ଆଇପିଏଲ 2023 ରେ ଆଜି ଲକ୍ଷ୍ନୌ-ପଞ୍ଜାବ ଲଢେଇ
IPL 2023, Match 38, PBKS vs LSG: ଆଜି ଆଇପିଏଲ 2023ର 38ତମ ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ଘରୋଇ ମାଟିରେ ଲକ୍ଷ୍ନୌକୁ ପରାସ୍ତ କରି ଚଳିତ ସିଜନରେ ପଞ୍ଜମ ବିଜୟ ଲକ୍ଷ୍ୟରେ ରହିଛି ପଞ୍ଜାବ । ସେହିପରି ପଞ୍ଜାବକୁ ତାର ଘରୋଇ ମାଟିରେ ମାତ ଦେଇ ସିଜନର ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି କେଏଲ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ ।

ଶନିବାର ଗୁଜରାଟ ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ରେ ଲକ୍ଷ୍ନୌ 136 ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରି ନପାରି ହାରି ଯାଇଥିଲା । ଅଧିନାୟକ କେଏଲ୍ ରାହୁଲ (68) ଅର୍ଦ୍ଧଶତକ ଜମାଇ ଥିଲେ ମଧ୍ୟ ଧିମା ବ୍ୟାଟିଂ କରିବାରୁ ବିଜୟ ଲାଗି ରନ୍ରେଟ୍ ବଢ଼ି ଯାଇଥିଲା । ଫଳରେ ଦଳ 7 ରନ୍ରେ ପଛରେ ପଡ଼ି ଯାଇଥିଲା। ଏପର୍ଯ୍ୟନ୍ତ ମୋହାଲିର ପିସିଏ ଷ୍ଟାଡିୟମରେ 200 ରନ୍ ଦେଖିବାକୁ ମିଳିନି । ତେଣୁ ଶୁକ୍ରବାର ମଧ୍ୟ କମ୍ ସ୍କୋର୍ ହେବାର ସମ୍ଭାବନା ରହିଛି ।
ଚଳିତ ସଂସ୍କରଣରେ ଦୁଇ ଦଳ 7ଟି ଲେଖାଏ ମ୍ୟାଚ ଖେଳି ସାରିଛନ୍ତି । 4ଟି ବିଜୟ ହାସଲ କରି 3ଟିରେ ପରାସ୍ତ ହୋଇଛନ୍ତି । ଆଜି ପଞ୍ଚମ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ ଦୁଇ ଦଳ । ରନ ରେଟ ଆଧାରରେ ଲକ୍ଷ୍ନୌ 8 ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ଓ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି । ପଞ୍ଜାବ 5 ଦିନ ବିଶ୍ରାମ ପରେ ଗ୍ରାଉଣ୍ଡକୁ ଓହ୍ଲାଇବ ।












Click it and Unblock the Notifications