ଆଇପିଏଲ 2023: ଆଜି ଚେନ୍ନାଇ-ବାଙ୍ଗଲୋର ହାଇଭୋଲ୍ଟେଜ୍ ଫାଇଟ୍

IPL 2023, Match 24, RCB vs CSK: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣର 24ତମ ମୁକାବିଲାରେ ଆଜି ମୁହାମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର । ତୃତୀୟ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବେ ଉଭୟ ଦଳ । ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ ।

ଚଳିତ ସଂସ୍କରଣରେ ଚେନ୍ନାଇ 4ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇଛି ବାଙ୍ଗାଲୋର ମଧ୍ୟ 4ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛି । ଦୁଇ ଦଳ 4 ପଏଣ୍ଟ ପାଇଁ ରେନ ରେଟ ଆଧାରରେ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି । ଦୁଇ ଦଳ ଚଳିତ ସିଜନରେ ତୃତୀୟ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ ।

IPL 2023, Match 24, RCB vs CSK Preview

ତେବେ ଆହତ ସମସ୍ୟା ବର୍ତ୍ତମାନ ସୁଦ୍ଧା ସୁପରକିଙ୍ଗ୍‌ସ ପାଇଁ ଚିନ୍ତା ସୃଷ୍ଟି କରିଛି । ବେନ ଷ୍ଟୋକ୍ସ, ଦୀପକ ଚହର, ସିସାଣ୍ଡା ମାଗାଲା, ସିମରଜୀତ ସିଂହ ପ୍ରମୁଖ ଆହତ ଥିବାରୁ ବୋଲିଂ ଲାଇନ୍ ହୋଇପଡଜିଛି ଓ୍ୱିକ୍ । ଏପରିକି ଗତ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବି ଆହତ ହୋଇପଡିଥିଲେ । ତାଙ୍କ ଖେଳିବା ନେଇ ଦେଖା ଦେଇଥିଲା ଅନିଶ୍ଚିତତା ।

ସେପଟେ ଆରସିବିରେ ମଧ୍ୟ ଆହତ ସମସ୍ୟା ରହିଛି । ବାଙ୍ଗାଲୋରର ବିରାଟ କୋହଲି ଓ ଡୁପ୍ଲେସି ଭଲ ଫର୍ମରେ ରହିଛନ୍ତି । ମାତ୍ର ଦଳ 4ଟି ମ୍ୟାଚରୁ ମାତ୍ର 2ଟିରେ ବିଜୟୀ ହୋଇଛି । ଶେଷ ମ୍ୟାଚରେ ଦିଲ୍ଲୀ ବିପକ୍ଷରେ ବିରାଟ କୋହଲି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଛି । ଆଜି କୋହଲି, ଡୁପ୍ଲେସି ଓ ମ୍ୟାକ୍ସୱେଲଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ ।

ଆଇପିଏଲରେ ଏବେ ଯାଏ ଦୁଇ ଦଳ ମଧ୍ୟରେ 31ଟି ମ୍ୟାଚ ଖେଳାଯାଇଛି । ସେଥିରୁ 20ଟି ଚେନ୍ନାଇ ଜିତିଥିବା ବେଳେ 10ଟି ମ୍ୟାଚ ବାଙ୍ଗାଲୋର ଜିତିଛି । ଗୋଟିଏ ମ୍ୟାଚ ଡ୍ର ହୋଇଛି । ଶେଷ 5ଟି ମ୍ୟାଚରେ ଚେନ୍ନାଇ 4ଟି ମ୍ୟାଚ ଜିତିଛି । ତେଣୁ ଆକଳନ ଆଧାରରେ ଚେନ୍ନାଇ ପଲ୍ଲା ଭାରି ରହିଛି ।

  • ଚେନ୍ନାଇ ସାମ୍ଭାବ୍ୟ ଏକାଦଶ: ଋତୁରାଜ ଗାଏକ୍ବାର୍ଡ, ଡେଭିଡ କନୱେ, ଅଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଅମ୍ବିତୀ ରାୟୁଡୁ/ଆକାଶ ସିଂହ, ଶିବମ ଦୁବେ, ଏମଏସ ଧୋନୀ, ରବିନ୍ଦ୍ର ଜାଡେଜା, ମତିଶ ପଥିରାନା, ମହେଶ ଠିତଶାନା, ତୁଷାର ଦେଶପାଣ୍ଡେ ।
  • ବାଙ୍ଗାଲୋର ସାମ୍ଭାବ୍ୟ ଏକାଦଶ: ଫାଫ ଡୁପ୍ଲେସି, ବିରାଟ କୋହଲି, ମହିପାଲ ଲୋମରାର, ଗ୍ଲେନ ମ୍ୟାକ୍ସୱେଲ, ଶାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ବେନ ପାର୍ନିଲ, ମହମ୍ମଦ ସିରାଜ, ବେଶାଖ ବିଜୟକୁମାର ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+