ଆଇପିଏଲ 2023: କ୍ୟାପଟେନ ପଦକୁ ଫେରିଲେ କିଙ୍ଗ୍ କୋହଲି, କଲେ ରନ୍ ବର୍ଷା

PBKS vs RCB, 27th Match, IPL 2023: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୋହାଲିରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ଏହି ମ୍ୟାଚରେ ଆଜି ଆରସିବିର ଅଧିନାୟକ ଭାର ପୁଣି ସମ୍ଭାଳିଛନ୍ତି ବିରାଟ କୋହଲି ।

ତେବେ ଦଳର ନିୟମିତ ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଆହାତ କାରଣରୁ ଆଜି କେବଳ ଇମ୍ପାକ୍ଟ ପ୍ଲେୟାର ଭାବେ ବ୍ୟାଟିଂ କରିଛନ୍ତି ।
ବିରାଟ କୋହଲି ଏବଂ ଫାଫ ଡୁପଲେସିସଙ୍କ ଯୋଡି ଚଳିତ ସିଜନରେ ସର୍ବାଧିକ ରନ୍ ସ୍କୋର କରିବାର ସକ୍ଷମ ହୋଇଛନ୍ତି ।
ଆଜି ମ୍ୟାଚରେ ଉଭୟ ପ୍ରଥମ ୱିକେଟ୍ ପାଇଁ 137 ରନ ଯୋଡିଛନ୍ତି । ବିରାଟ୍ 47 ବଲରୁ ଧୁଆଁଧାର 59 ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଫାପ୍ 56 ବଲରୁ 84 ରନ କରିଛନ୍ତି । ଫଳରେ ନିର୍ଦ୍ଧାରିତ 20 ଓଭରେ 4 ୱିକେଟ୍ ହରାଇ 174 ରନ କରି ପାରିଛି । ଏବେ ଏହି ମ୍ୟାଚକୁ ଜିତିବାକୁ ହେଲେ ପଞ୍ଜାବ ଆଗରେ 175 ରନର ବିଜୟ ଲକ୍ଷ୍ୟ ରହିଛି ।

IPL 2023

ଅନ୍ୟପଟେ ଫାଫ୍ ଡୁପ୍ଲେସିସ୍ ଆଇପିଏଲର 16 ତମ ସିଜନରେ ନିଜର ତିନି ଶହ ରନ୍ ପୂରଣ କରିଛନ୍ତି । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଫାଫ୍ ଆଇପିଏଲ କ୍ୟାରିୟରର 29 ତମ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସେହିପରି ଏହି ସିଜନରେ ବିରାଟ କୋହଲି ବ୍ୟାଟ୍ ସହିତ ଚମତ୍କାର ରୂପରେ ନଜର ଆସିଛନ୍ତି । ବିରାଟ କୋହଲି ପ୍ରଥମ 6ଟି ମ୍ୟାଚ୍‌ରେ 4ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କୋହଲି 147 ର ଷ୍ଟ୍ରାଇକ୍ ହାରରେ 250 ରୁ ଅଧିକ ରନ୍ ସଂଗ୍ରହ କଲେଣି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟିଂ ଆଭରେଜ୍ 60 ରୁ ଅଧିକ ହୋଇଛି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ବିରାଟ କୋହଲି (ଅଧିନାୟକ), ଫାଫ ଡୁପଲେସିସ୍, ମହିପାଲ ଲୋମୋର, ଗ୍ଲେନ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ୱିକେଟକିପର), ୱାନିନ୍ଦୁ ହସାରଙ୍ଗା, ସୁୟାଶ ପ୍ରଭାସେସାଇ, ହର୍ଷଲ ପଟେଲ, ୱେନ ପାର୍ନେଲ, ମହମ୍ମଦ ସିରାଜ।

ପଞ୍ଜାବ କିଙ୍ଗ୍ସ ଏକାଦଶ : ଅଥର୍ବ ଟାଇଡ୍, ମାଥ୍ୟୁ ସର୍ଟ, ହରପ୍ରୀତ ସିଂ ଭାଟିଆ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ କରଣ (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), ଶାହାରୁଖ ଖାନ, ହରପ୍ରୀତ ବ୍ର, ନାଥନ ଏଲିସ, ରାହୁଲ ଚହର, ଅର୍ଶଦୀପ ସିଂ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+