ଆଇପିଏଲ 2023: ପୂର୍ବ ମ୍ୟାଚର ପ୍ରତିଶୋଧ ଲକ୍ଷ୍ୟରେ ଧୋନି ଧୁରନ୍ଦର୍, ଚେନ୍ନାଇକୁ ରୋକିବା ଚେଷ୍ଟା କରିବ ରାଜସ୍ଥାନ

IPL 2023, Match 37, CSK vs RR: ଗୁରୁବାର ସଂଧ୍ୟାରେ ଇଣ୍ଡିଆନ୍ ପ୍ରିମିୟର ଲିଗର ୩୭ତମ ମ୍ୟାଚରେ ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସ କୁ ଭେଟିବା ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ରାଜସ୍ଥାନ ବିପକ୍ଷ ପୂର୍ବ ମ୍ୟାଚ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଧୋନି ଧୁରନ୍ଦର୍ ।

ଗତ ୧୨ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଚେପକ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚରେ ରୟାଲ୍ସ ଦଳ ୩ ରନରେ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା । ଏହାପରେ ସୁପରକିଙ୍ଗ୍‌ସ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି ।

IPL 2023, Match 37, CSK vs RR

‌ଶୀର୍ଷକ୍ରମ ବ୍ୟାଟର୍‌ ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ଅଜିଙ୍କ୍ୟ ରାହାଣେ ଓ ଶିବମ ଦୁବେ ଅନେକ ଥର ଏକାଠି ସଫଳତା ପାଇବାରୁ ସିଏସକେ ୩ ସହଜ ବିଜୟ ପାଇ ପାରିଛି । ଚଳିତ ଋତୁରେ କନୱେ ୭ ମ୍ୟାଚରୁ ୩୧୪ ରନ୍‌ କରି ଅଗ୍ରଣୀ ସ୍କୋରର୍‌ ତାଲିକାରେ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ଗତ ମ୍ୟାଚରେ ୨୯ ବଲରୁ ୭୧ ରନ୍‌ କରିଥିବା ରାହାଣେ ୫ ମ୍ୟାଚ୍‌ ଖେଳି ୧୯୯.୦୪ ଷ୍ଟ୍ରାଇକ ରେଟରେ ୨୦୯ ରନ୍‌ କରିଛନ୍ତି । ସେ ଷ୍ଟ୍ରାଇକରେଟ୍‌ରେ ଚଳିତ ଋତୁରେ ଅନ୍ୟ ବ୍ୟାଟର୍‌ଙ୍କଠୁ ଆଗରେ ରହିଛନ୍ତି। ‌ଶୀର୍ଷ କ୍ରମ ବ୍ୟାଟିଂ ବଳରେ ଏହି ମ୍ୟାଚ୍‌ ଜିତି ସିଏସ୍‌କେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିଲା।

ଅନ୍ୟପକ୍ଷରେ ଲଗାତାର ୨ ପରାଜୟ ପାଇଥିବା ରୟାଲ୍ସ ଗୁରୁବାର ଘରୋଇ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରି ବିଜୟ ଧାରାକୁ ଫେରିବାକୁ ଚାହିଁବ । ରୟାଲ୍ସ ଦଳ ୧୬ ତାରିଖରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା । ଏହାପରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ଦଳ ପରାଜିତ ହୋଇଛି । ଦଳର ଶୀର୍ଷକ୍ରମ ବ୍ୟାଟର୍‌ ଜୋସ ବଟଲର, ଯଶସ୍ବୀ ଜୟସ୍ବାଲ ଓ ଅଧିନାୟକ ସଞ୍ଜୁ ସାମସନଙ୍କୁ ଭଲ କରିବାକୁ ପଡ଼ିବ । ପିଚ୍‌ ସ୍ପିନ୍‌କୁ ସୁହାଇବାର ସମ୍ଭାବନା ଥିବାରୁ ରବିଚନ୍ଦ୍ରନ ଅଶ୍ବିନ ଓ ୟୁଝବେନ୍ଦ୍ର ଚହଲ ସବୁ କିଛି ଓଲଟ ପାଲଟ କରିପାରିବେ ।

ତେବେ ଉଭୟ ଦଳ ପରସ୍ପରକୁ ୨୭ଥର ଭେଟିଛନ୍ତି । ଏଥିରୁ ସୁପର କିଙ୍ଗ୍ସ ୧୫ଟି ମ୍ୟାଚ୍‌ ଜିତିଥିବା ବେଳେ ରୟାଲ୍ସ ୧୨ଟି ମ୍ୟାଚରେ ବିଜୟୀ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+