ଆଇପିଏଲ 2023: ଟସ୍ ଜିତିଲା ବାଙ୍ଗଲୋର, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

IPL 2023, Match 24, RCB vs CSK: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣର 24ତମ ମୁକାବିଲାରେ ଆଜି ମୁହାମୁହିଁ ହୋଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆରସିବି ଫାଫ୍ ଡୁପଲେସିସ୍ ।

ତେବେ ଆଜି ମ୍ୟାଚ ପାଇଁ ଆରସିବି ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ଅନ୍ୟପଟେ ସିଏସକେରେ ଆହତ କାରଣରୁ ସିସାନ୍ଦା ମଗାଲା ଖେଳୁ ନାହାଁନ୍ତି । ପଥିରାନା ମଥିଶା ତାଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି ।

IPL 2023, Match 24, RCB vs CSK

ଷ୍ଟାଡିୟମ୍ ପ୍ୟାକ୍: ଆରସିବି-ଚେନ୍ନାଇ ମ୍ୟାଚ୍ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମରେ ପହଞ୍ଚିଛନ୍ତି । ପ୍ରଶଂସକମାନେ ଦୀର୍ଘ ସମୟ ଧରି ଏହି ମ୍ୟାଚ୍ ପାଇଁ ଅପେକ୍ଷା କରିଥିଲେ । ଯେଉଁଥି ପାଇଁ ମ୍ୟାଚ୍ ପାଇଁ ଟିକେଟ୍ ବହୁ ପୂର୍ବରୁ ବିକ୍ରି ହୋଇ ଯାଇଥିଲା । ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ ପ୍ରଶଂସକମାନେ ଷ୍ଟାଡିୟମରେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହିଛନ୍ତି ।

କୋହଲି କରିବେ ରନ ବର୍ଷା: ବିରାଟ କୋହଲିଙ୍କ ପାଇଁ ଆଇପିଏଲର 16 ତମ ସିଜିନ୍ ଚମତ୍କାର ହେବାକୁ ଯାଉଛି । ବିରାଟ କୋହଲି ପ୍ରଥମ ଚାରିଟି ମ୍ୟାଚରେ 200 ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଦୁଇ ଅର୍ଦ୍ଧଶତକ ହାସଲ କରିବାରେ ମଧ୍ୟ ସଫଳ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆଜି କୋହଲିଙ୍କଠାରୁ ପୁନର୍ବାର ରନ୍ ଆଶା କରାଯାଉଛି ।

ରାହାଣେଙ୍କ ଉପରେ ରହିବ ନଜର: ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସରେ ଯୋଗଦେବା ମାତ୍ରେ ଅଜିଙ୍କ୍ୟ ରାହାଣେ ଏକ ଭିନ୍ନ ଲୟରେ ନଜର ଆସିଛନ୍ତି। ହଳଦିଆ ଜର୍ସି ପିନ୍ଧି ରାହାଣେ ଏହି ଋତୁର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ କରିଛନ୍ତି । ମୁମ୍ବାଇ ବିପକ୍ଷରେ ମାତ୍ର 19 ଟି ବଲରେ ରାହାନେ 50 ରନ୍ ସଂଗ୍ରହ କରିଥିଲେ । ସେ ପୁଣି ଥରେ ବିସ୍ଫୋରକ ଇନିଂସ ଖେଳିପାରିବେ ।

ଆଇପିଏଲରେ ଏପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ ମୋଟ 31 ଟି ମ୍ୟାଚ୍ ଖେଳାଯାଇଛି। ଏହି ସମୟ ମଧ୍ୟରେ ଚେନ୍ନାଇ ଦଳ 20 ରୁ ଅଧିକ ମ୍ୟାଚ୍ ଜିତିଛି । ଯେଉଁଠାରେ ଆରସିବି ମାତ୍ର 10 ଟି ମ୍ୟାଚ୍ ଜିତିଛି ।

ଆରସିବି ଚୁଡାନ୍ତ ଏକାଦଶ: ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ମହିପାଲ ଲୋମର, ଗ୍ଲେନ୍ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ଡବ୍ଲୁ), ହର୍ଷଲ ପଟେଲ, ୱାନିନ୍ଦୁ ହାସରାଙ୍ଗା, ୱେନ ପାର୍ନେଲ, ବିଜୟକୁମାର ଭୈଶକ, ମହମ୍ମଦ ସିରାଜ।

ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ଡିଭନ୍ କନୱେ, ଋତୁରାଜ ଗାଇକୱାଡ, ଅଜିଙ୍କ୍ୟ ରାହାଣେ, ମୋଇନ ଅଲି, ଅମ୍ବାତି ରାୟୁଡୁ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଏମଏସ ଧୋନି (କ୍ୟାପଟେନ), ମାଥିଶା ପାଥିରାନା, ତୁଷାର ଦେଶପାଣ୍ଡେ, ମହେଶ ତିକ୍ଷ୍ତଣା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+