ଆଇପିଏଲ 2023: ଆଜି ରୟାଲ୍ସ-ସୁପର ଜାଏଣ୍ଟସ୍ ଫାଇଟ୍, ଟେବୁଲ ଟପ୍ ଲକ୍ଷ୍ୟରେ ଲକ୍ଷ୍ନୌ
IPL 2023, Match 26, RR vs LSG Preview: ଚଳିତ ଆଇପିଏଲ 2023ରେ ଆଜି ବୁଧବାର ଟେବୁଲ ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସ ଜୟପୁର ସାୱାଇ ମାନସିଂହ ଷ୍ଟାଡିୟମରେ ଦ୍ବିତୀୟରେ ଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ ।
ତେବେ ଘରୋଇ ମାଟିରେ ବିଜୟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ରଖିବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ । ସେହିପରି ରାଜସ୍ଥାନକୁ ତାର ଘରୋଇ ମାଟିରେ ମାତ ଦେଇ ଶୀର୍ଷ ସ୍ଥାନକୁ ଉଠିବା ଲକ୍ଷ୍ୟରେ ରହିଛି କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପରଜାଏଣ୍ଟସ । ପଏଣ୍ଟ ଟେବୁଲ ଟପରେ ଓ ଦ୍ବିତୀୟ ସ୍ଥାନରେ ଥିବା ଦୁଇ ଦଳ ମଧ୍ୟରେ ଆଜି ଏକ କଡା ମୁକାବିଲା ଦେଖିବାକୁ ମିଳିବ ।

ଏପର୍ଯ୍ୟନ୍ତ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ଓ ୨ ପରାଜୟ ପାଇଛି । ପ୍ରତିଭାରେ ଭରପୂର ଥିବା ଏହି ୨ଟି ଯାକ ପରାଜୟ ନିଜର ଭୁଲ୍ ପାଇଁ ବରଣ କରିଛି । ପଞ୍ଜାବ କିଙ୍ଗ୍ସ ବିପକ୍ଷ ଗତ ମ୍ୟାଚରେ ଲକ୍ଷ୍ନୌ ଦଳ ମଝି ଓଭରଗୁଡ଼ିକରେ ଅଧିକ ରନ୍ କରିପାରି ନଥିଲା। ଫଳରେ ଦଳର ମୋଟ ରନରେ ୧୦-୧୫ ରନ୍ କମି ଯାଇଥିଲା। ଏହି ମ୍ୟାଚରେ ରାହୁଲ ୫୬ ବଲରେ ୭୪ ରନ୍ କରି ଫର୍ମକୁ ଫେରିବା ଦଳ ପାଇଁ ଖୁସି ଖବର ।
ସେପଟେ ଚଳିତ ଆଇପିଏଲରେ ଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି ରାଜସ୍ଥାନ । 5ଟି ମ୍ୟାଚରୁ 4ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଟପରେ ରହିଛି ଦଳ । ଆଜି ଲକ୍ଷ୍ନୌକୁ ହରାଇ ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛିସାମସନଙ୍କ ନେତୃତ୍ବାଧୀନରାଜସ୍ଥାନ । କୋଲକାତା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରିଥିଲେ ସିମରନ ହେତମେୟର । ଆଜି ତାଙ୍କଠୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ଘରୋଇ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ରହିଛି । ରେକର୍ଡ ଆଧାରରେ ରାଜସ୍ଥାନର ପଲ୍ଲା ଭାରି ରହିଛି । ତେଣୁ ରାଜସ୍ଥାନର ବିଜୟ ସମ୍ଭାବନା ଅଧିକ ରହିଛି ।
- RR ସାମ୍ଭାବ୍ୟ ଦଳ: ସଞ୍ଜୁ ସାମସନ, ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର, ଦେବଦତ୍ତ ପାଡିକଲ, ରିୟାନ ପରାଗ, ସିମରନ ହେତମେୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଆଡାମ ଜାମ୍ଫା, ଟ୍ରେଣ୍ଟ ବୋଲ୍ଡ, ୟୁଝବେନ୍ଦ୍ର ଚହଲ ।
- LSG ସାମ୍ଭାବ୍ୟ ଦଳ: କେ ଏଲ ରାହୁଲ, କେଲି ମେୟର୍ସ, ଦୀପକ ହୁଡା, କୃନାଲ ପାଣ୍ଡ୍ୟା, ନିକୋଲାସ ପୂରନ, ମାର୍କସ ଷ୍ଟଇନିସ, ଆୟୁଷ ବଦୋନୀ, କେ ଗୋଥମ, ରବି ବିଷ୍ଣୋଇ, ଆଭେଷ ଖାନ, ମାର୍କ ଉଡ ।












Click it and Unblock the Notifications