ଆଇପିଏଲ 2023: କାଲି ମହାମୁକାବିଲା, ଡିଫେଣ୍ଡିଂ ଚାମ୍ପିୟନକୁ ଭେଟିବ ଚାରିଥର ଚାମ୍ପିୟନ୍

IPL 2023, Match 1, CSK Vs GT Preview

IPL 2023, Match 1, CSK Vs GT Preview: କାଲିଠୁ (ମାର୍ଚ୍ଚ 31, ଶୁକ୍ରବାର)ଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ 2023 । ଚଳିତ ସିଜନର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ୍ସ ଗୁଜୁରାଟ ଟାଇଟାନ୍ସ (ଚେନ୍ନାଇ ବନାମ ଗୁଜୁରାଟ) ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ଅମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସନ୍ଧ୍ୟା 7:30 ରେ ଆରମ୍ଭ ହେବା ମ୍ୟାଚ ।

ତେବେ ଗତବର୍ଷ ଗୁଜରାଟ ଆଇପିଏଲରେ ଡେବ୍ୟୁ କରିବା ସହ ଚାମ୍ପିୟନ ହୋଇଥିଲା । ଚେନ୍ନାଇ ଗତ ସଂସ୍କରଣରେ ଗୁଜରାଟକୁ ଭେଟିଥିଲେ ମଧ୍ୟ ଦଳକୁ ହାରିବାକୁ ପଡ଼ିଥିଲା। ତେଣୁ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଗୁଜରାଟ ଠାରୁ ଚେନ୍ନାଇ ଏଥର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଚାରିଥର ଆଇପିଏଲ୍ ଚାମ୍ପିୟନ । ଏଥର ଅନେକ ବିସ୍ଫୋରକ ଖେଳାଳି ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଯୋଗ ଦେଇଛନ୍ତି । ଏପରି ପରିସ୍ଥିତିରେ ଆସନ୍ତୁ ଦେଖିବା ଗୁଜୁରାଟ ଟାଇଟାନ୍ସ ବିପକ୍ଷ ଆସନ୍ତାକାଲିର ମ୍ୟାଚରେ କେଉଁ ଏକାଦଶ ସହ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ପଡିଆକୁ ଓହ୍ଲାଇବେ ।

ଟପ୍ ଅର୍ଡର୍

ଆସନ୍ତାକାଲି ଗୁଜୁରାଟ ଟାଇଟାନ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଡିଭନ୍ କନୱେ ଏବଂ ଋତୁରାଜ ଗାଇକୱାଡ ଓପନ କରିବେ । ଡିଭନ୍ କନୱେ ଏବଂ ଋତୁରାଜ ଗାଇକୱାଡଙ୍କ ଯୋଡି ଅତ୍ୟନ୍ତ ବିପଜ୍ଜନକ ଏବଂ ଏହି ଉଭୟ ବ୍ୟାଟ୍ସମ୍ୟାନ୍ ପାୱାର୍ ହିଟର ଅଟନ୍ତି ।

ମଧ୍ୟ କ୍ରମ

ଚେନ୍ନାଇ ସୁପର କିଙ୍ଗ୍ସର ଏକାଦଶରେ ମୋଇନ୍ ଅଲି 3 ନମ୍ବରରେ ଅବତରଣ କରିବେ । ସେହିପରି ଅମ୍ବାତି ରାୟୁଡୁ 4 ନମ୍ବରରେ ବ୍ୟାଟିଂ କରିବେ । ତେବେ ଚେନ୍ନାଇ ପାଖରେ ରହିଛନ୍ତି ଇଂଲଣ୍ଡର ବିସ୍ଫୋରକ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଯିଏକି 5 ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ । ସେହିପରି ଶିବମ ଦୁବେ 6 ନମ୍ବର ଏବଂ କ୍ୟାପଟେନ ତଥା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନି 7 ନମ୍ବରରେ ଅବତରଣ କରିବେ ।

ବୋଲିଂ ବିଭାଗ

ଚେନ୍ନାଇ ସୁପର କିଙ୍ଗ୍ସର ଖେଳୁଥିବା ଏକାଦଶରେ ରବିନ୍ଦ୍ର ଜାଡେଜା ସ୍ପିନ୍ ବିଭାଗର ନେତୃତ୍ୱ ନେବେ। ଅନ୍ୟପଟେ ଡ୍ୱେନ୍ ପ୍ରିଟୋରିୟସ୍, ସିସଣ୍ଡା ମାଗାଲା ଏବଂ ଦୀପକ ଚହର ଦ୍ରୁତ ବୋଲିଂର ଭାର ଉଠାଇବେ ।

  • ଚେନ୍ନାଇ ସୁପର କିଙ୍ଗ୍ସ ସମ୍ଭାବ୍ୟ ଏକାଦଶ: ଡିଭନ୍ କନୱେ, ଋତୁରାଜ ଗାଇକ୍ୱାଡ, ମୋଏନ୍ ଅଲ୍ଲୀ, ଅମ୍ବାତି ରାୟୁଡୁ, ବେନ୍ ଷ୍ଟୋକ୍ସ, ଶିବମ୍ ଦୁବେ, ମହେନ୍ଦ୍ର ସିଂ ଧୋନି , ରବିନ୍ଦ୍ର ଜାଡେଜା, ଡୱେନ ପ୍ରିଟୋରିୟସ୍, ସିସଣ୍ଡା ମାଗାଲା, ଦୀପକ ଚହର ।
  • ଗୁଜୁରାଟ ଟାଇଟାନ୍ସ ସମ୍ଭାବ୍ୟ ଏକାଦଶ: ଋଦ୍ଧିମାନ ସାହା, ଶୁବମାନ ଗିଲ, କେନ ୱିଲିୟମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅଭିନବ ମନୋହର, ମାଥ୍ୟୁ ୱେଡ, ରାହୁଲ ତେୱାତିଆ, ଶିବମ ମାଭି, ରସିଦ ଖାନ, ମହମ୍ମଦ ଶାମି, ଜୋଶୁଆ ଲିଟିଲ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+