ଆଇପିଏଲ କ୍ୱାଲିଫାୟର 2: ଗର୍ଜିଲା ଗିଲଙ୍କ ବ୍ୟାଟ୍, ମୁମ୍ବାଇ ଆଗରେ ଗୁଜୁରାଟ୍ ଠିଆ କଲା ବିଶାଳ ବିଜୟ ଲକ୍ଷ୍ୟ
IPL 2023, GT vs MI Qualifier 2: ଆଜି ଫାଇନାଲ ଟିକେଟ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ କ୍ୱାଲିଫାୟର 2ରେ ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜୁରାଟ ଟାଇଟାନ୍ସକୁ ଭେଟୁଛି 5ଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ।

ତେବେ ମ୍ୟାଚ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଗୁଜୁରାଟ୍ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ହରାଇ 233 ରନର ବିଶାଳ ସ୍କୋର ଠିଆ କରିଛି । ଦଳର ଯୁବ ଓପନର ଶୁଭମନ ଗିଲ୍ ଲଗାତାର ଭାବେ ତୃତୀୟ ମ୍ୟାଚରେ ଶତକ ହାସଲ କରିଛନ୍ତି । ଗିଲଙ୍କ ବିସ୍ଫୋରକ 124 ରନର ଶତକୀୟ ପାଳି ବଳରେ ମୁମ୍ବାଇ ଆଗରେ 234 ରନ ବିଜୟ ଲକ୍ଷ୍ୟ ସେଟ୍ କରିଛି ଗୁଜୁରାଟ୍ । ତେବେ ଗିଲଙ୍କ ବ୍ୟତୀତ ସାଇ ସୁଦର୍ଶନ 43 ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା 28 ରନ ପାଳି ଖେଳିଛନ୍ତି ।
ତେବେ ଆଜିର ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଷା ହୋଇଥିଲା । ଯାହା ଫଳରେ ସନ୍ଧ୍ୟା 7ଟା ବଦଳରେ 7.45ରେ ମ୍ୟାଚ ପାଇଁ ଟସ୍ ପଡିଥିଲା । ଟସ୍ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଭୁଲ ବୋଲି ପ୍ରମାଣିତ ହୋଇଥିଲା । ମୁମ୍ବାଇ ପକ୍ଷରୁ ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି କ୍ରିସ୍ ଜୋର୍ଡାନ ।












Click it and Unblock the Notifications