ଆଇପିଏଲର ୧୦୦୦ ତମ ମ୍ୟାଚରେ ଜିତିଲା ମୁମ୍ୱାଇ

IPL 2023, Match 42, MI vs RR: ଗତକାଲି (ରବିବାର) ଖେଳା ଯାଇଥିଲା ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL)ର ୧୦୦୦ତମ ମ୍ୟାଚ୍ । ଏହି ମ୍ୟାଚରେ ମ୍ୟାଚରେ ମୁମ୍ୱାଇ୬ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି।

୨୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୩ ବଲ୍‌ ପୂର୍ବରୁ ୪ ୱିକେଟ୍‌ ହରାଇ ଏହି ମ୍ୟାଚକୁ ଜିତି ନେଇଥିଲା । ତିଳକ ବର୍ମା (୨୯) ଓ ଟିମ୍‌‌ ଡେଭିଡ (୪୫, ୧୪ ବଲ୍‌) ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ । ଶେଷ ଓଭରରେ ୧୭ ରନ୍‌ ଆବଶ୍ୟକ ଥିଲା ବେଳେ ହୋଲଡରଙ୍କ ପ୍ରଥମ ୩ ବଲକୁ ଡେଭିଡ ଲଗାତାର ଛକା ମାରି ବିଜୟ ମୁଣ୍ଡି ମାରିଥି‌ଲେ । ଏହି ଦୁଇ ଜଣ ଅତୁଟ ପଞ୍ଚମ ୱିକେଟ୍‌ରେ ୨୩ ବଲ୍‌ରୁ ୬୨ ରନ୍‌ ଯୋଡ଼ି ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ । ସୂର୍ଯ୍ୟକୁମାର ଯାଦବ (୫୫), କାମେରୁନ ଗ୍ରିନ (୪୪), ଈଶାନ କିଶନ (୨୮ ରନ୍‌) ଉପଯୋଗୀ ପାଳି‌ ଖେଳିଥିଲେ ।

IPL 2023, Match 42, MI vs RR

ତେବେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ରାଜସ୍ଥାନ ରୟାଲ୍ସ । ଦଳର ଯୁବ ଓପରନର ଯଶସ୍ୱୀ ଜୟସ୍ୱାଲ ୬୨ ବଲରୁ ୧୨୪ ରନ୍ (୧୬ ଚୌକା ଓ ୮ ଛକା) କରିଥିଲେ ହେଁ ଦଳର ଅନ୍ୟ କୌଣସି ବ୍ୟାଟର ଭଲ ରନ୍ କରିପାରି ନଥିଲେ । ଜୋସ ବଟଲର ୧୮ ରନ୍ କରିଥିବା ବେଳେ ସଞ୍ଜୁ ସାମସନ ୧୪, ଜାସନ ହୋଲଡର ୧୧ ଓ ଦେବଦତ୍ତ ପଡ଼ିକଲ ୨ ରନ୍ କରିଥିଲେ ।

ତେବେ ଜୟସ୍ବାଲଙ୍କ ଏହା ପ୍ରଥମ ଆଇପିଏଲ ଶତକ ଥିଲା ବେଳେ ଅନକ୍ୟାପ୍‌ଡ ଖେଳାଳି ଏବଂ ରାଜସ୍ଥାନ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋରର ହେବାର କୀର୍ତ୍ତିମାନ କରିଥିଲେ। ଏଥିସହ ଜୟସ୍ବାଲ (୯ ମ୍ୟାଚ୍‌, ୪୨୮ ରନ୍‌) ମଧ୍ୟ ଆରସିବିର ଫାଫ ଡୁ'ପ୍ଲେସିସ୍‌ (୮ ମ୍ୟାଚ୍‌, ୪୨୨ ରନ)ଙ୍କଠୁ କମଳା ଟୋପି ଛଡ଼ାଇ ନେଇଥିଲେ। ଜୟସ୍ବାଲଙ୍କ ଶତକ ଶେଷରେ ବେକାର ଯାଇଥିଲା, କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଅନ୍ୟପଟେ ଗତକାଲିର ଏହି ମ୍ୟାଚ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବେଶ୍ ଖାସ୍ ଥିଲା। ଏହା ଆଇପିଏଲର ୧୦୦୦ ତମ ମ୍ୟାଚ୍‌ ହୋଇଥିବା ବେଳେ ଅଧିନାୟକ ଭାବେ ଏହା ଥିଲା ରୋହିତ ଶର୍ମାଙ୍କ ୧୫୦ ତମ ମ୍ୟାଚ୍‌ । ଏଥି ସହିତ ଗତକାଲି ଥିଲା ରୋହିତଙ୍କ ଜନ୍ମଦିନ । ଗତକାଲି ସେ ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ଯଦିଓ ଗତକାଲି ସେ ଭଲ ରନ୍ କରିପାରି ନଥିଲେ, ତେବେ ଟିମର ଅନ୍ୟ ବ୍ୟାଟରମାନେ ବଢ଼ିଆ ପ୍ରଦର୍ଶନ କରି ମ୍ୟାଚ୍ ଜିତି ତାଙ୍କୁ ଜନ୍ମଦିନର ଉପହାର ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+