ଆଇପିଏଲ 2023: ଚେନ୍ନାଇ ବିପକ୍ଷରେ ଗୁଜୁରାଟର ହ୍ୟାଟ୍ରିକ୍ ବିଜୟ

IPL 2023

ଅହମ୍ମଦାବାଦ: ଚଳିତ ସିଜନର ପ୍ରଥମ ମ୍ୟାଚ ଜିତିଲା ଡିଫେଣ୍ଡିଂ ଚାମ୍ପିୟନ ଗୁଜୁରାଟ୍ ଟାଇଟାନ୍ସ । 5 ୱିକେଟରେ ମ୍ୟାଚ ଜିତିଲା ଗୁଜୁରାଟ୍ । ଚେନ୍ନାଇ ଦେଇଥିବା ଧାର୍ଯ୍ୟ ବିଜୟ ଲକ୍ଷ୍ୟ 179 ରନକୁ 4ଟି ବଲ ବାକି ଥାଇ ହାସଲ କରି ନେଇଛି ଗୁଜୁରାଟ୍ ।

ତେବେ ଆଜି ଆଇପିଏଲ 2023ର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଓପନର୍ ଋତୁରାଜ ଗାଇକୱାଡଙ୍କ 92 ରନ୍ ଆଧାରରେ ଚେନ୍ନାଇ 20 ଓଭରରେ 7 ୱିକେଟ୍ ପାଇଁ 178 ରନ୍ ସଂଗ୍ରହ କରିଥିଲା । ଫଳରେ ଗୁଜୁରାଟ୍ ଆଗରେ 179 ରନର ବିଜୟ ଟାର୍ଗେଟ୍ ରହିଥିଲା ।

ଧାର୍ଯ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜୁରାଟର ଦୁଇ ଓପନର ରିଦ୍ଧମାନ ସାହା (25) ଓ ଶୁଭମନ ଗିଲ୍ (63) ଦଳକୁ ଭଲ ଆରମ୍ଭ ହେଇଥିଲେ । 36 ବଲରୁ ଉଲ୍ଲଖେନୀୟ 63 ରନର ପାଳି ଖେଳି ଗୁଜୁରାଟ ପାଇଁ କାର୍ଯ୍ୟକୁ ସହଜ କରିଥିଲେ ଗିଲ୍ । ଏହା ପରେ ସାଇ ସୁଦର୍ଶନ (22), ହାର୍ଦ୍ଦିକ ପାଣ୍ଡ୍ୟା (8) ଓ ବିଜୟ ଶଙ୍କର (27) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଶେଷ ଆଡକୁ ରାହୁଲ ତେୱତିଆ (15) ଓ ରଶିଦ ଖାନ (10) ଦଳକୁ ବିଜୟ ଭେଟି ଦେଇଥିଲେ ।

ଚେନ୍ନାଇ ପକ୍ଷରୁ ରାଜବର୍ଦ୍ଧନ ହଙ୍ଗରଗେକର 3ଟି ୱିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଗୋଟିଏ ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+