ଆଇପିଏଲ 2023: ଆଜି ରାଜସ୍ଥାନ-ଚେନ୍ନାଇ ମୁକାବିଲା
ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଏହା ଚଳିତ ସଂସ୍କରଣର 17ତମ ମ୍ୟାଚ ।
ତେବେ ଫର୍ମରେ ଥିବା ରାଜସ୍ଥାନ ରୟାଲ୍ସର ଓପନିଂ ଯୋଡ଼ି ଜସ୍ ବଟଲର ଓ ଯଶସ୍ବୀ ଜୟସ୍ବାଲ ବୁଧବାର ଚେନ୍ନାଇର ଚେପକ ପିଚ୍ରେ ସ୍ପିନ୍ ପରୀକ୍ଷାର ସମ୍ମୁଖୀନ ହେବେ । ଏହି ଯୋଡ଼ି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍ଏକେ) ବିପକ୍ଷ ବୁଧବାର ମ୍ୟାଚ୍ରେ ଏହାର ସ୍ପିନ୍ ତ୍ରିମୂର୍ତ୍ତିଙ୍କୁ କିପରି ମୁକାବିଲା କରିବେ ତାହା ଦେଖିବାର ଅଛି ।

ଦୁଇଦଳ 3ଟି ଲେଖାଏଁ ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛନ୍ତି । ଆଜି ତୃତୀୟ ବିଜୟ ଲକ୍ଷ୍ୟରେ ରହିଛନ୍ତି ଦୁଇଦଳ । ରାଜସ୍ଥାନ ଏହି ମ୍ୟାଚ ଜିତିଲେ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଯିବ । ଚେନ୍ନାଇ ସୁପରକିଙ୍ଗସକୁ ଦ୍ବିତୀୟ ସ୍ଥାନକୁ ଉଠିବାକୁ ସୁଯୋଗ ରହିଛି । ଯଦି ରାଜସ୍ଥାନକୁ ସୁପର କିଙ୍ଗସ ହରାଇ ଦେଉଛି ତେବେ ଦଳ ଦ୍ବିତୀୟ ସ୍ଥାନକୁ ଉଠିବ ।
ସିଏସକର ଆହତ ସମସ୍ୟା ରହିଛି । ଦୀପକ ଚହଲ, ଷ୍ଟୋକ ଆହତ ହୋଇଛନ୍ତି ତେଣୁ ଆଜିର ମ୍ୟାଚରୁ ଉଭୟ ବାଦ ପଡିବେ । ଆହତ ସମସ୍ୟା ଯେପରି ଦଳ ଉପରେ କିଛି ପ୍ରଭାବ ନ ପକାଏ ସେ ନେଇ ଦଳକୁ ପ୍ରସ୍ତୁତ ହେବାକୁ ପଡିବ । ପୂର୍ବ ମ୍ୟାଚରେ ଆଜିଙ୍କେ ରାହାଣେଙ୍କ ଦମଦାର ପ୍ରଦର୍ଶନ କରିଥିଲେ ।
ଅନ୍ୟପକ୍ଷରେ ରୟାଲ୍ସ ନିକଟରେ ରବିଚନ୍ଦ୍ରନ ଅଶ୍ବିନ, ୟୁଝବେନ୍ଦ୍ର ଚହଲଙ୍କ ଭଳି ଅଭିଜ୍ଞ ସ୍ପିନରଙ୍କ ସହିତ ମୁରୁଗାନ ଅଶ୍ବିନ ମଧ୍ୟ ରହିଛନ୍ତି। ଏମାନେ ସିଏସ୍କେ ବ୍ୟାଟର୍ଙ୍କୁ ଅଟକାଇବାକୁ ପୂରା ସକ୍ଷମ ହେବେ। ଦୁଇ ଓପନର୍ ବଟଲର ଓ ଜୟସ୍ବାଲଙ୍କ ପରେ ଅଧିନାୟକ ସଂଜୁ ସାମସନ ଓ ସିମ୍ରନ ହେଟମାୟରଙ୍କ ବ୍ୟାଟ୍ରୁ ବଡ଼ ସଟ୍ ବାହାରିଲେ ଦଳ ଭଲ ସ୍କୋର୍ କରିପାରିବ।
ଚେନ୍ନାଇ ସୁପର କିଙ୍ଗ୍ସ- ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଅମ୍ବାତି ରାୟୁଡ଼ୁ, ମୋଇନ ଅଲୀ, ବେନ ଷ୍ଟୋକ୍ସ, ରବୀନ୍ଦ୍ର ଜାଦେଜା, ଅଜିଙ୍କ୍ୟ ରାହାଣେ, ସିସାନ୍ଦା ମଗାଲା, ଶିବମ ଦୁବେ, ଡ୍ବାନ୍ ପ୍ରିଟୋରିଅସ, ଆୟ ମଣ୍ଡଳ, ନିଶାନ୍ତ ସିନ୍ଧୁ, ରାଜବର୍ଦ୍ଧନ ହଙ୍ଗାରଗେକର, ମିଚେଲ ସାଣ୍ଟନର, ଶୁଭ୍ରାଂଶୁ ସେନାପତି, ସିମରଜିତ ସିଂହ, ମାଥିସା ପଥିରଣା, ମହେଶ ତୀକ୍ଷ୍ଣା, ଭଗତ ବର୍ମା, ପ୍ରଶାନ୍ତ ସୋଲାଙ୍କି, ଶେଖ ରସିଦ, ତୁଷାର ଦେଶପାଣ୍ଡେ।
ରାଜସ୍ଥାନ ରୟାଲ୍ସ- ଜୋସ ବଟଲର, ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ (ଅଧିନାୟକ), ଧ୍ରୁବ ଜୋରେଲ, ରିୟାନ ପରାଗ, ସିମ୍ରନ ହେଟମାୟର, ଆର୍ ଅଶ୍ବିନ, ଜାସନ ହୋଲଡର, ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ, ନଭଦୀପ ସୈନି, ଏମ୍ ଅଶ୍ବିନ, କେଏମ୍ ଅସିଫ, କେସି କାରିଆପ୍ପା, ଡୋନୋଭାନ ଫେରିଇରା, ଦେବଦତ୍ତ ପଡ଼ିକଲ, ଓବେ ମ୍ୟାକୟ, ଜୋ ରୁଟ, କୁଲଦୀପ ସେନ, ଆକାଶ ବଶିଷ୍ଟ, କୁଲଦୀପ ଯାଦବ, ଆଦାମ ଜାମ୍ପା, ଅବଦୁଲ ବଶିଷ୍ଟ।












Click it and Unblock the Notifications