ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ: ଥରଥର କମ୍ପିଲା କୋଲକତା
Fastest Half Century in IPL History: କୋଲକାତାର ଇଡେନ ଗାଡେନ୍ସଠାରେ ଖେଳା ଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଯୁବ ଓପନର ଜସଶ୍ୱୀ ଜୟସ୍ୱାଲ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୩ଟି ବଲରେ ୫୦ ରନ୍ ସ୍କୋର କରିଛନ୍ତି ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଆଗରେ ୧୫୦ରନର ବିଜୟ ଲକ୍ଷ୍ୟ ରଖିଥିଲା କୋଲକାତା ନାଇଟ୍ ରାଇଡର୍ସ । ତେବେ ଜୟସ୍ବାଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ରାଜସ୍ଥାନ ମ୍ୟାଚକୁ ମାତ୍ର ୧୩ ଓଭରରେ ଜିତି ନେଇଛି ।
ପୂର୍ବରୁ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ କେଏଲ ରାହୁଲଙ୍କ ନାମରେ ରହିଥିଲା । ସେ ମାତ୍ର ୧୪ ବଲରେ ଅର୍ଦ୍ଧ ଶତକ ହାସଲ କରିଥିଲେ । ଏବେ କିନ୍ତୁ ଏହି ରେକର୍ଡ ଜୟସ୍ୱାଲଙ୍କ ନାଁରେ ରହିଛି । ପ୍ରଥମ ଓଭରରେ ଜୟସ୍ୱାଲ ନୀତିଶ ରାଣାଙ୍କୁ ୨୬ ରନ ମାରିଥିଲେ । ଫଳରେ ଏହା ମହଙ୍ଗା ଓଭର ସାବ୍ୟସ୍ତ ହୋଇଥିଲା କୋଲକାତା ପାଇଁ ।












Click it and Unblock the Notifications