ଆଇପିଏଲ କ୍ୱାଲିଫାୟର 2: ଅହମ୍ମଦାବାରେ ବର୍ଷା; ଜାଣନ୍ତୁ, ମ୍ୟାଚ୍ ବାତିଲ ହେଲେ କିଏ ଯିବ ଫାଇନାଲ ?

GT vs MI Qualifier 2: ଆଜି ଫାଇନାଲ ଟିକେଟ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସକୁ ଭେଟିବାକୁ ଯାଉଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷା ଆରମ୍ଭ ହୋଇ ଯାଇଛି । ଯାହା ଫଳରେ ସନ୍ଧ୍ୟା 7ଟାରେ ମ୍ୟାଚ ପାଇଁ ଟସ୍ ପଡିବାକୁ ଥିବା ବେଳେ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି ।

IPL 2023, GT vs MI Qualifier 2

ତେବେ ଆପଣ ଜାଣିଛନ୍ତି କି, ଆଜି ଖେଳାଯିବାକୁ ଥିବା କ୍ୱାଲିଫାୟର 2 ଯଦି ବର୍ଷାରେ ଧୋଇଯାଏ, ତେବେ କଣ ହେବ ? କେଉଁ ଦଳ ଯିବ ଫାଇନାଲ ? ମୁମ୍ବାଇ ନା ଗୁଜୁରାଟ୍ ? ତେବେ କେଉଁ ଆଧରରେ କେଉଁ ଦଳ ଫାଇନାଲ ଖେଳିବାକୁ ବିବେଚିତ ହେବ ଓ କାହିଁକି ? କଣ ରହିଛି ନିୟମ ?

ନିୟମ କହୁଛି ଯଦି ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୁଏ । ତେବେ ଗୁଜୁରାଟ ଟାଇଟାନ୍ସ ଫାଇନାଲରେ ପ୍ରବେଶ କରିବ । କାରଣ ଲିଗ୍ ପର୍ଯ୍ୟାୟରେ ଗୁଜୁରାଟ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । ଗୁଜୁରାଟ 14 ମ୍ୟାଚରୁ 10ଟିରେ ବିଜୟୀ ହୋଇ ଟେବୁଲ ଟପ୍ପର ଥିଲା । ଅନ୍ୟପଟେ ମୁମ୍ବାଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲା । ଯେହେତୁ ଆଇପିଏଲରେ ରିଜର୍ଭ ଡେର ସୁବିଧା ନାହିଁ । ତେଣୁ ଏଭଳି ସ୍ଥିତି ଉପୁଜିଲେ ଗୁଜୁରାଟକୁ ଫାଇଦା ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+