ଆଇପିଏଲ 2023ରେ ଆଜି ଡବଲ ହେଡର: MI vs KKR ଓ GT vs RR ଫାଇଟ୍

IPL 2023, MI vs KKR and GT vs RR: ଚଳିତ ଆଇପିଏଲ 2023ରେ ଆଜି ଡବଲ ହେଡର (୨ଟି ମ୍ୟାଚ) ମୁକାବିଲା ହେବ । ଅପରାହ୍ଣରେ ଦୁଇ ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର) କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ।

ସେହିପରି ରାତିରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ନିଜ ଘରୋଇ ସହର ଅହମଦାବାଦରେ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ ।

IPL 2023, MI vs KKR and GT vs RR

MI vs KKR: ଆଜି ଘରୋଇ ମାଟିରେ କୋଲକାତାକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସ 3ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଛି । ପଏଣ୍ଟ ତାଲିକାର ନବନ ସ୍ଥାନରେ ରହିଛି ମୁମ୍ବାଇ । ପ୍ରଥମ ବିଜୟ ପରେ ଦଳର ମନୋବଳ ବଢିଛି । ଦିଲ୍ଲୀକୁ ହରାଇ ଚଳିତ ସିଜନରେ ବିଜୟ ଖାତା ଖୋଲିଥିଲା ଇଣ୍ଡିଆନ୍ସ । ଆଇପିଏଲ ଇତିହାସରେ ଉଭୟ ଦଳ ମଧ୍ୟରେ 31ଟି ମ୍ୟାଚ ଖେଳାଯାଇଛି । ମୁମ୍ବାଇ 22ଟି ମ୍ୟାଚ ଜିତିଥିବା ବେଳେ ରାଜସ୍ଥାନ 9ଟି ମ୍ୟାଚ ଜିତିଛି । ରେକର୍ଡ ଦେଖିଲେ ମୁ୍ମ୍ବାଇ ପଲ୍ଲା ଭାରି ରହିଛି ।

ରୋହିତ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍‌ ବିଜୟୀ ୬୫ ରନ୍‌ କରିଥିଲେ। କିନ୍ତୁ ତାରକା ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଶୂନରେ ଆଉଟ୍‌ ହେବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଦ୍ରୁ୍ତ ବୋଲିଂ ଭାର ଜାସନ ବେହେରନଡର୍ଫ ଓ ରିଲି ମେରେଡିଥଙ୍କ କାନ୍ଧରେ ରହିବ। ସ୍ପିନର ପୀୟୂଷ ଚାୱଲାଙ୍କଠୁ ଦଳ ପୂର୍ବ ମ୍ୟାଚ୍‌ ଭଳି ଫର୍ମ ଆଶା ରଖିଛି। କେକେଆର୍‌ ବିପକ୍ଷରେ ଯୁବ ଖେଳାଳି ଟିମ୍‌ ଡେଭିଡ, କାମେରୁନ ଗ୍ରିନ, ତିଲକ ବର୍ମା ଓ ଈଶାନ କିଶନଙ୍କଠାରୁ ମଧ୍ୟ ଦଳ ବଡ଼ ସ୍କୋର୍‌ ଆଶା ରଖିଛି ।

IPL 2023, MI vs KKR and GT vs RR

GT vs RR: ଗତସିଜନ ଫାଇନାଲରେ ଗୁଜୁରାଟ ଓ ରାଜସ୍ଥାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଏଥିରେ ବାଜି ମାରି ନେଇଥିଲା ଗୁଜୁରାଟ । ରୟାଲ୍ସକୁ 7 ୱିକେଟରେ ହରାଇ ବିଜୟ ମୁକୁଟ ପିନ୍ଧିଥିଲା ପଦାର୍ପଣ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟାନ୍ସ । ଆଜି ଗୁଜୁରାଟ ଘରୋଇ ମାଟିରେ ତାକୁ ପରାସ୍ତ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ରାଜସ୍ଥାନ । ଆଜି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଏହି ପରାଜୟର ପ୍ରତିଶୋଧ ନେବାକୁ ଯୋଜନା କରିଛି । ଚଳିତ ସିଜନରେ ଉଭୟ ଦଳ ମଜବୁତ ସ୍ଥିତିରେ ରହିଛନ୍ତି । ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ଚଳିତ ଋତୁରେ ଟାଇଟନ୍ସ ୪ ମ୍ୟାଚରୁ ୩ ଜିତି ଟେବୁଲର ତୃତୀୟରେ ରହିଥିଲା ବେଳେ ରୟାଲ୍ସ ସମାନ ମ୍ୟାଚ୍‌ ଓ ସମାନ ବିଜୟ ପାଇଥିଲା ବେଳେ ରନ୍‌ ରେଟ୍‌ରେ ଆଗରେ ଶୀର୍ଷ ସ୍ଥାନ ଦଖଲ କରିଛି । ଏପର୍ଯ୍ୟନ୍ତ ଉଭୟ ଦଳର ବ୍ୟାଟିଂ ଓ ବୋଲିଂରେ ସମାନତା ରହିଛି । ହେଲେ ଟାଇଟନ୍ସ ପୂର୍ବରୁ ରୟାଲ୍ସ ବିପକ୍ଷରେ ସବୁ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ମନୋବଳରେ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+