ଆଇପିଏଲ 2023: ଆଙ୍କରିଂରେ ଗ୍ଲାମର ତଡକା, ଓଡିଆରେ ଲୋରିଆ ମହାନ୍ତିଙ୍କୁ ସୁଯୋଗ

IPL 2023

IPL 2023 Anchors: ଇଣ୍ଡିଆନ୍ ପ୍ରିମିୟର ଲିଗ 2023 ଆଜି (ଶୁକ୍ରବାର) ଠାରୁ ଆରମ୍ଭ ହେବାକୁ ଯାଉଛି । ତେବେ ଗ୍ଲାମର ଏବଂ କ୍ରିକେଟର କକଟେଲ ପଡ଼ିଆରେ ଏବଂ କ୍ରିକେଟ୍ ଷ୍ଟୁଡିଓରେ ଦେଖିବାକୁ ମିଳିବ ।

କ୍ରିକେଟ୍ ପ୍ରଶଂସକମାନେ ଏହି ମ୍ୟାଚ୍ ମାରାଥନ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଅନ୍ୟପକ୍ଷରେ ଆଇପିଏଲର କିଛି ଆଙ୍କର୍ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ପ୍ରାୟ ଦୁଇ ବର୍ଷ ପରେ ଏଥର ପ୍ରସିଦ୍ଧ ମହିଳା ଆଙ୍କର୍ ମାୟନ୍ତୀ ଲେଙ୍ଗର କ୍ରିକେଟ୍ ପଡ଼ିଆରେ ନଜର ଆସିବେ। ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ପରେ ମାୟନ୍ତୀ ଗତ ଦୁଇ ବର୍ଷ ଧରି ଏକ ବିଶ୍ରାମ ନେଇଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ଏଥର ଆଇପିଏଲର ଅନଲାଇନ୍ ଷ୍ଟ୍ରିମିଂ ଜିଓ ସିନେମାରେ ହେବ, ଯାହା ପ୍ରଶଂସକଙ୍କୁ ବହୁତ ଉତ୍ସାହିତ କରିଛି । ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିବ ଆଇପିଏଲ । ଏଥର ଆଇପିଏଲ କମେଣ୍ଟ୍ରୀ ଦେଶର 12ଟି ଭାଷାରେ ହେବାକୁ ଯାଉଛି । ଏଥିରେ ଇଂରାଜୀ, ପଞ୍ଜାବୀ, ବଙ୍ଗାଳୀ, ହିନ୍ଦୀ, ତାମିଲ, ତେଲୁଗୁ, ଓଡିଆ, ମରାଠୀ, ଗୁଜୁରାଟୀ, ମାଲାୟାଲମ୍, ଭୋଜପୁରୀ ଏବଂ କନ୍ନଡ ଭାଷା ଅନ୍ତର୍ଭୁକ୍ତ ।

ତେବେ ଓଡିଆ ଭାଷାରେ ଆଙ୍କରିଂ କରୁଥିବା ଲୋରିଆ ମହାନ୍ତି ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ଦର୍ଶକଙ୍କୁ ମ୍ୟାଚ୍‌ ଦେଖି ମତାମତ ଦେବାକୁ ନିବେଦନ କରିଛନ୍ତି ଲୋରିଆ। ଲୋରିଆ ଆଇପିଏଲ-୧୬ରେ ଓଡ଼ିଆ ଆଙ୍କର ଭାବେ ନଜର ଆସିବେ ।

ଜିଓ ସିନେମା ଆପ୍‌କୁ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି ନିଜ ଭାଷା ଓଡ଼ିଆକୁ ଚୟନ କରିବା ପରେ କ୍ରିକେଟ୍‌ର ମଜା ନିଅନ୍ତୁ ବୋଲି ଲୋରିଆ ଏକ ଭିଡିଓ ଜାରି କରି ବାର୍ତ୍ତା ଦେଇଛନ୍ତି। ଏଠାରେ ଓଡ଼ିଆରେ କମେଣ୍ଟ୍ରିରୁ ନେଇ, ମତାମତ, ପ୍ୟାନେଲ୍‌ ଡିସ୍‌କସନ୍‌ ଓ ଗ୍ରାଫିକ୍‌ ସବୁ କିଛି ଉପଲବ୍ଧ ହେବ ବୋଲି ସେ ଜାରି କରିଥିବା ଭିଡିଓରେ କହିଛନ୍ତି। ମ୍ୟାଚ୍‌ ପୂର୍ବରୁ ଓଡ଼ିଆ ଡିବେଟ୍‌ ପ୍ୟାନେଲ 'ମ୍ୟାଚ୍‌ ସେଣ୍ଟର୍‌ ଲାଇଭ୍‌ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ । ଏହି ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗ ଦେବେ ।

ତେବେ ଷ୍ଟାଇଲିସ୍ ଆଙ୍କର ତଥା ଜସପ୍ରୀତ ବୁମରାଙ୍କ ପତ୍ନୀ ସଞ୍ଜନା ଗଣେଶନ ମଧ୍ୟ ଆପଣମାନେ ଦେଖିବାକୁ ପାଇବେ । ସେହିପରି ଅଷ୍ଟ୍ରେଲିଆର ସୁନ୍ଦର ଆଙ୍କର ନେରୋଲି ମେଡୋସ୍ ମଧ୍ୟ ନିଜର ଅନ୍ଦାଜ ଦେଖାଇବେ । ଫୁଟବଲ ସହିତ ନିଜର ଆଙ୍କରିଂ କ୍ୟାରିୟର ଆରମ୍ଭ କରିଥିବା ନେରୋଡି ଆଜି କ୍ରିକେଟ୍ ଜଗତର ଏକ ଚମତ୍କାର ଚେହେରା ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ତାନିଆ ପୁରୋହିତ ମଧ୍ୟ ଆଜି ଆଇପିଏଲର ସବୁଠାରୁ ସୁନ୍ଦର ଏବଂ ଗ୍ଲାମରସ୍ ଚେହେରା । ଗରୱାଲ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ଥିବା ଡ.ଆର ପୁରୋହିତଙ୍କ ଝିଅ ତାନିଆ ଖୁବକମ୍ ସମୟ ମଧ୍ୟରେ ଆଇପିଏଲର ଟପ୍ ଆଙ୍କର୍ ତାଲିକାରେ ଏକ ଦୃଢ ସ୍ଥାନ ହାସଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+