ଆଇପିଏଲ କ୍ୱାଲିଫାୟର 2: କିଏ ଜିତିବ ? ଗୁଜୁରାଟ ନା ମୁମ୍ବାଇ ?
GT vs MI Qualifier 2: ଆଜି ଅର୍ଥାତ ମେ 26 ତାରିଖରେ ଫାଇନାଲ ଟିକେଟ ପାଇଁ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ପଲଟନ୍ । ଏହି ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳିବ ।
ଉଲ୍ଲେଖଥାଉ କି, ଗତ ବୁଧବାର ଖେଳା ଯାଇଥିବା ଆଇପିଏଲ ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 81 ରନ ପରାସ୍ତ କରି କ୍ୱାଲିଫାୟର 2ରେ ପହଞ୍ଚି ଥିଲା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଆଇପିଏଲ ଆରମ୍ଭରୁ ଧିମା ଆରମ୍ଭ କରିଥିବା ମୁମ୍ବାଇ କମବ୍ୟାକ ପାଇଁ ପ୍ଲେ ଅଫରେ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯାଉଛି । ଗୁଜୁରାଟକୁ ହରାଇ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାକୁ ଗୁଜୁରାଟ ମୁମ୍ବାଇକୁ ମାତ ଦେଇ ଫାଇନାଲ ଟିକେଟ୍ ହାତେଇବା ଲକ୍ଷ୍ୟରେ ରହିଛି ।

ଉଭୟ ଦଳ ଚଳିତ ସିଜନରେ ପରସ୍ପରକୁ 2ଥର ଭେଟିଛନ୍ତି । ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ମ୍ୟାଚ ପୂର୍ବାନୁମାନ କରିବା କଷ୍ଟକର । ଗୁଜୁରାଟର ଶୁଭମନ ଗିଲ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭୟର କାରଣ ହୋଇପାରନ୍ତି । ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବେ ମୁ୍ମ୍ବାଇ ବୋଲର । ସେହିପରି ରୋହିତଙ୍କ ବିପକ୍ଷରେ ରସିଦ ଖାନ ଅନେକ ସମୟରେ ସଫଳ ହୋଇଛନ୍ତି । ତେଣୁ ଆଜିର ମୁକାବିଲାରେ ଗୁଜୁରାଟ ପାଇଁ ରସିଦଙ୍କ ବୋଲିଂ ଗୁରୁତ୍ବବହନ କରିବ ।
GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ଅଲଜାରୀ ଜୋଶେଫ/ଜୋସ ଲିଟିଲ, ନୁର ଅହମ୍ମଦ, ମହମ୍ମଦ ସାମି ।
MI ସମ୍ଭାବ୍ୟ ଏକାଦଶ: ଇଶାନ କିଷନ, ରୋହିତ ଶର୍ମା (ଅଧିନାୟକ), କାମରେନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ ସାଉଦି, କ୍ରିସ ଜୋର୍ଡାନ, ହ୍ରିତିକ ସୋକିବ, ପିୟୂଷ ଚାୱାଲା, ଆକାଶ ମଧୱାଲ, ଜାସନ ବେହରନଡର୍ଫ ।












Click it and Unblock the Notifications