ଆଇପିଏଲ 2023: ଆଜି କେକେଆର ଠାରୁ ପ୍ରତିଶୋଧ ନେବ ଆରସିବି

ବେଙ୍ଗାଲୁରୁ: ବୁଧବାର ଆଇପିଏଲର ୩୬ ତମ୍ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ କୋଲକାତା ନାଇଟ ରାଇଡର୍ସ । ଗତ ୬ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ହୋଇଥିଲା । ଏଥିରେ ନାଇଟ୍‌ ରାଇଡର୍ସ ବିଜୟୀ ହୋଇଥିଲା । ଆଜିର ମ୍ୟାଚ ଚିନ୍ନାସ୍ବାମୀରେ ଖେଳା ଯାଉଥିବାରୁ ଆରସିବି ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

କେକେଆର୍‌ ଏବେ ସୁଦ୍ଧା ୭ ମ୍ୟାଚ୍‌ ଖେଳି ୨ ବିଜୟରୁ ୪ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆରସିବି ୭ରୁ ୪ ଜିତି ପଞ୍ଚମରେ ରହିଛି । କେକେଆର୍‌ ପାଇଁ ବଡ଼ ଚିନ୍ତା ହେଉଛି ଦଳ ଗତ ୪ ମ୍ୟାଚରେ ପରାଜୟ ମୁହଁ ଦେଖିଛି । ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ବିଜୟ ହାସଲ କରିପାରୁନି। ଆଉ ଏକ କାରଣ ହେଉଛି ଏହାର ନିୟମିତ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ତାରକା ଅଲ୍‌ରାଉଣ୍ଡର ସକିବ-ଅଲ୍‌-ହାସନ ପୂରା ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ।

RCB vs KKR

ଉଭୟ ଦଳର ପୂର୍ବ ରେକର୍ଡକୁ ଦେଖିଲେ ନାଇଟ୍‌ ରାଇଡର୍ସର ପଲା ଭାରି ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ ନାଇଟ୍‌ ରାଇଡର୍ସ ୧୭ଟି ମ୍ୟାଚ୍‌ ଜିତିଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ୧୪ଟି ମ୍ୟାଚରେ ବିଜୟୀ ହୋଇଛି ।

ଆଜି ରୟାଲ ଚ୍ୟାଲେଞ୍ଜର୍ସର ଶେଷ୍ଠ ୩ ବ୍ୟାଟର ଓ ନାଇଟ୍‌ ରାଇଡର୍ସର ସ୍ପିନ ବାହିନୀ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ । ଫାଫ ଡୁ ପ୍ଲେସି, ବିରାଟ କୋହଲି ଓ ଗ୍ଲେନ ମ୍ୟାକ୍ସୱେଲ୍‌ ଚମତ୍କାର ଫର୍ମରେ ରହିଛନ୍ତି । ୭ଟି ମ୍ୟାଚ୍‌ରୁ ୪୦୫ ରନ୍‌ ସଂଗ୍ରହ କରିସାରିଥିବା ଡୁ ପ୍ଲେସିଙ୍କ ପାଖରେ ଅରେଞ୍ଜ କ୍ୟାପ୍‌ ରହିଛି । କୋହଲି ୨୭୯ ମ୍ୟାକ୍ସୱେଲ୍‌ ୨୫୩ ରନ୍‌ ସଂଗ୍ରହ କରିସାରିଛନ୍ତି। ଏମାନଙ୍କୁ ବ୍ୟାଟ୍‌କୁ ଚୁପ୍‌ ରଖିବା ନାଇଟ ରାଇଡର୍ସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

ଗତ ମ୍ୟାଚ୍‌ରେ ଟେବୁଲର ‌ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସକୁ ୭ ରନ୍‌ରେ ହରାଇଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ ଆର୍‌ସିବି। ସେହିଭଳି ଫାଫ୍‌ ଡୁ'ପ୍ଲେସିସ୍‌ଙ୍କ ଏହି ଦଳର କିଛି ଖେଳାଳି ଫର୍ମକୁ ଫେରିବାରୁ ଲଗାତାର ଦୁଇ ମ୍ୟାଚ୍‌ ଜିତି ଟେବୁଲର ଉପରକୁ ଉଠିପାରିଛି। ଅଧିନାୟକଙ୍କ ସହ ବିରାଟ କୋହଲି ଏବଂ ଗ୍ଲେନ୍‌ ମ୍ୟାକ୍ସୱେଲ ଚମତ୍କାର ଫର୍ମରେ ରହିଛନ୍ତି।

ରୟାଲ୍‌ ଚ୍ୟାଲେଞ୍ଜର୍ସର ବୋଲିଂ ବିଭାଗରେ ସାମାନ୍ୟ ଦୁର୍ବଳତା ରହିଛି । କେବଳ ମହମ୍ମଦ ସିରାଜଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି । ବୁଧବାର ମ୍ୟାଚରେ ଜୋସ୍‌ ହାଜେଲଉଡ୍‌ ଖେଳିବା ସମ୍ଭାବନା ରହିଥିବାରୁ ପେସ୍‌ ବୋଲିଂ ବିଭାଗ ସୁଦୃଢ ହେବା ନେଇ ଆଶା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+