ଆଇପିଏଲ 2023: ଆଜି ରାଜସ୍ଥାନ-ପଞ୍ଜାବ ହାଇଭୋଲ୍ଟେଜ୍ ମ୍ୟାଚ
ଧର୍ମଶାଳା: ଆଜି ଆଇପିଏଲ 2023ରେ ହାଇବୋଲ୍ଟେଜ୍ ମ୍ୟାଚ । ଲିଗର ୬୬ତମ ମ୍ୟାଚରେ ଧର୍ମଶାଳାରେ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ । ଉଭୟ ଦଳ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିଲେ ମଧ୍ୟ ବିଜୟ ସହ ଅଭିଯାନ ଶେଷ କରିବାକୁ ପ୍ରୟାସ କରିବେ ।
ଉଭୟ ଦଳ ଇତି ମଧ୍ୟରେ ୧୩ଟି ଲେଖାଏଁ ମ୍ୟାଚ୍ ଖେଳି ୧୨ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ ଜିତିଲେ ପଞ୍ଚମକୁ ଉନ୍ନୀତ ହେବ । ସେହିପରି ପଞ୍ଜାବ କିଙ୍ଗ୍ସ ଜିତିଲେ ଷଷ୍ଠ ସ୍ଥାନରେ ପହଞ୍ଚି ସିଜନ ଶେଷ କରିବ ।

ପଞ୍ଜାବ କିଙ୍ଗ୍ସ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିଲା । ଗୁରୁବାର ଦଳ ହାଲକା ଅଭ୍ୟାସ କରି ବିଶ୍ରାମ ଉପରେ ଗୁରୁତ୍ୱ ଦେଇଛି । ମାତ୍ର ରାଜସ୍ଥାନ ରୟାଲ୍ସ ଟିମ୍ ଗତ ରବିବାର ଦିନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପରାଜିତ ହେବା ପରଠୁ ଜୋରଦାର ଅଭ୍ୟାସ ଚଳାଇଛି ।
ଗତ ମାସରେ ପଞ୍ଜାବ କିଙ୍ଗ୍ସ ୫ ରନ୍ରେ ଆରଆର୍ ଠାରୁ ଜିତିଥିଲା । ଆଜିର ମ୍ୟାଚ ଜିତି ରାଜସ୍ଥାନ ରୟାଲ୍ସ ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ପୂର୍ବ ରେକର୍ଡ ମଧ୍ୟ ରାଜସ୍ଥାନ ପକ୍ଷରେ ରହିଛି । ଆଇପିଏଲ୍ରେ ଉଭୟ ଦଳ ଆଜି ପର୍ଯ୍ୟନ୍ତ ପରସ୍ପରକୁ ୨୫ଟି ମ୍ୟାଚ୍ ଖେଳିଛନ୍ତି । ଏଥିରୁ ରାଜସ୍ଥାନ ୧୪ଟି ମ୍ୟାଚ୍ ଜିତିଥିବାବେଳେ ପଞ୍ଜାବ କିଙ୍ଗ୍ସ ୧୧ଟି ମ୍ୟାଚ୍ରେ ବିଜୟୀ ହୋଇଛି ।












Click it and Unblock the Notifications