ଆଇପିଏଲ ଫାଇନାଲ: ଚେନ୍ନାଇକୁ 20 କୋଟି, ଜାଣନ୍ତୁ, ଆଉ କାହାକୁ ମିଳିଲା କେତେ ଟଙ୍କା ପୁରଷ୍କାର
IPL 2023, Prize Money: ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଏକ ରୋମାଞ୍ଚକର ଢଙ୍ଗରେ ଶେଷ ହୋଇଛି । ଇଣ୍ଡିଆନ ପ୍ରିମିୟର ଲିଗ୍ 2023 ର ଫାଇନାଲ ମ୍ୟାଚରେ DLS ମେଥର୍ଡ଼ ଦ୍ୱାରା 5 ୱିକେଟରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ପଞ୍ଚମଥର ପାଇଁ ଚାମ୍ପିୟନ ବନିଛି ଏମଏସ୍ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ।
ତେବେ ଆଇପିଏଲ ଟ୍ରଫି ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସଙ୍କୁ 20 କୋଟି ଟଙ୍କା ଦିଆଯାଇ ଥିବାବେଳେ ରନର୍ସଅପ୍ ହୋଇଥିବା ଗୁଜୁରାଟ ଟାଇଟାନ୍ସକୁ 12.5 କୋଟି ଟଙ୍କା ମିଳିଛି । ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ଗୁଜୁରାଟ ଟାଇଟାନ୍ସ ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ ହୋଇଥିଲା । ତୃତୀୟ ସ୍ଥାନରେ ଥିବା ମୁମ୍ବାଇ ଦଳକୁ 7 କୋଟି ଟଙ୍କା ମିଳିଛି । ଚତୁର୍ଥ ନମ୍ବର ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ମଧ୍ୟ 6.5 କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ଥିଲା ।

ଦୁନିଆର ସମସ୍ତ ଲିଗ୍ ମଧ୍ୟରେ ଆଇପିଏଲ୍ ସର୍ବାଧିକ ପୁରସ୍କାର ରାଶି ପ୍ରଦାନ କରିଥାଏ । ଆଇପିଏଲ୍ ପରେ ଦକ୍ଷିଣ ଆଫ୍ରିକାରେ ଟି-20 ଲିଗ୍ ଜିତୁଥିବା ଦଳକୁ 15 କୋଟି ଟଙ୍କା ପ୍ରଦାନ କରାଯାଇଥାଏ । ଯେତେବେଳେ କି କାରିବିଆନ୍ ପ୍ରିମିୟର ଲିଗ୍ 8.14 କୋଟି ଏବଂ ପାକିସ୍ତାନ ସୁପର ଲିଗ୍ 3.40 କୋଟି ଟଙ୍କା ପୁରସ୍କାର ଭାବରେ ପ୍ରଦାନ କରାଯାଇଥାଏ ।
କେଉଁ ଦଳ ଏବଂ ଖେଳାଳିଙ୍କୁ କେତେ?
- ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ- 20 କୋଟି
- ରନର୍ ଅପ୍ ଗୁଜୁରାଟ ଟାଇଟାନ୍ସ - 12.5 କୋଟି
- ପରପଲ କ୍ୟାପ୍ ମହମ୍ମଦ ଶାମି - 10 ଲକ୍ଷ
- ଅରେଞ୍ଜ କ୍ୟାପ୍ ଶୁବମାନ ଗିଲ- 10 ଲକ୍ଷ
- ଏମର୍ଜିଂ ପ୍ଲେୟାର ୟସ୍ୱଶୀ ଜସୱାଲ - 10 ଲକ୍ଷ
- ସିଜନର ସୁପର ଷ୍ଟ୍ରାଇକର ଗ୍ଲେନ୍ ମ୍ୟାକ୍ସୱେଲ- ଟାଟା ପଞ୍ଚ କାର
- ଗେମ ଚେଞ୍ଜର ଅଫ ଦ ସିଜନ ଶୁବମାନ ଗିଲ - 10 ଲକ୍ଷ
- ସର୍ଭାଧିକ ଛକା ଫାଫ୍ ଡୁ ପ୍ଲେସିସ୍- 10 ଲକ୍ଷ
- ସର୍ବାଧିକ ଚୌକା ଶୁବମାନ ଗିଲ - 10 ଲକ୍ଷ
- ପେଟିଏମ୍ ଫେୟାରପ୍ଲେ ପୁରସ୍କାର ଦିଲ୍ଲୀ କ୍ୟାପିଟାଲ୍ସ - 10 ଲକ୍ଷ
- ଦୀର୍ଘତମ ଛଅ ଫାଫ୍ ଡୁପ୍ଲେସି - 10 ଲକ୍ଷ
- କ୍ୟାଚ୍ ଅଫ ଦ ସିଜିନ ରସିଦ ଖାନ - 10 ଲକ୍ଷ
- ସବୁଠୁ ମୂଲ୍ୟବାନ ଖେଳାଳି ଶୁବମାନ ଗିଲ- 10 ଲକ୍ଷ












Click it and Unblock the Notifications