ଆଇପିଏଲ 2023: ଆଜି ସୁପର ଫ୍ରାଇଡେରେ ହାର୍ଦ୍ଦିକ-ସଞ୍ଜୁ ଫାଇଟ

ଜୟପୁର: ଚଳିତ ଆଇପିଏଲରେ ଶୁକ୍ରବାର ହେବିଓ୍ୱେଟ୍ ଫାଇଟ୍ । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ । ଘରୋଇ ଗ୍ରାଉଣ୍ଡରେ ଖେଳି ଶୀର୍ଷ ସ୍ଥାନକୁ ଉଠିବା ଲକ୍ଷ୍ୟରେ ଖେଳିବ ରୟାଲ୍ସ । ସେହପରି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି ଟାଇଟନ୍ସ ।

ଦୁଇ ଦଳ ସେମାନଙ୍କ ଶେଷ ମ୍ୟାଚରେ ପରାସ୍ତ ହୋଇଥିଲେ । ଆଜି ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ । ଗୁଜୁରାଟ ଟାଇଟନ୍ସ ଏଯାବତ 9ଟି ମ୍ୟାଚ ଖେଳି 6 ଟିରେ ବିଜୟ ହାସଲ କରିଛି । 12 ପଏଣ୍ଟ ପାଇ ଟେବଲୁ ଶୀର୍ଷରେ ରହିଛି । ଶେଷ ମ୍ୟାଚରେ ଟେବୁଲ ଶେଷରେ ଥିଲା ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଥିଲା । ଆଜି ରାଜସ୍ଥାନକୁ ତାର ଘରୋଇ ମାଟିରେ ପରାସ୍ତ କରି ବିଜୟ ଟ୍ରାକକୁ ଫେରିବା ସହ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ ଟାଇଟନ୍ସ ।

IPL 2023, Match 48, RR vs GT Preview

ଗତ ମାସ ୧୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ରୟାଲ୍ସ ଦଳ ଏହି ମ୍ୟାଚ୍‌କୁ ୩ ୱିକେଟ୍‌ରେ ଜିତିଥିଲା । ସଞ୍ଜୁ ସାମସନ ଓ ସିମରନ ହେତମାୟର ବିସ୍ଫୋରକ ଅର୍ଦ୍ଧଶତକ ଇନିଂସ ଖେଳି ଦଳକୁ ଜିତାଇଥିଲେ । ପୂର୍ବ ରେକର୍ଡକୁ ଦେଖିଲେ ଟାଇଟନ୍ସର ପଲା ଭାରି ରହିବ । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଥିଲେ ଓ ଟାଇଟନ୍ସ ସମସ୍ତ ମ୍ୟାଚ୍‌ ଜିତିଥିଲା । ଏପରିକି ଫାଇନାଲ୍‌ରେ ରୟାଲ୍ସ ହରାଇ ଟାଇଟନ୍ସ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା ।

ଅନ୍ୟପଟେ ରାଜସ୍ଥାନ ଏଯାବତ 9ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରିଛି । 10 ପଏଣ୍ଟ ସହ ଟେବୁଲ ଚତୁର୍ଥ ସ୍ଥାନରେ ରହିଛି । ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଠୁ ପରାସ୍ତ ହୋଇଥିଲା । ଆଜି ଘରୋଇ ଗ୍ରାଉଣ୍ଡରେ ସମର୍ଥକଙ୍କ ଗହଣରେ ଆଧିପତ୍ୟ ଜାହିର କରି ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ଦଳ ।

GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରାସିଦ ଖାନ, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାତିଆ, ଅଲଜାରି ଯୋଶେଫ, ମହମ୍ମଦ ସାମି, ଆର ସାଇ କିଶୋର ।

RR ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର/ଜୋ ରୁଟ, ସଞ୍ଜୁ ସାମସନ, ଦେବଦତ୍ତ ପାଡିକଲ, ରିୟାନ ପରାଗ, ସିମରନ ଦେତମାୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ଜାସନ ହୋଲ୍ଡର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+