ଆଇପିଏଲ 2023: ଆଜି ବାଙ୍ଗାଲୋର-ଲକ୍ଷ୍ନୌ ମୁକାବିଲା

IPL 2023, Match 15, RCB vs LSG: ଆଇପିଏଲ 2023ର 15ତମ ମ୍ୟାଚରେ ଆଜି (ସୋମବାର) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମୁହାଁମୁହିଁ ହେବେ । କେଏଲ୍‌ ରାହୁଲଙ୍କ ସୁପର ଜାଏଣ୍ଟ୍‌ସ ନିଜର ଚତୁର୍ଥ ମ୍ୟାଚରୁ ତୃତୀୟ ବିଜୟ ଲକ୍ଷ୍ୟରେ ରହିଥିଲା ବେଳେ ଫାଫ୍‌ ଡୁପ୍ଲେସିସ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ତୃତୀୟ ମ୍ୟାଚରୁ ଦ୍ବିତୀୟ ବିଜୟ ପାଇଁ ଲଢ଼ିବ।

ଆରସିବି ଘରୋଇ ଗ୍ରାଉଣ୍ଡରେ ମୁକାବିଲା ଅନୁଷ୍ଠିତ ହେବ । ପୂର୍ବ ସଂସ୍କରଣରେ ଲକ୍ଷ୍ନୌ ବିପକ୍ଷରେ 2ଟି ମ୍ୟାଚ ଖେଳି ଅପରାଜେୟ ରହିଥିଲା ଆରସିବି । 5 ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଫାଫା ଡୁପ୍ଲେସିଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ମ୍ୟାଚରେ କୋଲକାତାଠୁ ପରାସ୍ତ ହୋଇଥିଲା ଆରସିବି । ବ୍ୟାଟିଂ ବିଫଳତା ଦଳର ପରାଜୟର କାରଣ ଥିଲା ।

IPL 2023, Match 15, RCB vs LSG Preview

ସେପଟେ ଲକ୍ଷ୍ନୌ ଘରେ ଦୁଇଟି ମ୍ୟାଚ୍‌ ଖେଳି ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା ବେଳେ ଚେନ୍ନାଇରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ୧୨ ରନରେ ପରାସ୍ତ ହୋଇଥିଲା ।

ବାଙ୍ଗାଲୋର ବିପକ୍ଷରେ ସୁପର ଜାଏଣ୍ଟସ ଏକ ସନ୍ତୁଳିତ ଦଳ ପ୍ରସ୍ତୁତ କରିଛି । ସୁପର ଜାଏଣ୍ଟସର କେଲି ମାୟର୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ । ହାଇଦ୍ରାବାଦ ବିପକ୍ଷରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । 34 ରନ ସହ 3ଟି ୱିକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ତେବେ ଶକ୍ତିଶାଳୀ ଲକ୍ଷ୍ନୌ ଦଳ ବିପକ୍ଷରେ ମ୍ୟାଚ୍‌ ଜିତିବାକୁ ହେଲେ ବାଙ୍ଗାଲୋର ଦଳ ବ୍ୟାଟର୍‌ଙ୍କଠୁ ଉନ୍ନତ ପ୍ରଦର୍ଶନ ଏବଂ ଡେଥ୍‌ ଓଭର ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ ଆଶା କରିବ। ବିଶେଷକରି ଡେଥ୍‌ ଓଭର ବୋଲିଂ ବାଙ୍ଗାଲୋର ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+