ଆଇପିଏଲ 2023: ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ, ପଏଣ୍ଟ ଟେବୁଲରେ ଦୃଢ ସ୍ଥିତି ଲକ୍ଷ୍ୟରେ ଗୁଜରାଟ

IPL 2023, Match 35, GT vs MI Preview: ଇଣ୍ଡିଆନ ପ୍ରିମିୟର ଲିଗର 35ତମ ମୁକାବିଲାରେ ଆଜି (ମଙ୍ଗଳବାର) ଡିଫେଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଓ 5 ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ ।

ତେବେ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି ମୁମ୍ବାଇ ଷ ସେହିପରି ପଏଣ୍ଟ ଟେବୁଲରେ ଦୃଢ ସ୍ଥିତି ଲକ୍ଷ୍ୟରେ ରହିଛି ଘରୋଇ ଦଳ ଗୁଜରାଟ ଟାଇଟନ୍ସ । ବିଜେତା ଟାଇଟନ୍ସ (6 ମ୍ୟାଚ୍‌, 8 ପଏଣ୍ଟ) ସଂପ୍ରତି ପଏଣ୍ଟ ଟେବୁଲର ଚତୁର୍ଥରେ ଥିଲା ବେଳେ ଆଇପିଏଲ୍‌ ଇତିହାସର ସଫଳ ଦଳ ଇଣ୍ଡିଆନ୍ସ (6ମ୍ୟାଚ୍‌, 6 ପଏଣ୍ଟ) ଚତୁର୍ଥରେ ରହିଛି ।

IPL 2023, Match 35, GT vs MI

ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ପ୍ରଥମରୁ ଭଲ ଫର୍ମରେ ରହିଥିଲା । 3ଟି ମ୍ୟାଚ ପରେ ଟିକେ ଧିମା ପଡିଗଲା ଗୁଜୁରାଟ । ମାତ୍ର ପୁଣି କମ୍‌ବ୍ୟାକ କରିଛି ଟାଇଟନ୍ସ । ଦଳରେ ବୋଲିଂ ଓ ବ୍ୟାଟିଂ ବିଭାଗ ସୃଦୁଢ ରହିଛି । ମୋଟ 6ଟି ମ୍ୟାଚ ଖେଳି 4ଟି ବିଜୟ ହାସଲ କରି 8ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ଗୁଜୁରାଟ । ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାସ୍ତ କରିଥିଲା । ଗୁଜୁରାଟ ଚିଳିତ ସିଜିନରେ ତାର ଘରୋଇ ଗ୍ରାଉଣ୍ଡରେ 3ଟି ମ୍ୟାଚ ଖେଳି ବିଜୟ ହାସଲ କରିଛି ।

ସେହିପରି ଆରମ୍ଭରୁ 2 ମ୍ୟାଚ୍‌ ହାରିଥିବା ମୁମ୍ବାଇ ହ୍ୟାଟ୍ରିକ ବିଜୟ ସହ ଲୟକୁ ଫେରିଥିଲା। କିନ୍ତୁ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଶନିବାର ମ୍ୟାଚରେ ଏହି ଦଳ 14 ରନରେ ପରାସ୍ତ ହୋଇଥିଲା । ଏହି ମ୍ୟାଚର ଶେଷ 5 ଓଭରରେ ମୁମ୍ବାଇ ବୋଲର 96 ରନ୍‌ ବ୍ୟୟ କରିବାରୁ ପଞ୍ଜାବ ବଡ଼ ସ୍କୋର (214/8) କରିପାରିଥିଲା। ଦ୍ରୁତ ବୋଲର ‌ଅର୍ଜୁନ ତେନ୍ଦୁଲକର, ଜାସନ ବେହରେନଡର୍ଫ, କାମେରୁନ ଗ୍ରିନ ଓ ଜୋଫ୍ରା ଅର୍ଚର ନିଜ ଓଭର କୋଟା ପୂରଣ କରି 40ରୁ ଊର୍ଦ୍ଧ୍ବ ରନ୍‌ ବ୍ୟୟ କରିଥିଲେ। ଅଭିଜ୍ଞ ସ୍ପିନର ପୀୟୂଷ ଚାୱାଲା ଓ ତାଙ୍କ ସାଥୀ ହ୍ରିତିକ ସୋକିନ କିନ୍ତୁ ସୁନ୍ଦର ବୋଲିଂ କରି ରନ୍‌ ଗତି କମାଇଥିଲେ।

ବ୍ୟାଟିଂରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଗ୍ରିନ ଓ ଟିମ୍‌ ଡେଭିଡ ଭଲ ଖେଳିଥିଲେ ମଧ୍ୟ ଦଳକୁ ଜିତାଇବାରେ ସକ୍ଷମ ହୋଇ ନଥିଲେ। ‌ଡେଥ୍‌ ଓଭରରେ ଅର୍ଶଦୀପ ସିଂହଙ୍କ ସୁନ୍ଦର ବୋଲିଂ ଯୋଗୁଁ ମୁମ୍ବାଇ ହାରିବାକୁ ବାଧ୍ୟ ହୋଇଥିଲା। ତେଣୁ ଟାଇଟନ୍ସର ବୋଲିଂ ଲାଇନ୍‌ ଯେଭଳି ରହିଛି ମୁମ୍ବାଇ ବ୍ୟାଟର୍‌ ସଂଘର୍ଷ କରିବାର ସମ୍ଭାବନା ରହିଛି ।

  • GT ସମ୍ଭାବ୍ୟ ଏକାଦାଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରାସିଦ ଖାନ, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାତିଆ, ଅଲଜାରି ଯୋଶେଫ, ମହମ୍ମଦ ସାମି, ଆର ସାଇ କିଶୋର ।
  • MI ସମ୍ଭାବ୍ୟ ଏକାଦାଶ: ରୋହିତ ଶର୍ମା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କ୍ୟାମେରନ ଗ୍ରୀନ, ଅର୍ଜୁନ ତେନ୍ଦୁଲକର, ଟିମ ଡେଭିଡ, ହ୍ରିତିକ ସୋକିନ, ପିୟୁଷ ଚାୱାଲା, ରିଲି ମେରେଡିଥ, ଡୁଆନ ଜାନସେନ/ଜାସନ ବେନଡ୍ରର୍ଫ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+