ଆଇପିଏଲ୍ ୨୦୨୩: ଆଜି ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ
IPL 2023, Match 10, LSG vs SRH Preview: ଆଜି ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଜି ଆଇପିଏଲର ଦଶମ ମୁକାବିଲା ।
ତେବେ ପରାଜୟରୁ ଅଭିଯାନ ଆରମ୍ଭ କରିଛି ସନରାଇଜର୍ସ ହାଇଦ୍ରାବାଦ । ଆଜି ଦଳରେ ନୂଆ ଅଧିନାୟକ ଏଡେନ ମାରକ୍ରମ ଯୋଗ ଦେବେ । ପ୍ରଥମ ମ୍ୟାଚରେ ମାରକ୍ରମଙ୍କ ଅନୁପସ୍ଥିତରେ ଭୁବନେଶ୍ବର କୁମାର ଏହି ଦଳର ନେତୃତ୍ବ ନେଇଥିଲେ। ହେଲେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦଳ ୭୨ ରନ୍ର ବଡ଼ ବ୍ୟବଧାନରେ ପରାଜୟ ବରଣ କରିଥିଲା। ଏବେ ମାରକ୍ରମଙ୍କ ସହ ମାର୍କୋ ଜାନସେନ ଓ ହେନରିକ୍ କ୍ଲାସେଁ ମଧ୍ୟ ହାଇଦ୍ରାବାଦ ସହ ଯୋଗ ଦେଇଛନ୍ତି। ଗତ ବର୍ଷ ହାଇଦ୍ରାବାଦ ଅଷ୍ଟମ ସ୍ଥାନରେ ରହିଥିଲା ।

ଅନ୍ୟପକ୍ଷରେ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨ ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ବିଜୟ ଓ ପରାଜୟର ସ୍ବାଦ ଚାଖିଛି। ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କଡ଼ା ସଂଘର୍ଷ କରି ୧୨ ରନ୍ରେ ହାରିଥିଲା । ରାହୁଲଙ୍କ ଆରମ୍ଭ ଭଲ ହୋଇନଥିଲେ ମଧ୍ୟ କାଇଲ ମେୟର୍ସ ଦୁଇଟି ମ୍ୟାଚ୍ରେ ଦୁଇଟି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଦିଲ୍ଲୀ ବିପକ୍ଷରେ ୫ ୱିକେଟ୍ ନେଇଥିବା ଦ୍ରୁତ ବୋଲର ମାର୍କ ଉଡ୍ ଚେନ୍ନାଇ ବିପକ୍ଷରେ ୩ ଓ ସ୍ପିନର ରବି ବିଷ୍ଣୋଇ ଦୁଇଟି ମ୍ୟାଚ୍ରେ ୫ ୱିକେଟ୍ ଅକ୍ତିଆର କରିଛନ୍ତି । ତେଣୁ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିବ ଲକ୍ଷ୍ନୌ ।












Click it and Unblock the Notifications