ଆଇପିଏଲ 2023: ଆଜି ଗୁଜୁରାଟ-ହାଇଦ୍ରାବାଦ ମୁକାବିଲା
IPL 2023, Match 62, GT vs SRH: ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲ 2023 ରେ ଆଜି ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳଯିବା ମ୍ୟାଚ । ଟୁର୍ଣ୍ଣାମେଣ୍ଟରେ ଜୀବିତ ରହିବା ପାଇଁ ଏହି ମ୍ୟାଚ ସନରାଇଜର୍ସ ପାଇଁ ଶେଷ ସୁଯୋଗ ।
ଅନ୍ୟପଟେ ଟାଇଟନ୍ସ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳିବ । ସନ୍ରାଇଜର୍ସକୁ ହରାଇ ଦଳ ପ୍ଲେ-ଅଫରେ ସ୍ଥାନ ପକ୍କା କରିବ । ଟାଇଟନ୍ସ ୧୨ଟି ମ୍ୟାଚ୍ରୁ ୮ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇଛି । ପ୍ଲେ- ଅଫ୍ରୁ ଦଳ ଗୋଟିଏ ପାଦ ଦୂରରେ ରହିଛି ।

ସେହିପରି ସନ୍ରାଇଜର୍ସ ୧୧ଟି ମ୍ୟାଚ୍ରୁ ୪ ବିଜୟ ସହ ୮ ପଏଣ୍ଟ ପାଇଛି । ପ୍ଲେ- ଅଫ୍ ଦୌଡ଼ରେ ରହିବାକୁ ହେଲେ ଶେଷ ୩ଟି ଯାକ ମ୍ୟାଚ୍କୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ । ୩ଟି ଯାକ ମ୍ୟାଚ୍ ଜିତିଲେ ମଧ୍ୟ ଅନ୍ୟ ଦଳଙ୍କ ପ୍ରଦର୍ଶନ ଉପରେ ସନ୍ରାଇଜର୍ସର ପ୍ଲେ-ଅଫ୍ ଭାଗ୍ୟ ନିର୍ଭର କରିବ ।
ଗତବର୍ଷ ଦୁଇ ଦଳ ଦୁଇଥର ଭେଟିଥିଲେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଦଳର ଟପ ଅର୍ଡର ବ୍ୟାଟିଂ ବିଫଳତା ରହିଛି । ଆଜି ସେ ତ୍ରୁଟି ସୁଧାରି ଦଳ ବିଜୟ ହାସଲ କରିବାକୁ ପ୍ରୟାସ କରିବ ।
GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ନୁର ଅହମ୍ମଦ, ଅଲଜାରୀ ଜୋଶେଫ, ମହମ୍ମଦ ସାମି ।
SRH ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ (ଅଧିନାୟକ), ହ୍ୟାରୀ ବ୍ରୁକ/ଗ୍ଲେନ ଫିଲିପ୍ସ, ହେନରିକ କ୍ଲାସେନ, ଅବଦୁଲ ସମଦ, ମାର୍କୋ ଜାନସେନ, ଭୁବନେଶ୍ବର କୁମାର, ମୟଙ୍କ ମାର୍କେଣ୍ଡେ, ଉମ୍ରାନ ମଲିକ ।












Click it and Unblock the Notifications