ଆଇପିଏଲ ୨୦୨୩: କେକେଆର ଉପରେ ଭାରି ପଡିଲେ ଅର୍ଶଦୀପ, 7 ରନରେ ଜିତିଲା ପଞ୍ଜାବ

PBKS vs KKR Match Highlights & Results

PBKS vs KKR Highlights: ଆଇପିଏଲ 2023 ର ଦୁଇ ନମ୍ବର ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଦଳ ମୋହାଲିରେ ନିଜ ଘରୋଇ ପଡ଼ିଆରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ 7 ରନ୍ (DLS ପଦ୍ଧତି) ଦ୍ୱାରା ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କର ପଞ୍ଜାବ କିଙ୍ଗ୍ସ 191 ରନ୍ ଯୋଡିଥିଲା । ତେବେ କେକେଆର ବ୍ୟାଟିଂ ସମୟରେ ବର୍ଷା ହେତୁ ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ମ୍ୟାଚ ବନ୍ଦ ହେବା ବେଳକୁ ନାଇଟ୍ ରାଇଡର୍ସ ସ୍କୋର 16 ଓଭରରେ 7 ୱିକେଟ ପାଇଁ 146 ରନ୍ ଥିଲା । ଶେଷରେ DLS ପଦ୍ଧତି ଦ୍ୱାରା ପଞ୍ଜାବ 7 ରନରେ ବିଜୟୀ ହୋଇଛି ।

ଟାର୍ଗେଟକୁ ଗୋଡାଇ କେକେଆର ମାତ୍ର 17 ରନ୍ ପାଇଁ ଦୁଇଟି ୱିକେଟ୍ ହରାଇଥିଲା । ଇମ୍ପାକ୍ଟ ଖେଳାଳି ଭାବେ ଭେଙ୍କଟେଶ ଆୟର ଓପନ କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ତାଙ୍କ ସ୍ଥାନରେ ମନଦୀପ ସିଂ ଏବଂ ଆଫଗାନିସ୍ତାନର ଡେବ୍ୟୁାଣ୍ଟ ରହମାନୁଲ୍ଲା ଗୁରୁବାଜ କେକେଆର ପାଇଁ ଇଂନିସ ଆରମ୍ଭ କରିଥିଲେ । ତେବେ ସାମ୍ କରନଙ୍କ ଦ୍ୱାରା ମନଦୀପ ସିଂ ମାତ୍ର 2 ରନ୍ ସ୍କୋର ପାଭିଲିୟନ ଫେରିଥିଲେ। ଏହା ପରେ ଅନୁକୁଲ ରୟଙ୍କୁ ମଧ୍ୟ 4 ରନ୍ ପାଇଁ ବରଖାସ୍ତ ହୋଇଥିଲା ଏବଂ ପଞ୍ଜାବ ଦଳ ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ସାରିଥିଲା ।

ତେବେ ଗୁରୁବାଜ ଭଲ ଖେଳିଥିଲେ । ସେ 16 ବଲରେ 3 ଚୌକା ଓ ଗୋଟିଏ ଛକା ସହ 22 ରନ ସଂଗ୍ରହ କରିଥିଲେ । 3 ୱିକେଟ୍ ହରାଇବା ପରେ କେକେଆରର ସ୍କୋର 29 ରନ୍ ଥିଲା। କିନ୍ତୁ ଏହିଠାରେ ଭେଙ୍କଟେଶ, ଯିଏକି ଇମ୍ପାକ୍ଟ ପ୍ଲେୟାର ଭାବେ ଫିଲ୍ଡକୁ ଓହ୍ଲାଇଥିଲେ । ସେ ନିଜର ପ୍ରଭାବ ଛାଡି ୱିକେଟ୍ ଅକ୍ଷୁର୍ଣ୍ଣ ରଖିଥିଲେ ଏବଂ ପ୍ରଥମେ ଅଧିନାୟକ ନୀତିଶ ରାଣା ଏବଂ ପରେ ଆଣ୍ଡ୍ରେ ରସେଲଙ୍କ ସହ ସହଭାଗିତା ବାଣ୍ଟିଥିଲେ। ତେବେ ଆୟରଙ୍କ ବ୍ୟତିତ ଅଧିନାୟକ ନୀତିଶ ରାଣା 24 ରନ ଓ ବିସ୍ଫୋରକ ଆଣ୍ଡ୍ରେ ରସେଲ 35 ରନ କରିଥିଲେ । ମାତ୍ର ବର୍ଷା ହେବାରୁ ମ୍ୟାଚ ପଞ୍ଜାବ ସପକ୍ଷରେ ଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+