ଆଇପିଏଲ 2023: ଆଜି ଦିଲ୍ଲୀ ବନାମ ଗୁଜୁରାଟ୍ ମୁକାବିଲା

IPL 2023, Match 44, DC vs GT:IPL 2023: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଗୁଜୁରାଟ ତାର ଘରୋଇ ଗ୍ରାଉଣ୍ଡରେ ଖେଳିବ ମ୍ୟାଚ ।

ଆଇପିଏଲ ୨୦୨୩ ସିଜିନରେ ପଏଣ୍ଟ ଟେବୁଲର ଶୀର୍ଷର ରହିଛି ପାଣ୍ଡ୍ୟା ବାହିନୀ । ଗୁଜୁରାଟ ଟାଇଟାନ୍ସ ଆଇପିଏଲର ଏହି ସିଜନରେ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ୬ଟି ମ୍ୟାଚ୍‌ ବିଜୟ ହୋଇଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ୮ଟି ମ୍ୟାଚ୍ ଖେଳି ମାତ୍ର ଦୁଇଟି ମ୍ୟାଚରେ ସଫଳତା ପାଇଛି । ପୂର୍ବ ମ୍ୟାଚରେ ବିଜୟ ହୋଇ ଦଳର ମନୋବଳ ଦୃଢ ରହିଥିବା ବେଳେ ଆଜିର ମ୍ୟାଚକୁ ସହଜରେ ଜିତି ନେବାକୁ ଲକ୍ଷ୍ୟ ରଖିଛି ।

IPL 2023, Match 44, DC vs GT

ସେପଟେ ଦିଲ୍ଲୀ ତାର ଶେଷ ମୁକାବିଲାରେ 9ରନରେ ହାଇଦ୍ରାବାଦଠୁ ପରାସ୍ତ ହୋଇଥିଲା । ଲଗାତାର ପଞ୍ଚମ ପରାଜୟ ପରେ ବିଜୟ ସ୍ବାଦ ଚାଖିଥିଲା ଦିଲ୍ଲୀ । ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ୨ଟି ମ୍ୟାଚ ଖେଳାଯାଇଛି ଗୁଜୁରାଟ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି ।

ଗୁଜରାଟ ଟାଇଟନ୍ସ ସମ୍ଭାବ୍ୟ ଏକାଦଶ: ରିଦ୍ଧିମାନ ଶାହା, ଶୁଭମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ବିଜୟ ଶଙ୍କର, ଡେଭିଡ୍‌ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ମହମ୍ମଦ ସାମି, ନୂର ଅହମ୍ମଦ, ମୋହିତ ଶର୍ମା ।

ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭାବ୍ୟ ଏକାଦଶ: ଡେଭିଡ୍‌ ୱାର୍ଣ୍ଣର(ଅଧିନାୟକ), ପୃଥ୍ୱୀ ଶ', ସର୍ଫରାଜ ଖାନ, ରାଇଲି ରସୋ, ରୋଭମାନ ପାୱେଲ୍‌, ଅକ୍ଷର ପଟେଲ, ଅମନ ଖାନ, ଅଭିଷେକ ପୋରେଲ, କୁଲଦୀପ ଯାଦବ, ଆନରିଚ ନର୍ଜ, ମୁକେଶ କୁମାର , ଲଲିତ୍ ଯାଦବ/ରିପଲ୍ ପଟେଲ୍, ଇଶାଷ ଶର୍ମା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+