ଆଇପିଏଲ 2023: ଆଜି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ

କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଆଜି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଚଳିତ ସଂସ୍କରଣରେ କେକେଆର୍ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସଠୁ ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ମ୍ୟାଚରେ ଦୁଇଟି ବିଜୟ ପାଇଥିଲା ।

IPL 2023, Match 19

କୋଲକତା ନାଇଟ୍ ରାଇଡର୍ସର ରିଙ୍କୁ ସିଂଙ୍କ ଚମତ୍କାର ପ୍ରଦର୍ଶନ ଫଳରେ ପୂର୍ବ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଧୂଳି ଚଟାଇଥିଲା ଦଳ । ସେହିପରି ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ପୂର୍ବ ମ୍ୟାଚରେ ପଞ୍ଜାବକୁ ବିପକ୍ଷରେ ବିଜୟ ହାସଲ କରିଥିଲା । ଏଭଳି ପରିସ୍ଥିତିରେ ଉଭୟ ଦଳ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବେ ।

ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ ର ରେକର୍ଡକୁ ଦେଖିବା, ତେବେ ଏଥିରେ କେକେଆରର ପଲା ଭାରି ରହିଥିବା ଦେଖିବାକୁ ମିଳୁଛି । ଏହି ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨୩ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ କେକେଆର୍ ୧୫ଟି ଓ ସନରାଇଜର୍ସ ହାଇଦ୍ରାବାଦ ୮ଟି ମ୍ୟାଚ୍ ରେ ବିଜୟୀ ହୋଇଛି । ତେବେ ଉଭୟ ଦଳ ମଧ୍ଯରେ ଖେଳା ଯାଇଥିବା ମ୍ୟାଚରେ କେବେ ଟାଇ ହୋଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+