନିଲ ନାରାଏନ, ନିତିଶ ରାଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂ, ସାର୍ଦୁଳ ଠାକୁର, ଉମେଶ ଯାଦବ, ଲୋଡି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ ।












Click it and Unblock the Notifications