ଆଇପିଏଲ ୨୦୨୩: ହାଇଦ୍ରାବାଦର ପ୍ରଥମ ବ୍ୟାଟିଂ, ଦଳକୁ ଫେରିଲେ କ୍ୟାପଟେନ୍
IPL 2023, Match 10, LSG vs SRH: ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଆଡେନ ମାର୍କ୍ରାମ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ କେଏଲ୍ ରାହୁଲଙ୍କ ନେତୃତ୍ୱାଧିନ ଲକ୍ଷ୍ନୌ କମ ସ୍କୋରରେ ହାଇଦ୍ରାବାଦକୁ ଅଟକାଇବାକୁ ଚେଷ୍ଟା କରିବ ।
ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ରଥମ ଆଇପିଏଲ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଏକ ନିରାଶାଜନକ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ପାୱାରପ୍ଲେ ସମୟରେ ସନରାଇଜର୍ସ ହାଇଦ୍ରାବାଦର ବୋଲରମାନେ 85 ରନ୍ ଲୁଟାଇ ଥିଲେ । ଏଭଳି ପରିସ୍ଥିତିରେ ଦଳ ଏହାର ବୋଲିଂରେ ଉନ୍ନତି ଆଣିବା ଆବଶ୍ୟକ । ଟି. ନାଟାରାଜନଙ୍କୁ ଛାଡି ଦେଲେ ଅନ୍ୟ କୌଣସି ବୋଲର ପ୍ରଭାବ ପକାଇବାକୁ ସକ୍ଷମ ହୋଇ ନଥିଲେ ।

ଫେରିଲେ କ୍ୟାପଟେନ ଆଡେନ ମାର୍କ୍ରାମ: ହାଇଦ୍ରାବାଦ ଦଳରେ ଏହି ମ୍ୟାଚ୍ ପାଇଁ କ୍ୟାପଟେନ ଆଡେନ ମାର୍କ୍ରାମ ଫେରିଛନ୍ତି । ପ୍ରଥମ ମ୍ୟାଚରେ ଭୁବନେଶ୍ୱର କୁମାର ଆଡେନ ମାର୍କ୍ରାମଙ୍କ ସ୍ଥାନରେ ଦଳର ଅଧିନାୟକ ଭାର ଗ୍ରହଣ କରିଥିଲେ। କିନ୍ତୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ମାର୍କ୍ରାମଙ୍କ ଆଗମନ ସହିତ ତାଙ୍କ ବ୍ୟାଟିଂ ମଜବୁତ ହୋଇଛି । ଆଦିଲ ରସିଦଙ୍କ ସ୍ଥାନରେ ମାର୍କ୍ରାମଙ୍କୁ ଦଳକୁ ଅଣାଯାଇଛି । ଏହା ବ୍ୟତୀତ ଦଳର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଠାରୁ ମଧ୍ୟ ରନ୍ ଆଶା କରାଯାଉଛି ।
ଲକ୍ଷ୍ନୌ ଚେନ୍ନାଇଠୁ ପରାସ୍ତ ହୋଇଥିଲା: କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜଏଣ୍ଟସ୍ କୁ ଗତ ମ୍ୟାଚରେ ଚେନ୍ନାଇଙ୍କ ହାତରେ 12 ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ଲକ୍ଷ୍ନୌ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ 50 ରନରେ ଜିତିଥିଲା । ଏଭଳି ପରିସ୍ଥିତିରେ ଦଳର ପ୍ରୟାସ ବିଜୟ ଟ୍ରାକକୁ ଫେରିବା ହେବ । ଏହି ଦୁଇ ଦଳ ଏପର୍ଯ୍ୟନ୍ତ କେବଳ ଥରେ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଲକ୍ଷ୍ନୌ ସନରାଇଜର୍ସ ହାଇଦ୍ରାବାଦକୁ 12 ରନରେ ପରାସ୍ତ କରିଛି ।
- ଲକ୍ଷ୍ନୌ ଦଳର ଚୁଡାନ୍ତ ଏକାଦଶ: କେଏଲ୍ ରାହୁଲ (କ୍ୟାପଟେନ୍), କାଇଲ୍ ମାୟର୍ସ, ଦୀପକ ହୁଡା, ମାର୍କସ୍ ଷ୍ଟୋଇନିସ୍, ନିକୋଲାସ୍ ପୁରାନ୍ (ୱିକେଟ୍ କିପର), ରୋମାରିଓ ଶେଖର, କୁନାଲ ପାଣ୍ଡ୍ୟା, ଅମିତ ମିଶ୍ର, ୟଶ ଠାକୁର, ଜୟଦେବ ଉନାଦକଟ, ରବି ବିଷ୍ଣୌଇ ।
- ହାଇଦ୍ରାବାଦ ଦଳର ଚୁଡାନ୍ତ ଏକାଦଶ: ମୟଙ୍କ ଅଗ୍ରୱାଲ, ଅନମୋଲପ୍ରୀତ ସିଂ (ୱିକେଟ୍ କିପର), ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ (ଅଧିନାୟକ), ହ୍ୟାରି ବ୍ରୁକ, ୱାଶିଂଟନ ସୁନ୍ଦର, ଅବଦୁଲ ସମାଦ, ଭୁବନେଶ୍ୱର କୁମାର, ଟି. ନାଟାରାଜନ, ଉମରନ ମଲିକ, ଆଦିଲ ରସିଦ ।












Click it and Unblock the Notifications