ଆଇପିଏଲ 2023: ଆଜିର ମ୍ୟାଚ୍, ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ

IPL 2023, Match 4, SRH vs RR

IPL 2023, Match 4, SRH vs RR: ଆଜି ରବିବାର ଆଇପିଏଲରେ ଡବଲ ଧମାକା । ଦ୍ୱିତୀୟଥର ଟ୍ରଫି ଆଶାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ- ସନରାଇଜର୍ସ ହାଇଦ୍ରାବାଦ ।

ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଖେଳିବ ରାଜସ୍ଥାନ ରୟାଲର୍ସ । ଏହି ଦଳ ଗତ ବର୍ଷ ଉଭୟ ଅରେଞ୍ଜ କ୍ୟାପ୍‌ ଓ ପର୍ପଲ କ୍ୟାପ୍‌ ଉପରେ କବ୍‌ଜା କରିଥିଲା। ଜୋସ୍‌ ବଟଲର୍‌ ସର୍ବାଧିକ ରନ୍‌ ସଂଗ୍ରହକାରୀ ଓ ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଥିଲେ। ଏହାବାଦ୍‌ ଦଳରେ ପ୍ରଦର୍ଶନକାରୀଙ୍କ ଅଭାବ ନାହିଁ।

ସେପଟେ ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ଲାଇନ ଦୃଢ଼ ରହିଛି । ‌ତଥାପି ଦଳ ଗତ ଦୁଇ ଋତୁରେ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଛି। ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ‌ ଡେଭିଡ୍‌ ୱାର୍ଣ୍ଣର ଓ ୨୦୨୨ରେ କେନ୍‌ ୱିଲିୟମସନ୍‌ ନେତୃତ୍ବ ନେଇଥିଲେ। ଏହାସତ୍ତ୍ବେ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିନଥିଲା। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏଡେନ୍‌ ମାରକ୍ରାମଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେ ୩ ତାରିଖରେ ଭାରତରେ ପହଞ୍ଚିବାକୁ ଥିବାରୁ ଭୁବନେଶ୍ବର କୁମାର କାମଚଳା ଦାୟିତ୍ବ ସମ୍ପାଦନ କରିବେ।

  • ସନରାଇଜର୍ସ ହାଇଦ୍ରାବାଦ: ମୟଙ୍କ ଅଗ୍ରୱାଲ, ନୀତିଶ କୁମାର ରେଡି, ରାହୁଲ ତ୍ରିପାଠୀ, ସମର୍ଥ ବ୍ୟାସ୍‌, ଅଭିଷେକ ଶର୍ମା, ମୟଙ୍କ ଦାଗର, ସନବୀର ସିଂ, ଭିଭ୍ରାନ୍ତ ଶର୍ମା, ଓ୍ଵାଂଶିଟନ ସୁନ୍ଦର, ଗ୍ଲେନ ଫିଲିପ୍ସ, ଉପେନ୍ଦ୍ର ଯାଦବ, ଆଦିଲ ରସିଦ, ଭୁବନେଶ୍ୱର କୁମାର, ଟି ନଟରାଜନ, ଉମ୍ରାନ ମଲ୍ଲିକ ।
  • ରାଜସ୍ଥାନ ରୟାଲ୍ସ: ଦେବଦତ୍ତ ପାଡିକଲ୍, ଜୋ ରୁଟ୍, ସିମ୍ରନ ହେଟମାୟାର, ୟଶସ୍ୱୀ ଜୟସଓ୍ଵାଲ, ଜ୍ୟାସନ ହୋଲ୍ଡର, ରବିଚନ୍ଦ୍ରନ ଅଶ୍ୱିନ, ଜୋସ ବଟଲର, ସଞ୍ଜୁ ସାମସନ, ଆଡମ ଜାମ୍ପ, କୁଳଦୀପ ସେନ, କୁଲଦୀପ ଯାଦବ, ନବଦୀନ ସଇନି, ସନ୍ଦୀପ ଶର୍ମା, ଟ୍ରେଣ୍ଟ ବୋଲ୍ଡ, ୟୁଜବେନ୍ଦ୍ର ଚହଲ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+