ଆଇପିଏଲ ୨୦୨୩: ଆଜି କୋଲକାତା-ପଞ୍ଜାବ ଟକ୍କର, KKR ପାଇଁ କର ବା ମର ସ୍ଥିତି
କୋଲକାତା: ଆଜି ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ ଇଡେନ୍ ଗାର୍ଡେନରେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ନାଇଟ୍ ରାଇଡର୍ସ ପାଇଁ 'କର ବା ମର' ସଦୃଶ । ଆଜି ମ୍ୟାଚରେ ଦଳ ପରାଜୟ ହେଲେ ପ୍ଲେ-ଅଫ୍ ଆଶା ମଉଳି ଯିବ । ଆଜିର ମୁକାବିଲା ଘରୋଇ ଗ୍ରାଇଣ୍ଡରେ ଖେଳା ଯାଉଥିବାରୁ କୋଲକାତା ପାଇଁ ବିଜୟ ଆଶା ଅଧିକ ରହିଛି ।
ତେବେ ପଞ୍ଜାବ ଓ କୋଲକାତା ମଧ୍ୟରେ ମୋଟ ୩୧ଟି ମ୍ୟାଚ ଖେଳାଯାଇଛି । କେକେଆର 20ଟିରେ ବିଜୟ ହାସଲ କରିଛି । ପଞ୍ଜାବ ୧୧ଟି ମ୍ୟାଚ ଜିତିଛି । ରେକର୍ଡ ଅନୁସାରେ କୋଲକାତା ପଲ୍ଲା ଭାରି ରହିଛି । କିଙ୍ଗ୍ସ ଏଯାବତ ୧୦ଟି ମ୍ୟାଚରୁ ୫ଟିରେ ବିଜୟ ହାସଲ କରି ୧୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । ଆଜ ବିଜୟ ସହ ଉପରକୁ ଉଠିବାକୁ ପ୍ରୟାସ କରିବ ।

ଗତ ଏପ୍ରିଲ୍ ୧ ତାରିଖରେ ଉଭୟ ଦଳ ଚଳିତ ଆଇପିଏଲରେ ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଡି/ଏଲ୍ ନିୟମରେ ୭ରନରେ ବିଜୟୀ ହୋଇଥିଲା । ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ନାଇଟ୍ ରାଇଡର୍ସ ଘରୋଇ ଗ୍ରାଉଣ୍ଡରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି ।
KKR ସମ୍ଭାବ୍ୟ ଏକାଦଶ: ଜେସନ ରଏ/ସୂୟାଶ ଶର୍ମା, ରହମନୁଲ୍ଲା ଗୁରବାଜ, ଭେଙ୍କଟେଶ ଆୟର, ନୀତିଶ ରାଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ସାର୍ଦ୍ଦୁଳ ଠାକୁର, ସୁନୀଲ ନାରାଏନ, ହିର୍ତିଷ ରାଣା, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା ।
PBKS ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ, ପ୍ରଭସିମରନ ସିଂହ/କାଗିସୋ ରାବାଡା, ମାଥ୍ୟୁ ସର୍ଟ/ସିକନ୍ଦର ରାଜା, ଲିଆମ୍ ଲିଭିଂଷ୍ଟୋନ, ଭିତେଶ ଶର୍ମା, ସାମ୍ କରନ, ଶାହରୁଖ ଖାନ, ହରପ୍ରୀତ ବ୍ରାର, ରିଶି ଧାୱନ, ରାହୁଲ ଚହର, ଅର୍ଶଦୀପ ସିଂ ।












Click it and Unblock the Notifications