ଆଇପିଏଲ ଇତିହାସରେ ଆଜି ପ୍ରଥମଥର ଦେଖିବେ ଏମିତି ଦୃଶ୍ୟ, ଜାଣନ୍ତୁ ପୂରା ଘଟଣା...

IPL 2023, LSG vs GT: ଆଇପିଏଲ 2023ର 51 ତମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚରେ ଲଢିବେ ପାଣ୍ଡ୍ୟା ବ୍ରଦର୍ସ ।

କାରଣ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଥିବାବେଳେ ଆହତ ରାହୁଲ ବଦଳରେ କ୍ରୁନାଲ ପାଣ୍ଡ୍ୟାଙ୍କ କାନ୍ଧରେ ରହିଛି ଲକ୍ଷ୍ନୌର ଭାର । ଉଭୟ ଦଳ ଏପର୍ଯ୍ୟନ୍ତ ଆଇପିଏଲ୍ 2023 ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଗୁଜୁରାଟର ଦଳ ଯେଉଁଠାରେ ପଏଣ୍ଟ ଟେବୁଲରେ ଏକ ନମ୍ବରରେ ରହିଛି ସେଠି ଲକ୍ଷ୍ନୌ ଦଳ ତୃତୀୟ ସ୍ଥାନରେ ରହିଛି ।

IPL 2023, LSG vs GT

ଆଇପିଏଲରେ ପ୍ରଥମଥର ପାଇଁ ଘଟିବ: ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ହେବ ଯେ ଦୁଇ ଭାଇ ବିଭିନ୍ନ ଦଳର ଅଧିନାୟକତ୍ୱ କରିବେ । ପୂର୍ବରୁ ଆଇପିଏଲ୍ ମ୍ୟାଚରେ ଦୁଇ ଭାଇ ଅଧିନାୟକ ଭାବରେ ସଂଘର୍ଷ କରିନାହାଁନ୍ତି । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲଙ୍କ ଅଧିନାୟକତ୍ୱ ଦକ୍ଷତା ପରୀକ୍ଷା କରାଯିବ। ଅନେକ ଗୁରୁତ୍ୱପୂର୍ଣ୍ଣ ଅବସରରେ ହାର୍ଦ୍ଦିକ ଭାରତୀୟ ଦଳକୁ ଅଧିନାୟକ କରିଛନ୍ତି । ଏହା ବ୍ୟତୀତ ଗତ ଋତୁରେ ଗୁଜୁରାଟ ଟାଇଟାନ୍ସ ତାଙ୍କ ଅଧିନାୟକତ୍ୱରେ ଟାଇଟଲ ଜିତିଥିଲା । ସେ ଅଧିନାୟକ ଭାବରେ ନିଜର ଦକ୍ଷତା ପ୍ରମାଣ କରି ସାରିଛନ୍ତି । ଅନ୍ୟପଟେ ଘରୋଇ କ୍ରିକେଟରେ କ୍ରୁନାଲ ବରୋଦା ଦଳର ଅଧିନାୟକ ରହିଛନ୍ତି ।

ଉଲ୍ଲେଖଥାଉ କି, ଆଇପିଏଲରେ ଭାଇ-ଭାଇ ମୁହାଁମୁହିଁ ହେବା ନୂଆ କଥା ନୁହେଁ । ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଏହି ଯୁଦ୍ଧ ଗତ ଋତୁରୁ ଆରମ୍ଭ ହୋଇଛି । ପଠାନ ଭାଇମାନଙ୍କ ମଧ୍ୟରେ ଏହି ଖେଳ ବହୁତ ଦିନ ପୂର୍ବରୁ ଶେଷ ହୋଇଛି । ସେହିପରି ସାମ କରଣ ଏବଂ ଟମ କରଣଙ୍କ କ୍ରିକେଟ୍ ଲଢେଇ ମଧ୍ୟ ହେଡ ଲାଇନରେ ଥିଲା । ଏମାନଙ୍କ ବ୍ୟତୀତ ଚହର ବଦର୍ସଙ୍କ ମଧ୍ୟରେ ମଧ୍ୟ ବିଗତ ଦିନରେ ଲଢେଇ ଦେଖିବାକୁ ମିଳିଥିଲା ।

  • ଲକ୍ଷ୍ନୌ ସୁପର ଜଏଣ୍ଟସ୍: କାଇଲ୍ ମାୟର୍ସ, ଆୟୁଷ ବାଡୋନି, କ୍ରୁନାଲ ପାଣ୍ଡ୍ୟା (କ୍ୟାପଟେନ୍), ମାର୍କସ୍ ଷ୍ଟୋଇନିସ୍, ନିକୋଲାସ୍ ପୁରାନ୍, ଅମିତ ମିଶ୍ର, ରବି ବିଷ୍ଣୋଇ, ନାଭି ଉଲ୍ ହକ୍, ମୋହସିନ୍ ଖାନ୍, କୃଷ୍ଣପ୍ପା ଗୌତମ, ୟଶ ଠାକୁର ।
  • ଗୁଜୁରାଟ ଟାଇଟାନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଶୁବମାନ ଗିଲ, ଡେଭିଡ ମିଲର, ସାଇ ସୁଦର୍ଶନ, ରିଦ୍ଧିମାନ ସାହା, ରାହୁଲ ତେୱାଟିଆ, ବିଜୟ ଶଙ୍କର, ମହମ୍ମଦ ଶାମି, ନୁର ଅହମ୍ମଦ, ମୋହିତ ଶର୍ମା, ରସିଦ ଖାନ ।
IPL 2023, LSG vs GT

ଆଜି ଡବଲ ହେଡର: ତେବେ ଆଜି ରବିବାର ଦୁଇଟି ମ୍ୟାଚ ରହିଛି । ଗୁଜୁରାଟ-ଲକ୍ଷ୍ନୌ ମ୍ୟାଚ ବ୍ୟତୀତ ଦ୍ବିତୀୟ ମ୍ୟାଚ୍ ସଂଧ୍ୟା ସାଢେ ୭ଟାରେ ଖେଳାଯିବ । ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଟକ୍କର ହେବ ।

ଉଭୟ ଦଳ ପରସ୍ପର କ୍ରମାନ୍ବୟରେ ପୂର୍ବ ମ୍ୟାଚ୍ ପରାସ୍ତ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ୍ ଜିତିବାକୁ ପ୍ରୟାସ କରିବ । ଏନେଇ ସଞ୍ଜୁ ବାହିନୀ ଜୋରଦାର ପ୍ରସ୍ତୁତି କରିଛି । ସେପଟେ ଫ୍ଲ-ଅପ୍ ପାଇଁ ଆଶା ରଖିବାକୁ ହେଲେ ଆଜିର ମ୍ୟାଚ୍ ଏସଆରଏଚ୍ ଜିତିବା ଜରୁରୀ । ତେଣୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ କ୍ରିକେଟ୍ ପ୍ରେମୀ ଅଶା ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+