ଆଇପିଏଲ 2023: ଆଜି ସନରାଇଜର୍ସ-ନାଇଟ ରାଇଡର୍ସ ଫାଇଟ୍
PL 2023, Match 47, SRH vs KKR: ଆଜି ଆଇପିଏଲର 47ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଘରୋଇ ଗ୍ରାଉଣ୍ଡରେ ଖେଳିବ ହାଇଦ୍ରାବାଦ ।

ପଏଣ୍ଟ ତାଲିକା ପଛରେ ରହିଯାଇଥିବା ଦୁଇ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହେବ । ଏହା ସହ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି କୋଲକାତା ।ଏଯାବତ ହାଇଦ୍ରାବାଦ ମୋଟ 8ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇଛି । 5ଟିରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ଦଳ । ଆଜି ଘରୋଇ ମାଟିରେ କୋଲକାତା ବିପକ୍ଷରେ ବିଜୟ ହାସଲ କରି ଟେବୁଲ ଉପରକୁ ଉଠିବାକୁ ପ୍ରୟାସ କରିବ ସନରାଇଜର୍ସ । ସେହିପରି କୋଲକାତା 9ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରି 6ଟିରେ ପରାସ୍ତ ହୋଇଛି । ପଏଣ୍ଟ ଟେବୁଲ ଅଷ୍ଟମ ସ୍ଥାନରେ ରହିଛି କେକେଆର ।
SRH ସମ୍ଭାବ୍ୟ ଏକାଦଶ: ମୟଙ୍କ ଅଗ୍ରୱାଲ, ଅଭିଷେକ ଶର୍ମା, ହ୍ୟାରୀ ବ୍ରୁକ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ, ଅକିଲ ହୋସେନ, ମୟଙ୍କ ମାର୍କଣ୍ଡେ, ଭୁବନେଶ୍ବର କୁମାର, ଉମ୍ରାନ ମଲିକ/ ଟି ନଟରାଜନ ।
KKR ସମ୍ଭାବ୍ୟ ଏକାଦଶ: ଜାସନ ରଏ,ରହମନୁଲ୍ଲା ଗୁରବାଜ, ନାରାୟଣ ଜଗଦୀଶନ/ମନଦୀପ ସିଂ, ଭେଙ୍କଟେଶ ଆୟର, ନିତିଶ ରଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ସାର୍ଦୁଳ ଠାକୁର, ସୁନିଲ ନାରାଏନ/ହିର୍ତିଷ ରାଣା, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା ।












Click it and Unblock the Notifications