Get Updates
Get notified of breaking news, exclusive insights, and must-see stories!

ଆଇପିଏଲ ୨୦୨୩: ୧ ରନରେ ମ୍ୟାଚ୍ ଜିତି ପ୍ଲେ-ଅଫରେ ଲକ୍ଷ୍ନୌ, ଶେଷ ଯାଏଁ ଲଢିଲେ ରିଙ୍କୁ...

କୋଲକାତା: ଆଇପିଏଲ ୨୦୨୩ର ୬୮ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ (ଏଲଏସଜି) ୧ ରନରେ ବିଜୟ ହାସଲ କରିଛି । ତେବେ ଏହି ବିଜୟ ସହ ପ୍ଲେ-ଅଫରେ ପହଞ୍ଚିଛି ଲକ୍ଷ୍ନୌ ।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ର ୧୭୭ ରନ ଟାର୍ଗେଟକୁ ପିଛା କରି କୋଲକାତା ୭ ୱିକେଟରେ ୧୭୫ ରନ କରିବାରେ ସକ୍ଷମ ହୋଇଛି । ଦ୍ବିତୀୟ ପାଳିରେ କୋଲକତାର ଦୁଇ ଓପନର ଜେସନ ରାୟ ଓ ଭେଙ୍କଟେଶ ଆୟାର ଭଲ ଆରମ୍ଭ କରିଥିଲେ । ତେବେ ଭେଙ୍କଟେଶ ୨୪ ରନ କରି ଆଉଟ ହେବା ପରେ ତୃତୀୟ ୱିକେଟ ଭାବେ ନିତିଶ ରଣା ଆସିଥିଲେ ବି ୮ ରନ କରି ଆଉଟ ହୋଇଥିଲେ । ପରେ ଜାସନ ରାୟ ୪୫ ରନରେ କୁନାଲ ପାଣ୍ଡ୍ୟାଙ୍କ ଦ୍ବାରା ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ରହମାନୁଲା ଗୁରବାଜ ଆସିଥିଲେ ବି ସେ ୧୦ ରନ କରି ଆଉଟ ହୋଇଥିଲେ ।

IPL 2023, Match No 68, KKR vs LSG

ପରେ ରିଙ୍କୁ ସିଂ ଆସିଥିଲେ ବି ତାଙ୍କୁ କୌଣସି ଖେଳାଳି ସାଥ ଦେଇପାରି ନଥିଲେ । ତେବେ ଶେଷ ଯାଏଁ ଲଢିଥିଲେ ଲିଙ୍କୁ । ସେ ଅପରାଜିତ ରହି ୪ ଛକା ଓ ୬ ଚୌକା ବଳରେ ୬୭ ରନ କରିଥିଲେ ମଧ୍ୟ ଦଳକୁ ବିଜୟ ଭେଟି ଦେଇ ପାରି ନଥିଲେ । ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ୭, ସାର୍ଦ୍ଦୁଲ ଠାକୁର ୩, ସୁନୀଲ ନାରାୟଣ ୧ ରନ କରି ଆଉଟ ହୋଇଥିବା ବେଳେ ବୈଭବ ଆରୋରା ୧ ରନ କରି ଅପରାଜିତ ଥିଲେ ।

ତେବେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ କେକେଆର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମ୍‌ ଅଧିନାୟକ ନୀତିଶ ରାଣାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲେ । ସେହିପରି ଏଲଏସଜି ଦଳ ଅଧିନାୟକ କୃଣାଳ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା ।

IPL 2023, Match No 68, KKR vs LSG

ଧାର୍ଯ୍ୟ ୨୦ ଓଭରରେ ଏଲଏସଜି ୮ ଓ୍ବିକେଟ ହରାଇ ୧୭୬ ରନ କରିଥିଲା । ଏଲଏସଜି ପକ୍ଷରୁ କ୍ୱିଟେନ ଡି କକ ୨୮ ରନ କରିଥିବା ବେଳେ ପ୍ରେରକ ମଙ୍କଡ଼ ୨୬ ରନ, ନିକୋଲସ ପୂରନ ୫୮ ରନ, ଆୟୁଷ ବାଦୋନି ୨୫ ରନ ଏବଂ କ୍ରିଷ୍ଣପ୍ପା ଗୋଥମ ୧୧ ରନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+