ଆଇପିଏଲ 2023: ଆୟରଙ୍କ ଅନୁପସ୍ଥିତିରେ KKRର ମଙ୍ଗ ଧରିବେ ଏହି ଖେଳାଳି

kkr

କୋଲକତା: କୋଲକତା କଲା ବଡ଼ ଘୋଷଣା । ଆହତ ଅଧିନାୟକ ଶ୍ରେୟସ୍ ଆୟରଙ୍କ ସ୍ଥାନରେ ଦଳର ମଙ୍ଗ ଧରିବେ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ନୀତିଶ ରାଣା । ତେବେ ଖୁବଶୀଘ୍ର ଶ୍ରେୟସ ଦଳକୁ ଫେରିବା ନେଇ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

କୋଲକତା ନାଇଟ ରାଇଡର୍ସର ପ୍ରଥମ ମ୍ୟାଚ୍‌ ପଞ୍ଜାବ କିଙ୍ଗସ ସହିତ ରହିଛି । ଆହତ କାରଣରୁ ଆଇପିଏଲ ୨୦୨୩ରୁ ବାଦ୍ ପଡିଛନ୍ତି କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର । ଅଷ୍ଟ୍ରେଲିଆ ବିପକ୍ଷରେ ଅହମଦାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଖେଳ ସମୟରେ ପିଠିରେ ଯନ୍ତ୍ରଣା ଯୋଗୁଁ ମ୍ୟାଚରୁ ବାଦ୍‌ ପଡିଥିଲେ । ଏହା ପରେ ସେ ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ । ତୃତୀୟ ଦିନ ଖେଳ ପରେ ଶ୍ରେୟସ ପିଠିର ତଳ ଭାଗରେ ଯନ୍ତ୍ରଣା ହେଉଥିବା ନେଇ ଟିମ ମ୍ୟାନେଜମେଣ୍ଟକୁ ଜଣାଇଥିଲେ । ଏହାପରେ ତାଙ୍କର ସ୍କାନିଂ ପାଇଁ ମେଡିକାଲ ପଠାଯାଇଥିଲା । ଆହତ ସମସ୍ୟା ଯୋଗୁଁ ସେ ସିରିଜର ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପିଠିରେ ଆଘାତ ପାଇଥିଲେ ଶ୍ରେୟସ ଆୟର ।

ଆଇପିଏଲ୍‌ ୨୦୨୩ ରେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି କୋଚ୍‌ ଚନ୍ଦ୍ରକାନ୍ତ ପଣ୍ତିତ । ସେ କହିଛନ୍ତି ଯେ, 'ଆମେ ଖେଳାଳି ଚୟନ ବେଳେ ତାଙ୍କୁ ଦାୟିତ୍ୱ ଦେଇଥାଉ । କିଏ ସକ୍ଷମ କିଏ ନୁହେଁ, ତାହା ଆମେ ନିଷ୍ପତ୍ତି ନେଇଥାଉ । ପ୍ରତି ଖେଳାଳି ପାଖରେ କିଛି ନା କିଛି ପ୍ରତିଭା ରହିଛି । ନୀତିଶ ଦାୟିତ୍ୱ ନେବା ପାଇଁ ସକ୍ଷମ ଥିବାରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତାଙ୍କର କେକେଆର୍‌ ସମେତ ଘରୋଇ କ୍ରିକେଟ୍‌ରେ ମଧ୍ୟ ଭଲ୍‌ ରେକର୍ଡ ରହିଛି । ସେ ନିଜ ଦାୟିତ୍ୱକୁ ମଧ୍ୟ ଭଲ ଭାବରେ ତୁଲାଇଥାନ୍ତି' ।

ଆଇପିଏଲ୍‌ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ପରସ୍ପରକୁ ଟକ୍କର ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+