ଆଇପିଏଲ 2023: ଆଜି ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା
IPL 2023, Match 25, SRH vs MI: ଆଜି (ମଙ୍ଗଳବାର) ଆଇପିଏଲ ମହା ମୁକାବିଲାରେ ମୁମ୍ବାଇ-ହାଇଦ୍ରାବାଦ ଲଢେଇ । ୫ ଥର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ଆଜି ପଡିଆକୁ ଓହ୍ଲାଇବ ।
ତେବେ ଏବେ ଯାଏଁ ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି । ପ୍ରଥମ ୨ଟି ମ୍ୟାଚରେ ଉଭୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହାପରେ ଉଭୟ ଦଳ ବିଜୟଧାରାକୁ ଫେରିଛନ୍ତି । ପଏଣ୍ଟ ଟେବୁଲରେ ମୁମ୍ବାଇ ଅଷ୍ଟମ ରହିଥିବା ବେଳେ ହାଇଦ୍ରାବାଦ୍ ନବମ ସ୍ଥାନରେ ରହିଛନ୍ତି । ଯାହାଫଳରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍ । ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ତେବେ ଉଭୟ ଦଳ ପରସ୍ପରକୁ ୧୯ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ଟି ଜିତିଥିବା ବେଳେ ସନରାଇଜର୍ସ ୯ଟି ମ୍ୟାଚ୍ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ମଧ୍ୟରେ ଥରେ ମାତ୍ର ଭେଟ ହୋଇଥିଲା । ସନରାଇଜର୍ସ ଉକ୍ତ ମ୍ୟାଚ୍କୁ ୩ ରନରେ ଜିତିଥିଲା ।
ତେବେ ମୁମ୍ବାଇ ଦଳରେ ଏବେ ସୁନ୍ଦର ସନ୍ତୁଳନ ଦେଖିବାକୁ ମିଳିଛି। ତିଲକ ବର୍ମା ଭଲ କରୁଥିଲା ବେଳେ କାମେରୁନ୍ ଗ୍ରିନ ଓ ଟିମ୍ ଡେଭିଡଙ୍କ ପ୍ରଦର୍ଶନ ମଧ୍ୟ ଠିକ୍ ରହୁଛି । ବୋଲିଂରେ ଅଭିଜ୍ଞ ପୀୟୂଷ ଚାୱଲାଙ୍କ ସହ ହ୍ରିତିକ ସୋକିନ ସ୍ପିନ୍ରେ ବିପକ୍ଷ ବ୍ୟାଟର୍କୁ ବାନ୍ଧି ରଖି ପାରୁଛନ୍ତି ।
ଅନ୍ୟପକ୍ଷରେ ହାଇଦ୍ରାବାଦକୁ ଗତ ଦୁଇ ମ୍ୟାଚରେ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିବା ହାରି ବ୍ରୁକ୍ ଓ ଅଭିଷେକ ତ୍ରିପାଠୀ ନୂଆ ହିରୋ ଭାବେ ଉଭା ହୋଇଛନ୍ତି । ବୋଲିଂରେ ମୟଙ୍କ ମାର୍କଣ୍ଡେ ଦଳର ସର୍ବୋଚ୍ଚ ୱିକେଟ୍ ହାସଲକାରୀ ହୋଇଥିଲା ବେଳେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ ଓ ଭୁବନେଶ୍ବର କୁମାର ମଧ୍ୟ ବିପକ୍ଷ ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇ ପାରନ୍ତି ।












Click it and Unblock the Notifications