ଆଇପିଏଲ 2023: ଆଜି ଦିଲ୍ଲୀ-ମୁମ୍ବାଇ ଭେଟଘାଟ୍, ପ୍ରଥମ ବିଜୟ ଭୋକରେ ଉଭୟ ଦଳ
IPL 2023, Match 16, MI vs DC: ଆଇପିଏଲ 2023ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ଚାଖି ନାହାନ୍ତି ।

ଦିଲ୍ଲୀ 3ଟି ମ୍ୟାଚ ଖେଳିଥିବା ବେଳେ ମୁମ୍ବାଇ 2ଟି ମ୍ୟାଚ ଖେଳିଛି । ଦିଲ୍ଲୀ ପଏଣ୍ଟ ଟେବୁଲ ଶେଷରେ ରହିଥିବା ବେଳେ ମୁମ୍ବାଇ ଶେଷ ଆଡୁ ଦ୍ବିତୀୟ ସ୍ଥାନରେ ରହିଛି । ପୂର୍ବ ସିଜନରେ ମଧ୍ୟ ମୁମ୍ବାଇର ନିରାଶଜନକ ପ୍ରଦର୍ଶନ ରହିଥିଲା । ଏଥର ମଧ୍ୟ ମୁମ୍ବାଇର ପ୍ରଦର୍ଶନ ଭଲ ନାହିଁ । ଲଗାତାର ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ମୁକାବିଲାରେ ଆରସିବି ଓ ଦ୍ବିତୀୟ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ନିକଟରୁ ପରାସ୍ତ ହୋଇଥିଲା । ତେଣୁ ଆଜି ଦିଲ୍ଲୀ ସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମଠାରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଥିଲା ବେଳେ ପ୍ରଥମ ବିଜୟ ଅପେକ୍ଷାରେ ରହିଛନ୍ତି ।
ଗତ ମ୍ୟାଚରେ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କୁ ଛାଡ଼ି ଦିଲ୍ଲୀର ଶୀର୍ଷ କ୍ରମ ପୂରା ବିଫଳ ହୋଇଥିଲେ । ଅନ୍ୟପକ୍ଷରେ ଦ୍ରୁତ ବୋଲର ବିପକ୍ଷରେ ଗତ ୩ ମ୍ୟାଚରେ ଦଳର ତାରକା ବ୍ୟାଟର୍ ପୃଥ୍ବୀ ଶ'ଙ୍କ ବିଫଳତା ନେଇ ଅନେକ ପ୍ରଶ୍ନ ଉଠିଲାଣି। ସେହିପରି ଦିଲ୍ଲୀ ଦ୍ରୁତ ବୋଲର ଅନିରକ୍ ନୋକିୟା, ମୁକେଶ କୁମାର ଓ ଖଲିଲ ଅହମଦ ମଧ୍ୟ ବିପକ୍ଷ ବ୍ୟାଟରଙ୍କୁ ଚାପରେ ରଖିପାରୁ ନାହାନ୍ତି ।
ଅନ୍ୟପକ୍ଷରେ ତାରକା ବ୍ୟାଟର୍ ଭର୍ତ୍ତି ଥିବା ମୁମ୍ବାଇ ବଡ଼ ସ୍କୋର୍ କରିବାରେ ବିଫଳ ହୋଇଛି। ଦଳ ଈଶାନ କିଶନଙ୍କ ବଡ଼ ସଟ୍ ଏବଂ ଦାମି ଖେଳାଳି କାମେରନ ଗ୍ରିନ୍ଙ୍କ ସଫଳତାକୁ ଅପେକ୍ଷା କରିଛି। ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦୁଇଟି ଯାକ ମ୍ୟାଚରେ ବିଫଳ ହୋଇଛନ୍ତି ।
DC ସାମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, ପୃଥ୍ବୀ ଶ', ମନୀଷ ପାଣ୍ଡେ, ରାଇଲି ରସୋ, ରୋଭମାନ ପାୱେଲ, ଲଳିତ ଯାଦବ, ଅକ୍ଷର ପଟେଲ, ଅଭିଷେତ ପୋରେଲ, ଚେତନ ସକରିୟା, କୁଲଦୀପ ଯାଦବ, ଆନରିକ ନର୍ଜ ।
MI ସାମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଇଶାନ କିଷନ, କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟ୍ରିଷ୍ଟନ ଷ୍ଟଚ୍, ଟିମ୍ ସାଉଦି, ହ୍ରିତିକ ସୋକିନ, ପିୟୂଷ ଚାୱାଲା, ଜାସନ ବେହରନଡର୍ଫ, ସନ୍ଦିପ ୱାରିୟର ।












Click it and Unblock the Notifications