ଆଇପିଏଲ 2023: ଗୁଜୁରାଟ୍ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବ ଟାଇଟନ୍ସ

PL 2023, GT vs KKR: ଇଣ୍ଡିଆନ ପ୍ରିମିୟର ଲିଗର 13 ତମ ମୁକାବିଲାରେ ଆଜି ଗୁଜୁରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଲଢେଇ । ଏହି ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଉଛି ।

ତେବେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଗୁଜୁରାଟ୍ ଦଳ । ନିୟମତି ଅଧିୟନାକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଆଜି ଦଳର ଭାର ସମ୍ଭାଳୁଛନ୍ତି କାମଚଳା ଅଧିନାୟକ ରସିଦ ଖାନ୍ । ସାମନ୍ୟ ଅସୁସ୍ଥାତା ପାଇଁ ଆଜି ମ୍ୟାଚ ପାଇଁ ହାର୍ଦ୍ଦିକଙ୍କୁ ବିଶ୍ରାମ ଦିଆଯାଇଥିବା କହିଛନ୍ତି ଆଫାଗାନ୍ ଅଲରାଉଣ୍ଡର । ତେବେ କ୍ୟାପଟେନ୍ ପାଣ୍ଡ୍ୟାଙ୍କ ସ୍ଥାନରେ ଆଜି ବିଜୟଶଙ୍କର ଚୁଡାନ୍ତ ଏକାଦଶରେ ସୁଯୋଗ ଦିଆଯାଇଛି । ସେହିପରି କେକେଆର ଦଳର ମଧ୍ୟ ଦୁଇଟି ବଡ ପରିବର୍ତ୍ତନ କରାଯାଇଛି ।

IPL

ଉଲ୍ଲେଖଯୋଗ୍ୟ ଯେ, ଟାଇଟନ୍ସ ୨ଟି ମ୍ୟାଚ୍‌ ଖେଳି ଅପରାଜୟ ରହିଛି । ରବିବାର ବିଜୟ ଧାରା ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଟାଇଟନ୍ସ ପ୍ରୟାସ କରିବ । ଅନ୍ୟପଟେ ନାଇଟ୍ ରାଇଡର୍ସ ପୂର୍ବ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ୮୧ ରନରେ ପରାସ୍ତ କରିଥିଲା । ବର୍ତ୍ତମାନ ଦଳର ମନୋବଳ ଦ୍ୱିଗୁଣା ରହିଛି । ଟାଇଟନ୍ସକୁ ତା' ଘରୋଇ ମୈଦାନରେ କଡ଼ା ଟକ୍କର ଦେବାକୁ ନାଇଟ୍ ରାଇଡର୍ସ ଜୋରଦାର ପ୍ରସ୍ତୁତ କରିଛି ।

ଗୁଜୁରାଟ ଟାଇଟାନ୍ସ ଏକାଦଶ: ରିଦ୍ଧିମାନ ସାହା, ଶୁଭମନ ଗିଲ, ସାଇ ସୁଦର୍ଶନ, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାଟିଆ, ଅଭିନାଭ ମନୋହର, ରସିଦ ଖାନ, ମହମ୍ମଦ ଶାମି, ଅଲଜାରୀ ଜୋସେଫ, ୟଶ ଦିୟାଲ ।

କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ରହମାନୁଲ୍ଲା ଗୁରୁବାଜ, ଏନ ଜଗାଦେସନ, ନୀତିଶ ରାଣା, ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଶାର୍ଦୁଲ ଠାକୁର, ସୁୟାଶ ଶର୍ମା, ଲକି ଫର୍ଗୁସନ, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+