ଆଇପିଏଲ ୨୦୨୩: ରୋହିତ-ସୂର୍ଯ୍ୟ ସମସ୍ତେ ଫ୍ଲପ୍, ମୁମ୍ୱାଇର ନୈୟା ପାର୍ କଲେ ତିଲକ ବର୍ମା

IPL 2023, Match 5, MI vs RCB

IPL 2023, Match 5, MI vs RCB: ଆଇପିଏଲ ୨୦୨୩ ଆଜିର ୨ୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଛି ।

ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଛି । ଏହି ମ୍ୟାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୧୭୨ ରନର ଆବଶ୍ୟକତା ରହିଛି ।

ତେବେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ତିଳକ ବର୍ମା ଲଢୁଆ ଅପରାଜିତ ଇନିଂସ ଖେଳିଛନ୍ତି । ତାଙ୍କର ଅପରାଜିତ ୮୪ ରନ ଦମରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୭୧ ରନର ଲଢୁଆ ସ୍କୋର କରି ପାରିଛି। ତିଳକଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ବିଶେଷ କରି ରୋହିତ ଶର୍ମା, ଇଶାନ କିଷନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ବ୍ୟାଟର ନିରାଶ କରିଥିଲେ। ବାଙ୍ଗାଲୋର ପକ୍ଷରୁ କର୍ଣ୍ଣ ଶର୍ମା ୨ଟି ଓ୍ଵିକେଟ୍ ନେଇଥିଲେ। ବାକି ବୋଲର ମଧ୍ୟ ମାପଚୁପ ବୋଲିଂ କରିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ୪୮ ରନ ଭିତରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ଥିଲା ମୁମ୍ବାଇ। ଏହି ସମୟରେ ଇଶାନ କିଷନ(୧୦),କ୍ୟାମେରୁନ ଗ୍ରୀନ(୫), ରୋହିତ ଶର୍ମା(୧) ଏବଂ ସୂର୍ଯ୍ୟକୁମାର ଯାଦବ(୧୫)ଙ୍କ ବହୁମୂଲ୍ୟ ଓ୍ଵିକେଟ୍ ହରାଇଥିଲା ମୁମ୍ବାଇ। ଟପ୍ ଅର୍ଡରଙ୍କ ବିଫଳତା ଯୋଗୁଁ ପ୍ରଥମରୁ ମୁମ୍ବାଇର ରନ ଗତି ଧିମେଇ ଯାଇଥିଲା।

ପରେ ଟିମ ଡେଭିଡ ୭ ବଲରେ ୪ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ତିଲକ ବର୍ମା ପାରିକୁ ସମ୍ଭାଳିଥିଲେ। ତିଲକ ବର୍ମାଙ୍କ ସାଥ ଦେଇଥିଲେ ଅର୍ଶଦ ଖାନ । ତିଲକ ବର୍ମା ୪୬ ବଲରେ ୮୪ ରନ କରି ଅପରାଜିତ ରହିଥିବା ବେଳେ ଅର୍ଶଦ ଖାନ ୯ ବଲରେ ୧୫ ରନ କରି ଅପରାଜିତ ରହିଥିଲେ। ଅର୍ଦ୍ଧଶତକ ହାସଲ କରିବା ସହ ତିଳକ ବର୍ମା ୪୬ ବଲ୍‌ରୁ ୯ ଚୌକା ଏବଂ ୪ ଛକା ସହ ୮୪ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ତାଙ୍କର ଏହି ବ୍ୟାଟିଂ ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନର ଲଢୁଆ ସ୍କୋର କରି ପାରିଛି।

ବାଙ୍ଗାଲୋର ପକ୍ଷରୁ କରନ ଶର୍ମା ୨ଟି ୱିକେଟ ନେଇଥିଲେ। ମହମ୍ମଦ ସିରାଜ, ରିସେ ଟୋପ୍ଲେ , ଆକାଶ ଦୀପ, ହର୍ଷଲ ପଟେଲ ଓ ମିଚେଲ ବ୍ରାସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+