ଗିଲଙ୍କ କ୍ୟାଚ୍ ଛାଡିଲେ ଦୀପକ ଚହର
ଅହମ୍ମଦାବାଦ : ଗିଲଙ୍କ କ୍ୟାଚ୍ ଛାଡିଲେ ଦୀପକ । ତୁଷାର ଦେଶପାଣ୍ଡେଙ୍କ ବଲରେ କ୍ୟାଚ ଛାଡ଼ିଲେ ଦୀପକ। ଦୀପକ ଚହର କ୍ୟାଚ ଛାଡ଼ିଲା ପରେ ଏବେ ଶାହା ଓ ଗିଲ ଜବରଦସ୍ତ ବ୍ୟାଟିଂ କରୁଛନ୍ତି। ପୂର୍ବ ମ୍ୟାଚରେ ଗିଲଙ୍କ କ୍ୟାଚ ଟିମ ଡେଭିଡ ଛାଡ଼ିଲା ପରେ ଗିଲ ଅତି ମାରାତ୍ମକ ହୋଇଥିଲେ। ୬୦ ଟି ବଲରୁ ସେ ୧୨୯ ରନ କରିଥିଲେ। ପରେ ମୁମ୍ବାଇ ହାରିଥିଲା।
ପ୍ରଥମ ଦୁଇ ଓଭରରୁ ମାତ୍ର ୮ ଓଭର ହୋଇଥିବା ବେଳେ ପରବର୍ତ୍ତୀ ଦୁଇ ଓଭରରୁ ୩୦ ରନ ହୋଇଛି। ଏହି ମ୍ୟାଚ ଚେନ୍ନାଇକୁ ଜିତିବାକୁ ହେଲେ ଗିଲଙ୍କ ୱିକେଟ ଯଥାଶୀଘ୍ର ନେବାର ଅଛି। ତେବେ ଯାଇ ମ୍ୟାଚରେ କିଛି ହୋଇପାରିବ।

ଚେନ୍ନାଇ ୧୦ ଥର ଆଇପିଏଲ ଫାଇନାଲ ଖେଳୁଥିବା ବେଳେ ଗୁଜୁରାଟ ୨ ଥର ଫାଇନାଲ ଖେଳୁଛି। ଚେନ୍ନାଇ ୪ଟି ଟ୍ରଫି ଜିତିଥିବା ବେଳେ ଗୁଜୁରାଟ ଗୋଟେ ଟ୍ରଫି ଜିତିଛି।












Click it and Unblock the Notifications