କୋହଲି-ଗମ୍ଭୀର କଣ୍ଟ୍ରୋଭର୍ସି: କଣ ପାଇଁ ରାଗି ଗଲେ ଗୌତମ ? କଣ କହିଥିଲେ ବିରାଟ୍ ? ସାମ୍ନାକୁ ଆସିଲା ସତ୍ୟ...
IPL 2023, Kohli-Gambhir Controversy: ପୁଣି ଆଇପିଏଲରେ ଫେରିଲା କୋହଲି-ଗମ୍ଭୀର କଣ୍ଟ୍ରୋଭର୍ସି । ଦିଲ୍ଲୀର ଏହି ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଥିବା ବିବାଦ ଏବେ ପୁଣିଥରେ ସାର୍ବଜନୀନ ହୋଇଛି । ଉଭୟଙ୍କ ମଧ୍ୟରେ ପରସ୍ପର ପାଇଁ କେତେ ତିକ୍ତତା ରହିଛି ତାହା ପୁଣିଥରେ କାଲି ପ୍ରମାଣିତ ହୋଇଛି ।
ଗତକାଲି ମ୍ୟାଚ ପରେ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରେ ଆପଣ କେବଳ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଝଗଡା ଦେଖିଥିଲେ । ମାତ୍ର ଦୁହିଁଙ୍କ ମଧ୍ୟରେ କଣ ପାଇଁ କଳି ଆରମ୍ଭ ହେଲା ? ଓ କିଏ କାହାକୁ କଣ କହିଥିଲେ ତାହା ଏବେ ସାମ୍ନାକୁ ଆସିଛି ।

ଗତାକିଲ (ସୋମବାର) ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ମ୍ୟାଚ୍ ସମୟରେ ଝଗଡା
କେଉଁଠାରୁ ଆରମ୍ଭ ହୋଇଥିଲା । ସେ ନେଇ ଉପସ୍ଥିତ ଲୋକଙ୍କ ଭିନ୍ନ ମତ ରହିଛି । କେହି କେହି ଏହାକୁ ଛୋଟ ପିଲାଙ୍କ କଳି କହୁଥିବା ବେଳେ କିଛି ଲୋକ ଏହି ପ୍ରତିଦ୍ୱନ୍ଦ୍ୱିତାରେ ମସଲା ଖୋଜୁଛନ୍ତି । ସେହିପରି କିଛି ଲୋକେ କହିଛନ୍ତି ଯେ, 'ଭଦ୍ରଲୋକଙ୍କ ଖେଳ'ରେ ଏଭଳି ଘଟଣାକୁ ଏଡାଇବା ଉଚିତ୍ ।
ଇତି ମଧ୍ୟରେ ସାମ୍ନାକୁ ଆସିଛି ଘଟଣା ପଛର ରହସ୍ୟ । ବାସ୍ତବରେ ଗତକାଲି ପଡିଆରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, 'ଆପଣ ଟିଭିରେ ଦେଖିଥିବେ ଯେ କାଇଲ୍ ମେୟର୍ସ ଏବଂ କୋହଲି ମ୍ୟାଚ୍ ପରେ କିଛି ସମୟ ଏକାଠି ବୁଲୁଥିଲେ । ସେହି ସମୟରେ ମେୟର୍ସ କୋହଲିଙ୍କୁ ପଚାରିଥିଲେ ଯେ ସେ କାହିଁକି ତାଙ୍କୁ କ୍ରମାଗତ ଭାବରେ ଦୁର୍ବ୍ୟବହାର କରୁଛନ୍ତି । ତା'ପରେ କୋହଲି କହିଛନ୍ତି ଯେ, ସେ (ମେୟର୍ସ) କାହିଁକି ତାଙ୍କ ଆଡକୁ ଚାହିଁ ରହିଛନ୍ତି ?
ଏହା ପୂର୍ବରୁ ଅମିତ ମିଶ୍ର ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ବିରାଟ କ୍ରମାଗତ ଭାବେ 10 ନମ୍ବର ବ୍ୟାଟ୍ସମ୍ୟାନ୍ ନବୀନ-ଉଲ-ହକଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ତେବେ ପରିସ୍ଥିତ ଆହୁରି ଯେମିତି ଖରାପ ନ ହେଉ, ସେ ଉଦେସ୍ୟରେ ଗୌତମ ମେୟର୍ସଙ୍କୁ ସେଠାରୁ ଟାଣି ନେଇ କଥା ନ ହେବାକୁ କହିଥିଲେ। ଏହି ସମୟରେ ବିରାଟ ଗୌତମଙ୍କୁ କିଛି କହିଲେ । ଆଉ ଯାହା ପରେ ଆରମ୍ଭ ହୋଇ ଯାଇଥିଲା ମହାଭାରତ ।
କିଏ କାହାକୁ କଣ କହିଲେ ?
ତେବେ ଉକ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାଇ, ବିରାଟ କୋହଲିଙ୍କୁ ଗୌତମ ଗମ୍ଭୀର ପଚାରିଲେ ଯେ, ସେ କଣ କହିବାକୁ ଚାହୁଁଛନ୍ତି ।
ଏହା ଉପରେ ବିରାଟ କହିଥିଲେ ଯେ, ମୁଁ ତୁମକୁ କିଛି କହି ନାହିଁ, ତୁମେ କାହିଁକି ଏହା ଭିତରେ ପ୍ରବେଶ କରୁଛ ? ଏହା ଉପରେ ଗୌତମ କହିଥିଲେ ଯେ, ଯଦି ତୁମେ ମୋ ଖେଳାଳିଙ୍କ ସହ କିଛି ଭୁଲ କଥା ହୋଇଛ । ତେବେ ତୁମେ ମୋ ପରିବାରକୁ ଦୁର୍ବ୍ୟବହାର କରିଛ । ଯାହା ପରେ ବିରାଟ କହିଛନ୍ତି ଯେ, ତୁମେ ତୁମର ପରିବାରକୁ ସମ୍ଭାଳ ।
ଆଉ ଯାହାର ଉତ୍ତରରେ ଗମ୍ଭୀର ଉତକିପ୍ତ ହୋଇ ଉଠି କହିଲେ ଯେ, ବର୍ତ୍ତମାନ ତୁମେ ମୋତେ ଶିଖାଇବ ଯେ, ମୁଁ କଣ କରିବା ନ କରିବି । ଯାହା ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ଲଢେଇ । ପରେ ଉଭୟଙ୍କୁ ନିଜ ନିଜ ଦଳର ଖେଳାଳି ଅଲଗା କରିବାକୁ ଚେଷ୍ଟା କରିଥିଲେ ।
କହିରଖୁ କି, ଏହାପୂର୍ବରୁ 2013 ରେ ମଧ୍ୟ ଆରସିବି ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହୋଇଥିବା ମ୍ୟାଚ୍ ସମୟରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । କୋହଲି ସେତେବେଳେ ସୁପରଷ୍ଟାର ହେବାକୁ ଯାଉଥିବା ବେଳେ ଗମ୍ଭୀର କେକେଆରର ଅଧିନାୟକ ଥିଲେ ।












Click it and Unblock the Notifications